Latest News

କୃତ୍ରିମ ମସ୍ତିଷ୍କରୁ ତିଆରି ହାଇବ୍ରିିଡ଼ କମ୍ପ୍ୟୁଟର

ରାଷ୍ଟ୍ରଦୀପ 18/03/2024ବିଶ୍ୱ ବାତାୟନ

ନ୍ୟୁୟର୍କ ଗବେଷକଦଳ ଏଆଇ ଓ କୃତ୍ରିମ ମସ୍ତିଷ୍କ ସହାୟତାରେ ସାଧାରଣ କମ୍ପ୍ୟୁଟରକୁ ଏକ ନୂଆ ରୂପ ଦେବାକୁ ଚେଷ୍ଟାରତ । ପରୀକ୍ଷାଗାରରେ କୃତ୍ରିମ ମସ୍ତିଷ୍କ ତିଆରି ହୋଇଥିବାବେଳେ ଏହାର ନାମ ‘ମିନି ବ୍ରେନ୍‌’ ଦିଆଯାଇଛି । ୨୦୧୩ ମସିହାରେ ପ୍ରଥମଥର କାଲିଫର୍ଣ୍ଣିଆରେ ବୈଜ୍ଞାନିକମାନେ ପରୀକ୍ଷାଗାରରେ ମିନି ବ୍ରେନ୍ ତିଆରି କରି ବିଭିନ୍ନ

୍ଷେତ୍ରରେ ପ୍ରୟୋଗ କରିଥିଲେ । ହାଇବ୍ରିଡ୍ କମ୍ପ୍ୟୁଟର ଚିକିତ୍ସା, ଗବେଷଣା, ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ମନୁଷ୍ୟଙ୍କୁ ସହାୟତା ଯୋଗାଇବ ବୋଲି ଜଣାପଡ଼ିଛି । ତା’ ସହିତ ଏହି ହାଇବ୍ରିଡ୍ କମ୍ପ୍ୟୁଟର ଜ୍ଞାନକୌଶଳ ସହାୟତାରେ ଆଲଜାଇମର୍‌, ପାର୍କିନସନ୍ ରୋଗୀଙ୍କ ଯନ୍ତ୍ରଣା ମଧ୍ୟ ଅନେକାଂଶରେ ଉପଶମ କରିହେବ ବୋଲି ସ୍ପଷ୍ଟ କରିଛନ୍ତି ଗବେଷକଦଳ ।

Flip Book Link:

Related Post