Latest News

ଅଜୀର୍ଣ୍ଣ ଓ ତା’ର ସହଜ ଚିକିତ୍ସା

କ୍ଡା. ଦୀନବନ୍ଧୁ ମହାରଣା 15/01/2024ସ୍ୱାସ୍ଥ୍ୟ ଓ ଚିକିତ୍ସା

 ଆମେ ଖାଉଥିବା ଖାଦ୍ୟ ଠିକ ଭାବରେ ହଜମ ନ ହେବାକୁ ଓ ଭୋଜନର ପରିପାକ ଠିକ ରୂପେ ହୋଇନପାରି ଭୋଜନର ଅପରିପକ୍ୱତାକୁ ଅଜୀର୍ଣ୍ଣ କୁହାଯାଏ । 

 ବାରମ୍ବାର ଉପବାସ, ଖାଦ୍ୟ ହଜମ ହେବା ପୂର୍ବରୁ ପୁନଃ ଭୋଜନ, ଲୋଭବଶତଃ ଅଧିକ ଭୋଜନ, ଅତିଗୁରୁ ଖାଦ୍ୟ ଭୋଜନ, ପରସ୍ପର ବିରୋଧୀ ଭୋଜନ,ଋତୁବିଷମ ଆହାର, ମଳ ମୂତ୍ରାଦିର ବେଗ ରୋକିବା, ଦିବାନିଦ୍ରା, ରାତ୍ରି ଜାଗରଣ, ଅତିଚିନ୍ତା ଓ ଶୋକ ଆଦି କାରଣରୁ ଅଜୀର୍ଣ୍ଣ ଲକ୍ଷଣ ଦେଖାଯାଏ ।
 ଅଜୀର୍ଣ୍ଣର ଲକ୍ଷଣ ହେଉଛି ମଳ ଅବରୋଧ ବା କନଷ୍ଟିପେସନ୍ । ଏହା ସହ ଅଧୋବାୟୁ ଠିକ ଭାବେ ନିଃସରିତ ହୁଏ ନାହିଁ । ଶରୀରରେ ଗୁରୁତା ଅନୁଭବ କରିହୁଏ । ମୁଣ୍ଡ ବୁଲାଏ । ତୃଷା, ବାନ୍ତି ଓ ଭୋଜନରେ ଅରୁଚି ଲାଗେ । ଅଙ୍ଗ ଶିଥିଳ ହେବାପରି ଲାଗେ । ଅଜୀର୍ଣ୍ଣକୁ ଚାରି ଭାଗରେ ବିଭକ୍ତ କରାଯାଇଛି । 
ଆମାଜୀର୍ଣ୍ଣ
 ରୋଗୀକୁ ଆମାଜୀର୍ଣ୍ଣ ହେଲେ ମୁଣ୍ଡ ଓଜନ ଓଜନ ଲାଗେ, ବାନ୍ତି ଆସେ, ମସ୍ତିଷ୍କରେ ଶୋଥ, ନେତ୍ରଶୋଥ, ଭୋଜନ ଅନୁସାରେ ହାକୁଟି ଇତ୍ୟାଦି ଲକ୍ଷଣ ଦେଖାଯାଏ । 
ବିଦଗଗ୍ଧାଜୀର୍ଣ୍ଣ
 ଏଥିରେ ମୁଣ୍ଡ ବୁଲାଏ । ଶୋଷ ଲାଗେ । ରୋଗୀ ମଧ

ୟ ମୂର୍ଚ୍ଛା ଯାଇପାରେ । ଅମ୍ଳ ହାକୁଟି ଦିଏ । ଝାଳ ଅଧିକ ବହେ ।

ବଷ୍ଟବ୍‌ଧାଜୀର୍ଣ୍ଣ 
 ବଷ୍ଟବ୍‌ଧାଜୀର୍ଣ୍ଣ ହେଲେ ପେଟରେ ବାୟୁ ରହି ଗୁଡୁଗୁଡୁ ଶବ୍ଦ କରେ । ପେଟ ଫୁଲେ । ମଳ ଅବରୋଧ, ସ୍ତବ୍‌ଧତା, ମୂର୍ଚ୍ଛା ଓ ଅଙ୍ଗରେ ପୀଡା ଇତ୍ୟାଦି ଲକ୍ଷଣ ଦେଖାଯାଏ । 
ରସଶେଷାଜୀର୍ଣ୍ଣ
 ଏହା ଦେଖାଗଲେ ଅନ୍ନ ଦେଖିଲେ ଅରୁଚି ଲାଗେ ଓ ପାଟିରୁ ଛେପ ପରି ଫେଣ ବାହାରେ । ଅଜୀର୍ଣ୍ଣ ଅଧିକ ଦିନ ରୋଗୀ ଠାରେ ଦେଖାଦେଲେ ମୂର୍ଚ୍ଛା, ପ୍ରଳାପ, ବାନ୍ତି, କ୍ଲାନ୍ତି ଇତ୍ୟାଦି ଉପସର୍ଗ ଆରମ୍ଭ ହୋଇଯାଏ । 
 ରୋଗୀ ପୁରୁଣା ଚାଉଳ ଭାତ, ମୁଗ ଯୁଷ, ଲାଜାମଣ୍ଡ, ବଥୁଆ ଶାଗ, କଞ୍ଚାମୂଳା, ସଜନା, ପୋଟଳ, ଅଁଳା, ଅଦା, କଳାମରିଚ, ମେଥି, ଧନିଆଁ, ଜିରା, ଗରମ ଜଳ, ଛୋଟମାଛ ଆଦି ଖାଇବା ଉଚିତ । ଏପରି ଭୋଜନ କରିବେ ଯେପରି ଭୋଜନ ସୁପାଚ୍ୟ ହେବ । ଲଘୁ ଆହାର ବିହାର କରିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ବ୍ୟାୟାମ କରିବା ଆବଶ୍ୟକ । 
 ମଳମୂତ୍ର ଓ ଅପାନବାୟୁ ରୋକିବା ଅନୁଚିତ । ଅଧିକ ଜଳପାନ, ଆଳୁ, ମାଟିଆଳୁ, କନ୍ଦମୂଳ, ସାରୁ ଆଦି ସେବନ କରିବା ଅନୁଚିତ ।

Flip Book Link: https://demo.rastradeep.com/flip.aspx?fid=209

Related Post