Latest News

ଧନୀ ରାଜାଙ୍କ ଗରିବ ପ୍ରଜା

କେଦାରନାଥ ସାହୁ 11/12/2023ବିଚାର

 ମହାଶୟ,

ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି ଯେ ଓଡ଼ିଶାର ମୁଣ୍ଡପିଛା ଆୟ ଆଜି ଦେଶରେ ୨୨ ନମ୍ବର ସ୍ଥାନରେ । ଏକଥାର ଅର୍ଥ ହେଉଛି ଯେ ଓଡ଼ିଆଲୋକ ଗରିବ ମାତ୍ର ଏଠିକାର ସରକାର ଧନୀ । ଯେଉଁ ରାଜ୍ୟରେ ରାଜା ଧନୀ ହୁଏ, ଆଉ ପ୍ରଜା ଗରିବ ହୁଅନ୍ତି ରାଜନୀତି ଶାସ୍ତ୍ର ଅନୁଯାୟୀ ଉକ୍ତ ରାଜ୍ୟରେ ରାଜା ପ୍ରଜାଙ୍କ ଉପରେ ଉତ୍ପୀଡ଼ନ କରନ୍ତି ବୋଲି ଜଣାପଡ଼େ ।  ଅନେକ ସ୍ଥଳରେ ଅଣଓଡ଼ିଆଙ୍କୁ ନିଯୁକ୍ତି ଦେବାଯୋଗୁ ଓଡ଼ିଆମାନେ ବାଧ୍ୟ ହୋଇ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ଏତଦ୍‌ବ୍ୟତୀତ

ନିଶା ଦ୍ରବ୍ୟ ବିକ୍ରି କରି ରାଜସ୍ୱ ବଢ଼ାଇବାର ପରିଣାମ ସ୍ୱରୂପ ରାଜ୍ୟରେ ନିଶାଖୋରଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏସବୁ ପରେ ରାଜାଘାଟ, ଉପାନ୍ତ ଅଞ୍ଚଳ, ଶିକ୍ଷା କ୍ଷେତ୍ରରେ ଅବ୍ୟବସ୍ଥା ଆଦି ନକହିବା ଭଲ । ଅପର ପକ୍ଷେ ରାଜ୍ୟ ସରକାର ନିଜର ପ୍ରଶଂସା ନିଜେ କରି ବାଃ ବାଃ ନେବା ପରିବର୍ତ୍ତେ ଜନମଙ୍ଗଳକାରୀ କାମ ପ୍ରତି ଧ୍ୟାନ ଦେଲେ ବାସ୍ତବରେ ଓଡ଼ିଆମାନେ ଉପକୃତ ହୋଇ ପାରିବେ ।

        କେଦାରନାଥ ସାହୁ
              ଖୋର୍ଦ୍ଧା

Flip Book Link: https://demo.rastradeep.com/flip.aspx?fid=205

Related Post