Latest News

ସରକାରଙ୍କ ୫-ଟି ର ପ୍ରକୃତ ସ୍ୱରୂପ

ଦେବରାଜ ବେହେରା 11/12/2023ବିଚାର

 ମହାଶୟ,

ରାଜ୍ୟ ସରକାରଙ୍କ ୫-ଟି ପରେ ପୁନଃ ଶିକ୍ଷା କ୍ଷେତ୍ରରେ ୫-ସି ଲାଗୁ ହେବ ବୋଲି କୁହାଯାଉଛି । ସେହି ୫-ସି ହେଉଛି କମ୍ୟୁନିଟି, କନେକ୍ଟ, କୋଲାବରେନ୍ସ, କ୍ରିଏଟ ଓ କୋପରେସନ । ଏହା ପୁଣି ମୋ ସ୍କୁଲ ଅଭିଯାନର ଏକ ଅଂଶବିଶେଷ ହେବ । ସରକାରଙ୍କୁ ପ୍ରଥମେ ଧ୍ୟାନ ଦେବାକୁ ହେବ ଯେ ରାଜ୍ୟର ସରକାରୀ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସଂଖ୍ୟା କେତେ ? ତାଙ୍କ ଶିକ୍ଷାର ମାନ କିଭଳି ରହୁଛି । ବିଦ୍ୟାଳୟ ମାନଙ୍କରେ ଶିକ୍ଷାଦାନ କିପରି ଭାବେ କରାଯାଉଛି ? କାରଣ ଆଜି ସମ୍ଭ୍ରାନ୍ତ ବ୍ୟକ୍ତି ତଥା ସବୁ ସରକାରୀ ଚାକିରିଆମାନେ ତାଙ୍କ ସନ୍ତାନଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ  ପଢ଼ାଉଥିବା ଲକ୍ଷ୍ୟ କରାଯାଉଛି

। ବିଦ୍ୟାଳୟକୁ ସୁନ୍ଦର ରଙ୍ଗ କରିବା, ପାର୍କ ତିଆରି କରିବା ଆଦି ସୁବିଧା ଉପଲବ୍ଧ କରାଇବା ନେଇ ସରକାର ଯତ୍ନବାନ ହେବା ସହ ସେଠାରେ କେତେ ଛାତ୍ରଛାତ୍ରୀ ଅଧ୍ୟୟନ କରିବେ ସେଥିପ୍ରତି ଗୁରୁତ୍ୱ ଦେବା ଜରୁରୀ । ପାଠ ପଢ଼ିବାର ମୌଳିକ ସୁବିଧାକୁ ଧ୍ୟାନ ନଦେଇ କେବଳ ୫-ସି ଲାଗୁକଲେ ଆଗାମୀ ଦିନରେ ସେହି ୫-ସି କରପସନର ୫ଟି ରୂପରେ ରୂପାନ୍ତରିତ ହେବା ସାର ହେବ । ଛାତ୍ରଛାତ୍ରୀମାନେ ପୂର୍ବବତ୍ ଅସୁବିଧାରେ ରହି ବାସ୍ତବ ଶିକ୍ଷାଠାରୁ ଦୂରେଇ ଯିବେ । ତେଣୁ ସରକାର ଏ କଥାକୁ ଗୁରୁତ୍ୱର ସହିତ ବିଚାର କରିବା ନିହାତି ଜରୁରୀ ।

   ଦେବରାଜ ବେହେରା
   ରାଜକନିକା, କେନ୍ଦ୍ରାପଡ଼ା

Flip Book Link: https://demo.rastradeep.com/flip.aspx?fid=205

Related Post