Latest News

ପୁରାତନ ବିଦ୍ୟା ବନାମ ଆଧୁନିକ ଜ୍ଞାନକୌଶଳ

ମାତୃଦତ୍ତ ମହାନ୍ତି 11/12/2023ମୁଖ୍ୟ ପ୍ରସଙ୍ଗ

 ଉତ୍ତରାଖଣ୍ଡର ଉତ୍ତରକାଶୀ ଅଞ୍ଚଳର ସିଲକ୍ୟାରା-ବାରକୋଟ ସୁଡଙ୍ଗରେ ଚାଲିଥିଲା ଖନନ ଏବଂ ନିର୍ମାଣ କାର୍ଯ୍ୟ । ୨୦୨୩ ନଭେମ୍ବର ୧୨ ତାରିଖ ଭୋର ସମୟ ୫ଟା ୩୦ । ହଠାତ୍ ବିରାଟ ଶବ୍ଦ କରି ଟନେଲ ଭିତରେ ଧସି ପଡିଲା ପାହାଡ । ଆରପଟେ ରହିଗଲେ ୪୧ ଜଣ କାର୍ଯ୍ୟରତ ଶ୍ରମିକ । ଟନେଲ ଭିତରେ ପ୍ରାୟ ୬୦ ମିଟର ପାହାଡ ଧସି ଯାଇ ଟନେଲକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିଲା । ହେଲେ ପ୍ରଥମ କିଛଇ ଖଣ୍ଟା ପ୍ରାୟ ୧୫ ରୁ ୨୦ ଘଣ୍ଟା ସେମାନଙ୍କର ବାହ୍ୟ ଜଗତ ସହ କୌଣସି ଯୋଗାଯୋଗ ହୋଇପାରି ନଥିଲା । ତା’ପରେ ଶ୍ରମିକମାନେ ବିଚଳିତ ହୋଇଯାଇଥିଲେ । ତାଲିମ ଅନୁଯାୟୀ ସେମାନେ ଏକ ପାଣି ପାଇପ୍ ଖୋଳିଥିଲେ । ଯେତେବେଳେ ପାଣି ଆସିବାକୁ ଲାଗିଲା, ବାହାର ଲୋକମାନେ ଜାଣିବାକୁ ପାଇଲେ ଯେ, ଭିତରେ ଲୋକମାନେ ଫଶିଛନ୍ତି । ତା’ପରଠାରୁ ସେମାନଙ୍କ ସହ ନିରନ୍ତର ଯୋଗାଯୋଗ ପ୍ରକ୍ରିୟା ଚାଲିଲା । ଖବର ପାଇବା କ୍ଷଣି ପ୍ରକଳ୍ପ ଅଧିକାରୀ ଏବଂ କର୍ମଚାରୀମାନେ ଫସିଥିବା ଶ୍ରମିକଙ୍କ ଜୀବନ ବଞ୍ଚାଇବା ପାଇଁ ଧାଁ ଦଉଡ କରି ନିରାଶ ହେଲେ । ଘଟଣା ସମ୍ପର୍କରେ ଅବଗତ ହୋଇ ଉତ୍ତରାଖଣ୍ଡ ସରକାର ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଲେ । କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀମାନେ ପ୍ରକଳ୍ପ ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ । ଆରମ୍ଭ ହେଲା ଉଦ୍ଧାର କାର୍ଯ୍ୟ । କିନ୍ତୁ ପ୍ରଥମେ ଫସି ରହିଥିବା ଶ୍ରମିକଙ୍କ ପାଖରେ ଖାଦ୍ୟ, ପାନୀୟ, ଆଲୋକ ଓ ଅକ୍ସିଜେନ୍ ପ୍ରଭୃତି ପହଞ୍ଚାଇବା କାମକୁ ଗୁରୁତ୍ୱ ଦିଆଗଲା । ପରେ ପରେ ସୁଡଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କ ସହ ବାହାରେ ଥିବା ଅଧିକାରୀମାନେ ଫୋନ୍ ଯୋଗେ କଥା ହେଲେ । ଶ୍ରମିକମାନେ ତାଙ୍କ ପରିବାର ସହ ମଧ୍ୟ କଥା ହେବାର ସୁଯୋଗ ପାଇଲେ । ଧୀରେ ଧୀରେ ବ୍ୟାପକ ଏବଂ ତ୍ୱରାନ୍ୱିତ ହେଲା ଉଦ୍ଧାର କାର୍ଯ୍ୟ । ୧୭ ଦିନ ଏବଂ ୪୦୦ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ଉତ୍ତରାଖଣ୍ଡର ଉତ୍ତରକାଶୀ ସୁଡଙ୍ଗ ମଧ୍ୟରେ ଫସି ରହିଥିବା ଶ୍ରମିକମାନେ ନଭେମ୍ବର ୨୮ ତାରିଖରେ ଖୋଲା ଆକାଶ ତଳେ ନିଃଶ୍ୱାସ ନେବାର ସୌଭାଗ୍ୟ ଲାଭ କଲେ । ୨୮ ତାରିଖ ରାତି ସାଢେ ୮ ଟା ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଗଲା । ଉଦ୍ଧାର ପରେ ତୁରନ୍ତ ସେମାନଙ୍କୁ ୪୧ଟି ଅଲଗା ଅଲଗା ଆମ୍ବୁଲାନ୍ସ ମାଧ୍ୟମରେ ସ୍ୱତନ୍ତ୍ର ହସ୍ପିଟାଲରେ ଚିକତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସୁଡଙ୍ଗ ଠାରୁ ହସ୍ପିଟାଲ ପର୍ଯ୍ୟନ୍ତ ୩୫ କିମି ବ୍ୟାପୀ ରାସ୍ତାକୁ ଗ୍ରୀନ୍ କରିଡର ଘୋଷଣା କରାଯାଇଥିଲା । କେବଳ ସେତିକି ନୁହେଁ ଆବଶ୍ୟକ ହେଲେ ଶ୍ରମିକମାନଙ୍କୁ ଏୟାର ଲିଫ୍ଟ ପାଇଁ ସୁଡଙ୍ଗ ନିକଟରେ ଏକ ହେଲିକପ୍ଟର ମଧ୍ୟ ରଖାଯାଇଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଉଦ୍ଧାର ପାଇଥିବା ସମସ୍ତ ଶ୍ରମିକ ଉଭୟ ମାନସିକ ଓ ଶାରିରୀକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । 

ସମ୍ପୂର୍ଣ୍ଣର୍ ଘଟଣାକ୍ରମ ଏହିପରି, ୨୦୨୩ ନଭେମ୍ବର ୨୩ ତାରିଖ ଭୋର ସାଢେ ୫ଟାରେ ଖନନ କାର୍ଯ୍ୟ ଚାଲିଥିବା ବେଳେ ସୁଡଙ୍ଗ ଧସିଗଲା । ସୁଡଙ୍ଗର ପ୍ରବେଶ ଦ୍ୱାରଠାରୁ ୨୦୦ ମିଟର ଭିତରକୁ ଉପରୁ ୬୦ ମିଟର ମାଟି ଧସି ଯାଇଥିଲା । ଏଥିରେ ୪୧ ଶ୍ରମିକ ଫସି ଯାଇଥିଲେ । ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପରେ ଆହୁରି ୧୦ ମିଟର ମାଟି ଧସି ପଡିଥିଲା । ନଭେମ୍ବର ୧୩ ତାରିଖ ସନ୍ଧ୍ୟା ସୁଦ୍ଧା ସୁଡଙ୍ଗ ଭିତରେ ୨୫ ମିଟର ପର୍ଯ୍ୟନ୍ତ ପାଇପ ପଠାଯାଇଥିଲା । ତେବେ ମାଟି ଧସିବାରୁ ଖନନ କାର୍ଯ୍ୟ ରୋକି ଦିଆଗଲା । ନଭେମ୍ବର ୧୪ ତାରିଖରେ ନରୱେ ଓ ଥାଇଲାଣ୍ଡର ବିଶେଷଜ୍ଞମାନଙ୍କ ପରାମର୍ଶ ନିଆଯାଇ ଉଦ୍ଧାର କାର୍ଯ୍ୟରେ ଅଗର ମେସିନ୍ ଓ ହାଇଡ୍ରୋଲିକ ଜ୍ୟାକ ନିୟୋଜିତ କରାଗଲା । ଉଦ୍ଧାର ବେଳେ ବାରମ୍ବାର ଅତଡା ଧସିବାରୁ ୩୫ ମିଟର ମୋଟା ପାଇପ ଯୋଗେ ଶ୍ରମିକମାନଙ୍କୁ ବାହାରକୁ ଆଣିବା ପାଇଁ ଯୋଜନା କରାଗଲା ବେଳକୁ ଖନନ ମେସିନ ଅଧାରୁ ଖରାପ ହୋଇଗଲା । ପୁନଃ ନଭେମ୍ବର ୧୫, ଅଗର ମେସିନରେ ତ୍ରୁଟି ଯୋଗୁଁ କାମ ରୋକି ଦିଆଗଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଦିଲ୍ଲୀରୁ ବାୟୁସେନାର ବିମାନ ଅଗର ମେସିନ ନେଇ ପହଞ୍ଚିଥିଲା । ନଭେମ୍ବର୧୬ ତାରିଖରେ ଅଗର ମେସିନ୍ ପୁନଃ ସଂଯୋଗ କରାଯାଇ ଖନନ ଆରମ୍ଭ ହେଲା । ନଭେମ୍ବର୧୭, ଗତିପଥରେ ପଥର ପଡିବାରୁ ଅଗର ମେସିନରେ ଖନନ ରୋକି ଦିଆଗଲା । ନୂଆ ମେସିନ୍ ଆସି ସୁଡଙ୍ଗର ଅପରପାଶ୍ୱର୍ରୁ ଉପରୁ ଖନନ କଲା । କିନ୍ତୁ ସେଦିନ ଦୁଇଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଗଲା । ସେମାନଙ୍କୁ ପାଇପ ଯୋଗେ ଔଷଧ ଦିଆଯାଇଥିଲା । ନଭେମ୍ବର ୧୮ ତାରିଖ ଦିନମାନ ଡ୍ରିଲିଙ୍ଗ କାମ ରୋକି ଦିଆଗଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରାମର୍ଶଦାତା ଭାସ୍କର ଖୁଲୱେ ଓ ଡେପୁଟି ସେକ୍ରେଟାରୀ ମଙ୍ଗେଶ ଧଲିୱାଲ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ୫ଟି ସ୍ଥାନରୁ ଖନନ ପାଇଁ ଯୋଜନା ହେଲା । ନଭେମ୍ବର ୧୯ ରେ ଶ୍ରମିକଙ୍କୁ ଖାଦ୍ୟ ପହଞ୍ଚାଇବା ପାଇଁ ଏକ ନୂତନ ସୁଡ଼ଙ୍ଗ ଖନନ ହେବା ସହ ରୋବୋ ଦ୍ୱାରା ଖାଦ୍ୟ ପଠାଇବା ପାଇଁ ଯୋଜନା ହେଲା । ନଭମ୍ବେର ୨୦ ତାରିଖରେ ଅନ୍ତର୍ଜାତୀୟ ସୁଡଙ୍ଗ ବିଶେଷଜ୍ଞ ଆର୍ଣ୍ଣୋଲ୍ଡ ଡିକ୍ସ ସୁଡଙ୍ଗ ନିକଟରେ ପହଞ୍ଚି ଭର୍ଟିକାଲ ଖନନ ପାଇଁ ଦୁଇଟି ସ୍ଥାନ ଚିହ୍ନଟ କଲେ । ଶ୍ରମିକଙ୍କୁ ଖାଦ୍ୟ ଦେବା ପାଇଁ ନୂଆ ପାଇପ ସଂଯୋଗ ହୋଇପାରିଲା । ନଭେମ୍ବର ୨୧ରେ ଏକ ଏଣ୍ଡୋସ୍କୋପିକ୍ କ୍ୟାମେରା ସୁଡଙ୍ଗ ଭିତରକୁ ଯାଇ ଫଶିଥିବା ଶ୍ରମିକଙ୍କ ଭିଡିଓ ସୁଟିଙ୍ଗ କରି ବାହାରକୁ ପଠାଇଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ଧାର ପାଇଁ ତ୍ରିସୂତ୍ରୀ ଯୋଜନା ହେଲା । ନଭେମ୍ବର ୨୨ରେ ଅଗର ମେସିନ ଦ୍ୱାରା କରାଯାଇଥିବା ୧୫ ମିଟର ଡ୍ରିଲିଙ୍ଗ ଜରିଆରେ ଶ୍ରମିକ ଉଦ୍ଧାର ନେଇ ଆଶା ଉଜ୍ୱଳ ହୋଇଥିଲା । ନଭେମ୍ବର ୨୩ରେ ଆମେରିକାନ ଅଗର ମେସିନରେ ତ୍ରୁଟି ଦେଖାଦେଲା । କିନ୍ତୁ ତା’ ପୂର୍ବରୁ ୧.୮ ମିଟର ପର୍ଯ୍ୟନ୍ତ ଖନନ ହୋଇଥିଲା । ନଭେମ୍ବର ୨୫, ଖନନ ଆରମ୍ଭ ହେଲା କିନ୍ତୁ ରାସ୍ତାରେ ପାଇପ ଆସିବାରୁ ସମସ୍ୟା ହେଲା । ନଭେମ୍ବର ୨୬ ତାରିଖ ମେସିନରେ ତ୍ରୁଟି ଯୋଗୁଁ ହାତରେ ଖନନ ଆରମ୍ଭ ହେଲା । ନଭେମ୍ବର ୨୬ରେ ଫସିଥିବା ଅଗର ମେସିନ୍ ର ୧୩.୯ ମିଟର ଲମ୍ବା ପାଇପ୍‌କୁ କଢ଼ାଗଲା ଏବଂ ୬ ଜଣିଆ ର‌୍ୟାଟ ହୋ

ଲ ମାଇନର୍ସ ଟିମ୍ ପହଞ୍ଚି ଖନନ କାର୍ଯ୍ୟରେ ସାମିଲ ହେଲେ । 

କାମରେ ଆସିଲା ଦେଶୀ ମୂଷା ଗାତ ଖୋଳା ପ୍ରକ୍ରିୟା
ବିନା କୌଣସି ମେସିନ ବା ଯନ୍ତ୍ରର ସାହାଯ୍ୟ ନନେଇ ୪୧ ଶ୍ରମିକଙ୍କୁ ଉଦ୍ଧାର କରିଥିବା ‘ର‌୍ୟାଟ ହୋଲ ମାଇନର୍ସ’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଆଗରୁ କେହି କେବେ ଶୁଣି ନଥିବା ନାଁଟି ରାତାରାତି ଲୋକପ୍ରିୟ ହୋଇଯିବା ଘଟଣା ବାସ୍ତବରେ ଚମକାଇ ଦେବା ପରି । ତେବେ ର‌୍ୟାଟ ହୋଲ ମାଇନିଙ୍ଗ ଖଣି ଖନନର ଏକ ପାରମ୍ପରିକ ପଦ୍ଧତି । ଏଥିରେ ନିୟୋଜିତ ଶ୍ରମିକମାନେ ମୂଷା ଭଳି ଗାତ ଖୋଳିବାରେ ସିଦ୍ଧହସ୍ତ । ଏମାନେ ବିଶେଷକରି ଖଣି ଖନନରେ ନିୟୋଜିତ ହୋଇଥାନ୍ତି । ମୂଷା ଭଳି ଜଣେ ବ୍ୟକ୍ତି ଲୁହାରେ ପ୍ରସ୍ତୁତ ଛୋଟ ଯନ୍ତ୍ରରେ ହାତରେ ଖନନ କରି ଖଣି ଭିତରକୁ ପ୍ରବେଶ କରେ । ଯାହା ଖନନ କରେ ତାହା ନିଜ ପଛକୁ ଫୋପାଡି ଦିଏ । ପଛରେ ଥିବା ଅନ୍ୟ ସହଯୋଗୀ ଶ୍ରମିକ ସେହି ଖନନ ଖଣିଜକୁ ସ୍ୱତନ୍ତ୍ର ଟ୍ରଲି ସାହାଯ୍ୟରେ ବାହାରକୁ ବୋହି ଆଣନ୍ତି । ତେବେ ଏହା ଏକ ବିପଜ୍ଜନକ ପ୍ରକ୍ରିୟା । କିନ୍ତୁ ଏହା ଆବଶ୍ୟକ ସ୍ଥଳେ ଫଳପ୍ରଦ ଏବଂ ଭରସାଯୋଗ୍ୟ । ତେବେ ଟନେଲ ଭିତରେ ଫସିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବାର ସମସ୍ତ ଅତ୍ୟାଧୁନିକ ଯନ୍ତ୍ର ବିଫଳ ହେବା ପରେ  ବିଶେଷଜ୍ଞମାନେ ‘ର‌୍ୟାଟ ହୋଲ ମାଇନର୍ସ’ଙ୍କୁ ମନେ ପକାଇଥିଲେ । ଏଭଳି ସମ୍ବେଦନଶୀଳ ସ୍ଥିତିରେ ମଧ୍ୟ ନିଷିଦ୍ଧ କରାଯାଇଥିବା ର‌୍ୟାଟ ହୋଲ ଖଣି ଖନନ ନେଇ କିଛି ପ୍ରଶ୍ନ କରିଥିଲେ । ହେଲେ ପ୍ରକାଶଯୋଗ୍ୟ ଯେ ୨୦୧୮ରେ ବେଆଇନ ଖଣି ଖନନ ସମୟରେ ୧୫ଜଣ ବ୍ୟକ୍ତି ବନ୍ୟାଗ୍ରସ୍ତ ଖଣିରେ ଫସି କିଛି ମୃତ୍ୟୁବରଣ କରିଥିଲେ । ଏପରି ମୃତ୍ୟୁ ଘଟଣାର ବହୁଳ ଉଦାହରଣ ମଧ୍ୟ ରହିଛି । ଏଣୁ ଏହି ପକ୍ଷକୁ ଧ୍ୟାନରେ ରଖି ଏଭଳି ଖଣି ଖନନ ପ୍ରକ୍ରିୟାକୁ ଦେଶରେ ନିଷିଦ୍ଧ କରାଯାଇଥିଲା । ଏହାର ୬ ଜଣିଆ ଟିମ୍ ନିଜର ପାରମ୍ପରିକ ହାତ ହତିଆର ଯେମିତିକି ଶାବଳ, କୋଦାଳ, ହାତୁଡି ଧରି ପହଞ୍ଚିଥିଲେ । ପରେ ସେମାନେ ଅନ୍ଧାରୁଆ ସୁଡଙ୍ଗ ମଧ୍ୟକୁ ପ୍ରବେଶ କରିଥିଲେ । ଏହି ଟିମ୍ ୨୧ ଘଣ୍ଟାରେ ୧୨ ମିଟର ଖୋଳି ପାରିଥିଲେ । ୮୦୦ ମିମି ପାଇପରେ ପଶି ସେମାନେ ଡ୍ରିଲିଙ୍ଗ କରିଥିଲେ । ୬ ଜଣ ସଦସ୍ୟ ପାଳି କରି ଖନନ କାର୍ଯ୍ୟ କରିଥିଲେ । ସୁଡଙ୍ଗ ଭିତରକୁ ଟ୍ରଲି ଯୋଗେ ଥରକରେ ଦୁଇରୁ ଅଢେଇ କୁଇଣ୍ଟାଲ ମାଟି ବାହାରକୁ ଅଣାଯାଉଥିଲା । ଦିନ ସାଢେ ଗୋଟାଏ ସୁଦ୍ଧା ସେମାନଙ୍କ ଖନନ କାର୍ଯ୍ୟ ଶେଷ ହୋଇଥିଲା । ଏହାପରେ ୩୨ ଇଞ୍ଚ ପାଇପ୍ ଦ୍ୱାରା ଶ୍ରମିକମାନଙ୍କୁ ବାହାରକୁ ଅଣାଯାଇଥିଲା । ଏହି କାମରେ ଏନଡିଆରଏଫ, ଆଇଟିବିପି, ସେନା, ଏସଡିଆରଏଫ, ସ୍ଥାନୀୟ ପ୍ରଶାସନ ନିୟୋଜିତ ହୋଇଥିଲେ । ତେବେ ସମଗ୍ର ଉଦ୍ଧାର କାର୍ଯ୍ୟରେ ଯେଉଁ ବ୍ୟକ୍ତିଜଣଙ୍କୁ ଦେଶ ଭୁଲିବ ନାହିଁ ସେ ହେଉଛନ୍ତି ଅଷ୍ଟ୍ରେଲିଆର ସୁଡଙ୍ଗ ବିଷେଶଜ୍ଞ ପ୍ରଫେସା ଆର୍ଣ୍ଣୋଲ୍ଡ ଡିକ୍ସ । ସେ ଇଣ୍ଟରନେସନାଲ ଟନେଲିଂ ଆଣ୍ଡ ଅଣ୍ଡର ଗ୍ରାଉଣ୍ଡ ସ୍ପେସ୍ ସଂଘର ସଭାପତି ମଧ୍ୟ ଅଛନ୍ତି । ତାଙ୍କ ନେତୃତ୍ୱରେ ଏବଂ ଦିଗ୍‌ଦର୍ଶନରେ ଏହି ଅପରେସନ୍‌କୁ କାର୍ଯ୍ୟକାରୀ କରାଯାଇଥିଲା । ସୁଡଙ୍ଗ ନିକଟରେ ଉପସ୍ଥିତ ରହି ପ୍ରତି କ୍ଷଣର କାର୍ଯ୍ୟକୁ ସେ ତଦାରଖ କରୁଥିଲେ । କେବଳ ନିଜ ବୁଦ୍ଧି ବଳ ଉପରେ ନିର୍ଭର ନକରି ସେ ଈଶ୍ୱରଙ୍କ ନିକଟରେ ସମସ୍ତ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା ମଧ୍ୟ କରୁଥିଲେ । ସିଲକ୍ୟାରୀ ସମେତ ଉତ୍ତରକାଶୀର ଇଷ୍ଟଦେବତା ବାବା ବୌଖନାଥଙ୍କ ପାଖରେ ପ୍ରଫେସର ଡିକ୍ସ ଆଣ୍ଠୁମାଡି ବସି ପ୍ରାର୍ଥନା କରୁଥିବାର ଏକ ଫଟୋ ବେଶ୍ ଭାଇରାଲ ହୋଇଥିଲା । ସୁଡଙ୍ଗ ସମ୍ମୁଖରେ ବାବାଙ୍କ ପ୍ରତିମା ରଖି ପୂଜାର୍ଚ୍ଚନା ମଧ୍ୟ କରାଯାଉଥିଲା । ସ୍ଥାନୀୟ ଲୋକଙ୍କ ବିଶ୍ୱାସ ବାବା ବୌଖନାଥଙ୍କ କୃପାରୁ ସମସ୍ତ ଶ୍ରମିକ ଉଦ୍ଧାର ହୋଇ ପାରିଲେ । ଜଣେ ବିଦେଶୀ ଖ୍ରୀଷ୍ଟ ମତାବଲମ୍ବୀ ଆର୍ଣ୍ଣୋଲଡ ଡିକ୍ସଙ୍କର ଈଶ୍ୱରଙ୍କ ପ୍ରତି ଏଭଳି ଆସ୍ଥା ଓ ବିଶ୍ୱାସ ସମସ୍ତଙ୍କୁ ବିସ୍ମିତ କରିଦେଇଥିଲା । ଏଠି କିଛି ଲୋକ ଈଶ୍ୱରଙ୍କ ସ୍ଥିତି, ଗ୍ରହ ନକ୍ଷତ୍ରଙ୍କର କ୍ରିୟା ପ୍ରତିକ୍ରିୟା ନେଇ ପ୍ରଶ୍ନ ଉଠାଉଥିବା ବେଳେ ଡିକ୍ସଙ୍କ ଏଭଳି ଧାର୍ମି ବିଶ୍ୱାସ ବାସ୍ତବରେ ପ୍ରଶଂସନୀୟ । ଶ୍ରମିକମାନେ ସୁରକ୍ଷିତ ଭାବେ ଉଦ୍ଧାର ହେବା ପରେ ସେମାନଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଥିଲା । ଶ୍ରମିକମାନଙ୍କ ଗାଁରେ ବାଣ ôଫୁଟାଇ ମିଠା ବାଣ୍ଟି ଉତ୍ସବ ପାଳନ କରାଯାଇଥିଲା । ଏଥିରେ ସାରା ଦେଶ ସାମିଲ ହୋଇଥିଲା । 
କେବଳ ଉଦ୍ଧାରକାରୀ ଦଳ ନୁହନ୍ତି ବରଂ ଉଦ୍ଧାର କାର୍ଯ୍ୟରେ ସାରା ଦେଶ ସାମିଲ ହୋଇଥିଲା କହିଲେ ଅତ୍ୟୁକ୍ତି ହେବନି । ମିଡିଆ ଏବଂ ସୋସିଆଲ ମିଡିଆରେ ସାରା ଦେଶ ଉଦ୍ଧାର କାର୍ଯ୍ୟ ସହ ଯୋଡି ହୋଇଥିଲା । ଶ୍ରମିକମାନଙ୍କ ଉଦ୍ଧାର କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଘଟଣା ଉପରେ ୨୪ ଘଣ୍ଟା ନଜର ରଖିଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶରେ ଉଦ୍ଧାର ପାଇଁ ଆବଶ୍ୟକୀୟ ସମସ୍ତ ସାଧନ ଏବଂ ଶକ୍ତି ଉଦ୍ଧାରକାରୀଙ୍କୁ ଯୋଗାଇ ଦିଆଯାଇଥିଲା । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ନିଜ ସରକାରର ସମସ୍ତ ସାମର୍ଥ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିବା ସହ ବାରମ୍ବାର ଘଟଣାସ୍ଥଳ ପରିଦର୍ଶନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଭି.କେ. ସିଂହ ସୁଡଙ୍ଗ ମଧ୍ୟରେ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ଉଦ୍ଧାର ପରେ ସାମାଜିକ ଗଣମାଧ୍ୟମରେ ‘ମୋଦୀ ହେ ତୋ ମୁମକିନ୍ ହେ’ ଶୀର୍ଷକ ସ୍ଲୋଗାନ୍ ଭାଇରାଲ ହେବା ସହ ଟ୍ରେଣ୍ଡ କରିଥିଲା । ଏହି ଘଟଣାରେ ସାରା ବିଶ୍ୱ ମୋଦୀଙ୍କ ନେତୃତ୍ୱ ତଥା ଉତ୍ତରାଖଣ୍ଡ ସରକାର ଏଡିଆରଏଫ ଦଳ, ଏବଂ ର‌୍ୟାଟ ମାଇନର୍ସଙ୍କ । ଏହା ସହ ଦେଶୀୟ ପଦ୍ଧତିରେ ଏହି ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ପାରିଲା ବୋଲି ଲୋକମାନେ  ପ୍ରଶଂସା କରିବା ସହ ଉଦ୍ଧାରକରୀ ଏବଂ ଶ୍ରମିକଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛି । । 
କେନ୍ଦ୍ରାପଡା
ମୋ-୯୯୩୭୭୨୨୨୬୧

Flip Book Link: https://demo.rastradeep.com/flip.aspx?fid=205

Related Post