Latest News

ଘି’କୁଆଁରୀ

ଡାକ୍ତର ଦିବ୍ୟଜ୍ୟୋତି ମହାରଣା 01/01/2024ଦ୍ରବ୍ୟଗୁଣ

 

 
 
 ଉଦ୍ଭିଦ ବିଜ୍ଞାନରେ ଭାରତୀୟ ଘିକୁଆଁରୀ ‘ୟେଲୋଭେରୀ’ ନାମରେ ପରିଚିତ । ସଂସ୍କୃତ ଓ ବଙ୍ଗଳାରେ ଏହାକୁ ‘ଘୃତକୁମାରୀ’ କୁହାଯାଏ । ହିନ୍ଦିରେ ଏହାର ନାମ ଘିକୁମାରୀ ଓ କୁବେରପାଠା । ଇଂରାଜୀ ଏହାକୁ ଇକ୍ଷକ୍ଟଦ୍ଭର ଓଦ୍ଭୟସବଦ୍ଭ କୁହାଯାଏ । ଏହା ଭାରତରେ ପ୍ରାୟତଃ ସମସ୍ତ ଅଞ୍ଚଳରେ ଦେଖାଯାଏ ଏବଂ ଆଫ୍ରିକା ଓ ଆରବ ଦେଶରେ ମଧ୍ୟ ଦେଖିବାକୁ ମିଳେ । ଏହାକୁ ଆୟୁର୍ବେଦରେ ଗୁରୁତ୍ୱପୂର୍ଣ୍ଣ ବନୌଷଧି ରୂପେ ବିବେଚନା କରାଯାଏ । ୍‌
ଉଦ୍ଭିଦ ପରିଚୟ : ଘିକୁଆଁରୀ ଏକ ମାଂସାଳ ପତ୍ର ବିଶିଷ୍ଟ ଗୁଳ୍ମ । ଫାଲଗୁନ ଓ ଚୈତ୍ରମାସରେ ଫୁଲ ଓ ଫଳ ବାହାରେ ଏହି ଗୁଳ୍ମର ପତ୍ରକୁ ଔଷଧରୂପେ ବ୍ୟବହାର କରାଯାଏ । 
ଔଷଧୀୟ ଗୁଣ : ଘିକୁଆଁରୀ ପତ୍ରର ରସ ସ୍ନିଗ୍ଧ, ପିଚ୍ଛିଳ, ଗୁରୁ ଗୁଣଯୁକ୍ତ ଏବଂ ତିକ୍ତରସ, କଟୁ ବିପାକ ଓ ଶୀତବୀର୍ଯ୍ୟ ପ୍ରକୃତିର ଅଟେ । ଏଥିରେ ଇକ୍ଷକ୍ଟଦ୍ଭର ବା ଈବକ୍ସଭବକ୍ଷସକ୍ଟଦ୍ଭ ନାମକ ସ୍ଫୁଟିକୀୟ ଗ୍ଲୁକୋସାଇଡ୍‌, ଇକ୍ଷକ୍ଟର ରଜ୍ଞକ୍ଟୟସଦ୍ଭ, ରାଳ ଓ ଉଡ୍ଡନଶୀଳ ତତ୍ତ୍ୱ ଆଦି ଥାଏ । ଘିକୁଆଁରୀ ରସ ତିକ୍ତ, ମଦଗନ୍ଧ ଓ ଶୀତଳ ହୋଇଥିବାରୁ ଏହା କଫ, ପିତ୍ତ, କାସ, ଶ୍ୱାସ ଓ ବିଷ ଦୋଷ ଦୂର କରେ । ଯକୃତ ଓ ପ୍ଲୀହା ବୃଦ୍ଧି, ବାତିକଶୋଥ

ନେତ୍ରଦାହ, ଶିରଦାହ, ଅଗ୍ନିମାନ୍ଦ୍ୟ, ଚର୍ମରୋଗ ଓ ରକ୍ତପିତ୍ତାଦି ରୋଗର ଚିକିତ୍ସାରେ ଏହାକୁ ପ୍ରୟୋଗ କରାଯାଏ । ଏହା ଧାତୁ ପୁଷ୍ଟି କରେ ତଥା ବଳବୀର୍ଯ୍ୟ ବୃଦ୍ଧିକରେ । ଆହୁରି ମଧ୍ୟ ମହିଳା ମାନଙ୍କର ଋତୁରୋଧ, କଷ୍ଟାର୍ତ୍ତବ ରୋଗର ଉପଶମ ପାଇଁ ଘିକୁଆଁରୀ ଖୁବ୍ ଲାଭଦାୟକ । ପ୍ରାକୃତିକ ଔଷଧ ଆୟୁର୍ବେଦ ଚିକିତ୍ସାରେ ବିଶିଷ୍ଟ ଔଷଧୀୟ ଯୋଗ ଯଥା - କୁମାର୍ଯ୍ୟାସବ, କୁମାରୀବଟି, ରଜଃ ପ୍ରବର୍ତ୍ତନୀ ବଟୀ ଓ କୁମାରୀ ପାକ, ଆଦୀରକୁ ଚିକିତ୍ସାରେ ବ୍ୟବହାର କରାଯାଇଥାଏ । ଆହୁରି ମଧ୍ୟ କୀଟ ଦଂଶନ ଓ ପୋଡାଜଳା ଯନ୍ତ୍ରଣାର ନିବାରଣ ପାଇଁ ଘିକୁଆଁରୀ ପତ୍ରର ରସକୁ ପ୍ରୟୋଗ କରାଯାଇଥାଏ । 

ସହଜ ଚିକିତ୍ସ।।ର ପ୍ରୟୋଗ :
 ମୁଣ୍ଡରୋଗରେ ଏହି ପତ୍ରରେ ଥିବା ଲାଳୁଆ ରସକୁ ମୁଣ୍ଡରେ ଘସିଲେ ମୁଣ୍ଡ ଗରମ ହେବା ଦୂର ହୋଇ ମସ୍ତିଷ୍କକୁ ଶୀତଳତା ପ୍ରଦାନ କରେ ଓ ମୁଣ୍ଡ ବୁଲାଇବା ମଧ୍ୟ ଦୂର ହୋଇଯାଏ । ଘିକୁଆଁରୀ ପତ୍ରର ରସ ଦୁଇ କପ୍ ନେଇ ସେଥିରେ ପିପ୍ପଳୀ ଗୁଣ୍ଡ ଏକ ଚାମଚ ମିଶାଇ ପ୍ରତ୍ୟେହ ଥରେ ଲେଖାଏଁ ଖାଇଲେ ଅତିଶୀଘ୍ର କାଶ ଭଲହୋଇଯାଏ । ଛୋଟପିଲାକୁ (୬ ବର୍ଷରୁ କମ୍ ) ଘିକୁଆଁରୀ ରସ ୧ ଚାମଚ ଓ ଶତାବରୀ ରସ ୧ ଚାମଚ ଏବଂ ୧ ଚାମଚ ଗୁଡ ଏକତ୍ରିତ କରି ପ୍ରତିଦିନ ସକାଳେ ଦେଢମାସ ପର୍ଯ୍ୟନ୍ତ ଖୁଆଇଲେ ଶିଶୁ ଆରୋଗ୍ୟ ରହେ ଓ ସ୍ୱାସ୍ଥ୍ୟର ଉନ୍ନତି ଘଟେ ।

Flip Book Link: https://demo.rastradeep.com/flip.aspx?fid=207

Related Post