କୁଜଙ୍ଗ ସରସ୍ୱତୀ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ରଜନୀକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ରୂପେ ଶିକ୍ଷାବିକାଶ ସମିତିର ପୂର୍ବ ସମ୍ଭାଗ ସମ୍ପାଦକ ପଫୁଲ୍ଲ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ରାଷ୍ଟ୍ରଦୀପର ସମ୍ପାଦକ ଚିତ୍ତରଞ୍ଜନ ମହାପାତ୍ର, ଅନ୍ୟତମ ଅତିଥି ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ସଂଘର ସାଧାରଣ ସମ୍ପାଦକ ଅରବିନ୍ଦ ସ୍ୱାଇଁ, କୁଜଙ୍ଗ ପଞ୍ଚାୟତର ସରପଞ୍ଚ ବନ୍ଦିତା ଦାସ ବକ୍ତବ୍ୟ ଦେଇଥିଲେ ।
ଶିକ୍ଷାବିକାଶ ସମିତିର କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ଦାଶ, ପ୍ରଧାନାଚାର୍ଯ୍ୟ ପ୍ରସନ୍ନ କୁମାର ଖୁଣ୍ଟିଆ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ଆଇନଜୀବୀ କରୁଣାକର ସାହୁ ବିବରଣୀ ପାଠ କରିଥିବା ବେଳେ ସଭାପତି ରଜନୀକାନ୍ତ ଦାସ ଧନ୍ୟବାଦ ଦେଇଥିଲେ । ନିଶା ବିରୋଧୀ ସଚେତନା ପାଇଁ ଆଇନଜୀବୀ ଗତିକୃଷ୍ଣ ଶତପଥୀଙ୍କୁ ସେବା ସମ୍ମାନ, ଅନଙ୍ଗ ମହାପାତ୍ରଙ୍କୁ ଆତ୍ମଲିପି ସମ୍ମାନ ଓ ପ୍ରଧାନଶିକ୍ଷୟିତ୍ରୀ କଳ୍ପନା ସୂତାରଙ୍କୁ ଶିକ୍ଷା ସମ୍ମାନରେ ସମ୍ମାନିତ କରାଯାଇଥିଲେ । ଗୁରୁମା ତିଳୋତ୍ତମା ମହାନ୍ତି ସଂଯୋଜନା କରିଥିଲେ ।
Flip Book Link: