ପଶ୍ଚିମବଙ୍ଗର ସନ୍ଦେଶଖାଲୀରେ ମହିଳାମାନଙ୍କ ଉପରେ ସଙ୍ଗଠିତ ବିଡ଼ମ୍ବନା ଅତ୍ୟନ୍ତ କ୍ଷୋଭଜନକ ଅଟେ । ଏହା ଏକ ଗମ୍ଭୀର ଚିନ୍ତାର ବିଷୟ ଅଟେ । ଦୁର୍ଭାଗ୍ୟବଶତଃ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ମହିଳା ହେବା ସତ୍ତ୍ୱେ ମଧ୍ୟ ମହିଳାମାନଙ୍କ ଉପରେ ହୋଇଥିବା ଏହି ଅପରାଧ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଜନନୀ, ଜନ୍ମଭୂମି ତଥା ଜଗତ୍ଜନନୀ ଏପରି ମାତୃତ୍ୱର ତ୍ରିଧାରାକୁ ବିଶ୍ୱରେ ପ୍ରତିସ୍ଥାପନକାରୀ ସୋନାର ବାଙ୍ଗ୍ଲାରେ ନିରୀହ, ନିରପରାଧ ମହିଳାମାନଙ୍କର ଶୋଷଣ ଏବଂ କଷ୍ଟଦାୟକ ଉତ୍ପୀଡ଼ନ ସର୍ବଥା ନିନ୍ଦନୀୟ ଅଟେ । ବିଗତ କିଛି ବର୍ଷରୁ ୨୪ପ୍ରଗଣା ଜିଲ୍ଲାର ଉକ୍ତ ସୀମାବର୍ତ୍ତୀ କ୍ଷେତ୍ରରେ ସାମାଜିକ ସମ୍ପର୍କ ଛିନ୍ନଭିନ୍ନ ହେବା ଦୃଷ୍ଟିଗୋଚର ହେଉଛି । ଅରାଜକତାର ପରିବେଶ, ଅସାମାଜିକ ତତ୍ତ୍ୱମାନଙ୍କର ସକ୍ରିୟତା, ଅବୈଧ ସୀମା ପ୍ରବେଶ, ଜନସଂଖ୍ୟାକୁ ଅସନ୍ତୁଳିତ କରିବାର ପ୍ରୟାସ । ରାଷ୍ଟ୍ରର ସୁରକ୍ଷା ନିମିତ୍ତ ମଧ୍ୟ ଏହା ଅତ୍ୟନ୍ତ ଘାତକ ଅଟେ । ଉଚ୍ଚତ୍ତମ ନ୍ୟାୟାଳୟର ଶକ୍ତିପୀଠ, ରାଷ୍ଟ୍ରୀୟ ମହିଳା ଆୟୋଗ, ରାଷ୍ଟ୍ରୀୟ ମାନବାଧିକାର ଆୟୋଗ, ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ - ଏହି ସମସ୍ତ ଆଇନ୍ କାନୁନ୍କୁ ଠିକ୍ ରଖିବାବାଲା ସଂସ୍ଥାମାନଙ୍କ ଦ୍ୱାରା କଡ଼ା ଶବ୍ଦରେ ଭର୍ତ୍ସିତ ହେବାପରେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ କୌଣସି କାର୍ଯ୍ୟନୁଷ୍ଠାନ ନ ହେବା ଏବଂ ଅପରାଧିମାନଙ୍କୁ ଧରିବାର ପ୍ରୟାସ ମଧ୍ୟ ନ କରିବା, ଅପିତୁ ସମ୍ପୂର୍ଣ୍ଣ ଘଟଣାକୁ ସାମ୍ପ୍ରଦାୟିକ ରଙ୍ଗ ଚଢ଼ାଇବାର ପ୍ରୟାସ କରିବା ରାଜ୍ୟ ସରକାରଙ୍କର ହୀନ
ମାନସିକତାର ପରିଚାୟକ ଅଟେ । ରାଜ୍ୟ ପ୍ରଶାସନ ମହିଳାମାନଙ୍କର ରକ୍ଷଣ କରିବାରେ ତଥା ସେମାନଙ୍କୁ ସାମାଜିକ ନ୍ୟାୟ ଦେବାରେ ବିଫଳ ହୋଇଛି । ମହିଳାମାନଙ୍କ ଉପରେ ବର୍ବର ବଳାତ୍କାର ଏବଂ ସେମାନଙ୍କର ନିକୃଷ୍ଟ ଯୌଡ଼ ଉତ୍ପୀଡ଼ନକାରୀ ଆରୋପୀ ଶାହଜାହାଁ ଶେଖ ପରେ ଅପରାଧୀମାନଙ୍କୁ ରାଜ୍ୟସରକାରଙ୍କର ଆଶ୍ରୟ ମିଳୁଥିବା ପରି ପ୍ରତୀତ ହେଉଛି ।
ସଭ୍ୟ ସମାଜର ମସ୍ତକ ଲଜ୍ଜାରେ ନତ କରାଉଥିବା ଉକ୍ତ ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତି ନିମିତ୍ତ ରାଷ୍ଟ୍ରସେବିକା ସମିତିର ଏହି ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ମଣ୍ଡଳ ପଶ୍ଚିମବଙ୍ଗ ସରକାରଙ୍କର କଡ଼ା ଆଲୋଚନା କରୁଛି ଏବଂ ଏହି ପୀଡ଼ିତ ମହିଳାମାନଙ୍କ ପ୍ରତି ନିଜର ସମ୍ବେଦନା ବ୍ୟକ୍ତ କରି କେନ୍ଦ୍ର ସରକାର ପୁଲିସ୍ ତଥା ଯାଞ୍ଚ ଏଜେନ୍ସିକୁ ନିବେଦନ କରୁଛି କି ସମସ୍ତ ଅପରାଧୀମାନଙ୍କୁ କଠୋରତମ ଦଣ୍ଡ ପ୍ରଦାନ କରାଯାଉ । ଏତଦ୍ ସହିତ ପୀଡ଼ିତ ମହିଳାମାନଙ୍କର ଶାରୀରିକ ଏବଂ ମାନସିକ ଉପଚାର ତଥା ପୁନର୍ବିସନର ବ୍ୟବସ୍ଥା କରାଯାଉ । ଅମାନବୀୟ ଅତ୍ୟାଚାରର ଭୁକ୍ତଭୋଗୀ ନିଜର ପୀଡ଼ିତ ଭଗିନୀମାନଙ୍କର କଷ୍ଟ ପ୍ରତି ସମ୍ବେଦନ ବ୍ୟକ୍ତିକରି ରାଷ୍ଟ୍ରସେବିକା ସମିତି ସେମାନଙ୍କୁ ଏହି ଆଶ୍ୱାସନା ଦେବାକୁ ଚାହୁଁଛି ଯେ, ଏହି ଦୁର୍ଭାଗ୍ୟ ସ୍ଥିତିରେ ଆମେ ଆପଣଙ୍କ ସହିତ ଅଛୁ । ଅନ୍ୟାୟ ପ୍ରତି ନିର୍ଭୀକ ଭାବେ ପ୍ରତିବାଦର ସ୍ୱର ଉତ୍ତୋଳନ କରିବାର ଆପଣଙ୍କ ସାହସ ଆମର ଅଭିମାନ ପ୍ରତିଷ୍ଠିତ । ଏହି ଭାବନାକୁ ମନରେ ରଖି ପଶ୍ଚିମବଙ୍ଗ ତଥା ସମଗ୍ର ଦେଶର ସେବିକାଗଣ ନିଜର ଏହି ଭଉଣୀମାନଙ୍କର ଯଥାସମ୍ଭବ ସହାୟତା ନିମିତ୍ତ ତତ୍ପର ଅଟନ୍ତି ।
Flip Book Link: