Latest News

ଜାତୀୟ ବିଜ୍ଞାନ ଦିବସ ପାଳିତ

ରାଷ୍ଟ୍ରଦୀପ 18/03/2024ସମାଚାର ବିବିଧା

ସି.ଡ଼ି.ଏ, ସେକ୍ଟର-୯ ସ୍ଥିତ ମର୍କତନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁକାନ୍ତ କୁମାର ସାହୁ ସଭାପତିତ୍ୱ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ବିଶିଷ୍ଟ ଦନ୍ତରୋଗ ଚିକିତ୍ସକ ଡ଼ାକ୍ତର ଇନ୍ଦୁଭୂଷଣ କର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ପରିଚାଳନା ସମିତିର ସଂପାଦକ ସତ୍ୟବ୍ରତ ମହାନ୍ତି, କୋଷାଧ୍ୟକ୍ଷ ମନୋରଞ୍ଜନ ଦାଶ, ଯୁଗ୍ମ ସଂପାଦକ  ମିନିରାଣୀ ରାଉତ, ସଦସ୍ୟା ପ୍ରବ

ସିନୀ ସାହୁ, ସଦସ୍ୟ  ସୁବାଷ ଚନ୍ଦ୍ର ମାଝୀ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ନିରଞ୍ଜନ କୁମାର ସିଂହ ଅମୃତ ବଚନ ପାଠ କରିଥିବାବେଳେ ଆଚାର୍ଯ୍ୟ ସନ୍ତୋଷ କୁମାର ବେହେରା ଜାତୀୟ ବିଜ୍ଞାନ ଦିବସର ଉଦ୍ଦେଶ୍ୟ ଓ ଐତିହାସିକ ପୃଷ୍ଠଭୂମି ସଂପର୍କରେ ବୌଦ୍ଧିକ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କର ବିଜ୍ଞାନ ପ୍ରତିଭାକୁ ମୂଲ୍ୟାଙ୍କନ କରିବା ପାଇଁ ବିବିଧ ପ୍ରତିଯୋଗିତା ଯଥା ବିଜ୍ଞାନ ପ୍ରଶ୍ନମଞ୍ଚ, ଭାରତୀୟ ବୈଜ୍ଞାନିକମାନଙ୍କ ଫଟୋଚିତ୍ର ପ୍ରଦର୍ଶନ, କାହାଣୀ କଥନ, ବିଜ୍ଞାନ ଉପକରଣ, ପେପର କଟିଙ୍ଗ୍ ଆଦି ଆୟୋଜନ କରାଯାଇଥିଲା ଓ ଆଚାର୍ଯ୍ୟା ପୂର୍ଣ୍ଣିମା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ଓ ଶାନ୍ତିପାଠ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

Flip Book Link:

Related Post