ରାଜ୍ୟ ସରକାର ଆପାଦ ମସ୍ତକ ଦୁର୍ନୀତିରେ ବୁଡିଛନ୍ତି । କେବଳ ଭୁବନେଶ୍ୱରରେ ଗଛ ଲଗାଇବାରେ ୭କୋଟି ଟଙ୍କାର ଦୁର୍ନୀତି ହୋଇଛି । ହକି ବିଶ୍ୱକପ୍ ସମୟରେ ସୌନ୍ଦର୍ଯ୍ୟକରଣ ବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିଥିବା କୋଟି କୋଟି ଟଙ୍କା ସବୁ ଅଣଓଡ଼ିଆ ଅଫିସରଙ୍କ ମଧୁଚନ୍ଦ୍ରିକାରେ ଲୁଟ୍ କରାଯାଇଛି । ହକି ବିଶ୍ୱକପ୍ ସମୟରେ ଲାଗିଥିବା ଗଛମାନଙ୍କର ଚିହ୍ନ ବର୍ଣ୍ଣ ଏବେ ନାହିଁ । ବଡ ଆଶ୍ଚର୍ଯ୍ୟ କଥା ଯେ, ଗୋଟିଏ ଗୋଟିଏ ଗଛରେ ରାଜ୍ୟ ସରକାର ୧୨ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହା ପ୍ରମାଣିତ କରୁଛି ଯେ, କିଭଳି ‘ନବୀନ ଓଡ଼ିଶା’ରେ ଦୁର୍ନୀତି ଖୁଲମଖୋଲା ଚାଲିଛି । ଗଛଗୁଡିକ ମଧ୍ୟ ଓଡ଼ିଶାର କୌଣସି ନର୍ସରୀରୁ କିଣା
ନଯାଇ ବାହାର ରାଜ୍ୟର ନର୍ସରୀରୁ କିଣାଯାଇଛି ତାହା ମଧ୍ୟ ଏକ ଚିନ୍ତାଜନକ କଥା । ଓଡ଼ିଶାରେ ଏତେ ନର୍ସରୀ ଥାଉ ଥାଉ ବାହାର ରାଜ୍ୟର ନର୍ସରୀରୁ ରାଜ୍ୟ ସରକାର କାହିଁକି ଚଢ଼ା ଦରରେ ଗଛ କିଣିଲେ ଏହାର ଜବାବ ରାଜ୍ୟ ସରକାରଙ୍କୁ ଦେବାକୁ ପଡିବ । ଏ ସମସ୍ତ ଘଟଣାର ନିରପକ୍ଷ ତଦନ୍ତ ହେବା ଆବଶ୍ୟକ ଏବଂ ଯେଉଁମାନେ ଏହି ଚାରା ଦୁର୍ନୀତିରେ ସଂପୃକ୍ତ ଅଛନ୍ତି ସେମାନେ ଗିରଫ ହୋଇ ଜେଲ୍ ଯିବା ଦରକାର । ଯଦି ଭୁବନେଶ୍ୱରରେ ସରକାର ଏଭଳି ଆଖିରେ ଆଙ୍ଗୁଠି ଗେଞ୍ଜି ଦୁର୍ନୀତି କରିପାରୁଛନ୍ତି ତା’ହେଲେ ଉପାନ୍ତ ଜିଲ୍ଲାରେ କିଭଳି ଲୁଟ୍ପାଟ୍ ହେଉଥିବ ତାହା ଅନୁମେୟ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।
Flip Book Link:
https://demo.rastradeep.com/flip.aspx?fid=209