Latest News

ଛଣା ନଡ଼ିଆ ବିସ୍କୁଟ

ଛାୟା ପୂରବୀ 04/12/2023ରୋଷେଇ

 ଉପକରଣ-ମଇଦା ୫ କପ୍‌, ଚିନି ଦୁଇ କପ୍‌, କ୍ଷୀର ତିନି କପ୍‌, ଏକ କପ୍ ପାଣି, ଚାରି କପ୍ ନଡ଼ିଆ କୋରା, ଲୁଣ ଟିପେ, ଛାଣିବା ପାଇଁ ଘିଅ ୫୦୦ ଗ୍ରାମ୍ ।

ପ୍ରଣାଳୀ- ପ୍ରଥମେ ମଇଦା ଚଲାଇ ରଖନ୍ତୁ । କ୍ଷୀର, ନଡ଼ିଆ କୋରା ଓ ଚିନିକୁ ପାଣି ମିଶାଇ ଭଲ ଭାବରେ ଚକଟନ୍ତୁ । ଏଥିରୁ ନଡ଼ିଆ ଛେଦାକୁ ଚିପୁଡ଼ି ବାହାର କରି ଦିଅନ୍ତୁ । ମଇଦାରେ ଅଳ୍ପ ଘିଅ ଦେଇ ଘଷନ୍ତୁ । ଏଥିରେ ନଡ଼ିଆ

ରସ ଦେଇ ଭଲ ଭାବରେ ଚକଟନ୍ତୁ । ଅଳ୍ପ ଟାଣ  ରଖି ଚକଟିବେ ପାଣିଆ କରିବେ ନାହିଁ । ବେଲଣା ପିଢ଼ାରେ ଅଳ୍ପ ଘିଅ ମାରି ବଡ଼ ଗୁଳାଏ ମଇଦା ନେଇ ଗୋଲ୍ କରି ବେଲିବେ । ପୂରା ପତଳା କରିବେ ନାହିଁ । ଠିକିରି ଆକାରରେ କାଟିବେ । ଗୋଟିଏ କରେଇରେ ଘିଅ ଦେଇ ଗ୍ୟାସରେ ବସାଇବେ । ଘିଅ ଗରମ ହେଲେ ବିସ୍କୁଟ୍ ପକାଇ ଛାଣିବେ । ବାଦାମୀ ରଙ୍ଗ ହେଲେ ବାହାର କରିଦେବେ । ବିସ୍କୁଟ ଅତି ସୁସ୍ୱାଦୁ ଓ ରୁଚିକର ଲାଗିବ ।

Flip Book Link: https://demo.rastradeep.com/flip.aspx?fid=204

Related Post