Latest News

ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ

ରାଷ୍ଟ୍ରଦୀପ 11/03/2024ସମାଚାର ବିବିଧା

ଖୋର୍ଦ୍ଧା ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ପଲ୍ଲାହାଟ ଶିଶୁ ମନ୍ଦିରଠାରେ ଶିବାଜୀ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଇକୋର୍ଟର ବିଶିଷ୍ଟ ଅଧିବକ୍ତା ସୁରେଶ ପଣ୍ଡା, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ପ୍ରଭାତ କୁମାର ଦାଶ ଏବଂ ମୁଖ୍ୟ ବକ୍ତା ରୂପେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ସଂଘଚାଳକ ନିରଞ୍ଜନ ସାହୁ ଯୋଗ ଦେଇଥିଲେ । ପ୍ରଭାତ ଦାଶ ଯୁବକମାନଙ୍କୁ ସତ୍ୟନିଷ୍ଠ, ଧର୍ମନିଷ୍ଠ, ଦେଶଭକ୍ତ ହେବାପାଇଁ ଆହ୍ୱାନ କରିଥିଲେ । ସେହିଭଳି ଭାବେ ହାଇକୋର୍ଟର ବିଶିଷ୍ଟ ଅଧିବକ୍ତା ସୁରେଶ ପଣ୍ଡା ଯୁବକମା

ଙ୍କୁ ଗୋ- ଗଙ୍ଗା- ଗାୟତ୍ରୀର ସୁରକ୍ଷା କରିବା ନିମିତ୍ତ ଆହ୍ୱାନ କରିଥିଲା । ବିନା କାରଣରେ ହିନ୍ଦୁଯୁବକମାନଙ୍କୁ ପ୍ରଶାସନ ନାନା ମୋକଦ୍ଦମାରେ ଫସାଉଥିବା କଥାକୁ ସମାଲୋଚନା କରିଥଲେ । ମୁଖ୍ୟ ବକ୍ତା ଶିବାଜୀଙ୍କ ଜୀବନ ଚରିତ ବର୍ଣ୍ଣନା କରିଥଲେ । ଶେଷରେ ହିନ୍ଦୁ ଜାଗରଣ ମଞ୍ଚ ଖୋର୍ଦ୍ଧାର ସଂଯୋଜକ ଆଶିଷ ବିଦୁରେନ୍ଦ୍ର ଛୋଟରାୟ ହିନ୍ଦୁ ଜାଗରଣ ମଞ୍ଚର ବାର୍ଷିକ ବିବରଣୀ ପାଠ କରିଥଲେ । ଆଗାମୀ ଦିନରେ ହିନ୍ଦୁ ଜାଗରଣ ମଞ୍ଚ ଖୋର୍ଦ୍ଧାରେ କିଭଳି ରକ୍ତର ଅଭାବ ନରହିବ ସେଥିପାଇଁ “ରକ୍ତଦାତା ଜୀବନଦାତା” କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଘୋଷଣା କରିଥଲେ ।

Flip Book Link:

Related Post