ପ୍ରିୟ ରାଜୀବ ଭାଇ ଦୀକ୍ଷିତ୍ଙ୍କ ମୂଳଭୁତ ପ୍ରେରଣାରେ ଗୋ ବିଜ୍ଞାନ ପ୍ରଶିକ୍ଷଣ ବର୍ଗ ନରାଜର ଗୋଡିସାହି ଶ୍ରୀରାମଙ୍କ ମନ୍ଦିରରେ ଶିବଶକ୍ତି ଗୋ ସେବା ସଂଘ ମଙ୍ଗଳମୟ, ସାପ୍ତାହିକ ମିଳନ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦ଜଣ ମାତା, ଭଗିନୀ ଏବଂ ୮୦ ଜଣ ଯୁବକ ବନ୍ଧୁ ଯୋଗ ଦେଇଥିଲେ । ଏଥିରେ ଗବ୍ୟସିଦ୍ଧ ସୁଶାନ୍ତ କୁମାର ନାୟକ ମାର୍ଗଦର୍ଶନ କରିଥିଲେ । ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କଟକ ବିଭାଗ ପ୍ରଚାରକ ଲକ୍ଷ୍ମୀଧର ପରିଡ଼ା ଯୋଗ ଦେଇ ସାପ୍ତାହିକ ମିଳନୀକୁ ଚିରସ୍ଥାୟୀ ମଜଭୁତ ରହିବାର ମନ୍ତ୍ରଣା ଦେଇଥିଲେ । ମିଳନର ମୁଖ୍ୟ ବାବୁ ପ୍ରସାଦ ସାହୁ, ଶିବ ଶକ୍ତି ଗୋ ସେବା ସଂଘର ପ୍ରତିଷ୍ଠାତା କ୍ଷୀରୋଦ କୁମାର ଓଝା, ସଂଗଠନକୁ ଆରମ୍ଭରୁ ନିଷ୍ଠାର ସହ ଗଢ଼ି ଚାଲିଥିବା ସତ୍ୟଜିତ ସାହୁ, ସତ୍ୟ ନାରାୟଣ ସେନାପତି, ଗୋ ସେବାରେ କାର୍ଯ୍ୟରତ ଶାନ୍ତନୁ କୁ. ଦାଶ ଉପସ୍ଥିତ ରହି ପ୍ରେରଣାର କେନ୍ଦ୍ର ପାଲଟିଥିଲେ । ବର୍ତ୍ତ
ମାନର ଆଧୁନିକତା ସମୟରେ ଭାରତୀୟ ଦେଶୀ ଗୋବଂଶଙ୍କ ମହତ୍ତ୍ୱ, ଗୋ’ର ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ଅନେକ କ୍ଷେତ୍ରରୁ ମିଳୁଥିବା ଲାଭକୁ ପ୍ରାମାଣିକତାର ସହ ଲୋକମାନଙ୍କ ସାମ୍ନାରେ ରଖିବା ପାଇଁ ଆମର ଏହି ଗୋବିଜ୍ଞାନ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା ।
ଆମେ ଜାଣିଥିବା ବିଦ୍ୟାଳୟ ହେଉ କିମ୍ବା ମହାବିଦ୍ୟାଳୟରେ ଜୀବ ବିଜ୍ଞାନ, ଭୌତିକ ବିଜ୍ଞାନ ଭଳି ବିଷୟ ପାଠ୍ୟ ପୁସ୍ତକରେ ଥାଏ । କିନ୍ତୁ ପରିତାପର ବିଷୟ କିଛି ଦଲାଲଙ୍କ ଗଡ଼ ମନ୍ଥନ ପାଇଁ ପାଠ୍ୟ ପୁସ୍ତକରେ ଗୋବିଜ୍ଞାନ ଭଳି ଏକ ଗୁରତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ ନାହିଁ । ବର୍ତ୍ତମାନ ସମୟରେ ଯେଉଁଭଳି ବିଭିନ୍ନ ରାସାୟନିକ ପଦାର୍ଥ ଖାଦ୍ୟ ସାମଗ୍ରୀମାନଙ୍କରେ ଅପମିଶ୍ରଣ କରାଯାଉଛି, ଏକମାତ୍ର ଗୋବିଜ୍ଞାନ ହିଁ ଆମ ଶରୀରକୁ ରକ୍ଷା କରିବା ସହ ସୃଷ୍ଟିକୁ ସନ୍ତୁଳିତ ରଖିବ ଏଥିରେ ଦ୍ୱିମତ ନାହିଁ । ‘ଗୋମାତା ପ୍ରାଣୀ ନୁହନ୍ତି ସନାତନର ପ୍ରାଣ ଅଟନ୍ତି’ ।
Flip Book Link: