Latest News

ଶ୍ୱାସରୋଗର ସହଜ ଚିକିତ୍ସା

କ୍ଡା. ଦୀନବନ୍ଧୁ ମହାରଣା 22/01/2024ସ୍ୱାସ୍ଥ୍ୟ ଓ ଚିକିତ୍ସା

ଆଜମା (ଶ୍ୱାସରୋଗ) ଗ୍ରୀକ ଶବ୍ଦରୁ ଆସିଛି । ଏହାର ଅର୍ଥ ଅଣନିଃଶ୍ୱାସୀ ବା ଅତି ଜୋରରେ ପାଟିମେଲାଇ ଧଇଁସଇଁ ହୋଇ ଶ୍ୱାସପ୍ରଶ୍ୱାସ ନେବା । ସବୁ ପ୍ରକାର ଶ୍ୱାସପ୍ରଶ୍ୱାସ କଷ୍ଟକୁ ଶ୍ୱାସରୋଗ କୁହାଯାଏ ନାହିଁ । ଏହି ରୋଗରେ ଶ୍ଲେଷ୍ମା ବା ସର୍ଦ୍ଦି ଦେଖାଦେଇଥାଏ । ଫଳରେ ପାଚକାଗ୍ନି ଦୁର୍ବଳ ହୋଇ ଖାଦ୍ୟଦ୍ରବ୍ୟକୁ ଅପରିପକ୍ୱ ରଖେ । ତେଣୁ ଶରୀର ଦୁର୍ବଳ ହୋଇ ଶ୍ୱାସଯନ୍ତ୍ରକୁ ଦୁର୍ବଳ କରିପକାଏ । ଶ୍ୱାସରୋଗୀର ଫୁସଫୁସର ବାୟୁନଳୀ ଛୋଟ ହୋଇଯିବାରୁ ନିଃଶ୍ୱାସ ଛାଡ଼ିବାରେ ବାରମ୍ବାର କଷ୍ଟ ହୁଏ ଏବଂ ଶ୍ୱାସ କଷ୍ଟ ପ୍ରବଳ ହୁଏ । ଏହି ରୋଗରେ ହଠାତ୍ ଶ୍ୱାସକଷ୍ଟ ହୋଇଥାଏ । ନିଶ୍ୱାସ ତ୍ୟାଗ ସମୟରେ ସାଇଁ ସାଇଁ ଶବ୍ଦ ହୋଇ ଫୁସଫୁସର ବାୟୁନଳୀରେ ବାୟୁର ଗତି କମ୍ ଓ ବେଶୀ ହୋଇଥାଏ । 

ଶ୍ୱାସକୁ ସାଧାରଣତଃ କ୍ଷୁଦ୍ରଶ୍ୱାସ, ତମକ, ପ୍ରତମକଶ୍ୱାସ, ଚ୍ଛିନ୍ନଶ୍ୱାସ, ଉର୍ଦ୍ଧ୍ୱଶ୍ୱାସ ଓ ମହାଶ୍ୱାସରେ ଅବସ୍ଥାନୁସାରେ ବିଭକ୍ତ କରାଯାଇଛି । 
ଶ୍ୱାସରୋଗରେ କଳା ଦୁଦୁରା ଫଳ, ଶାଖା ଓ ପତ୍ରକୁ ଖଣ୍ଡଖଣ୍ଡ କରି କାହାଳୀପରି ତା’ର ଧୂଆଁ ମୁଖରେ ଧାରଣ ଓ ପାନ କଲେ ପ୍ରବଳ ଶ୍ୱାସ ବେଶ୍ ଶାନ୍ତ ହୁଏ । ବାସଙ୍ଗ ପତ୍ରରେ ଏକ ପ୍ରକାର ଅଲ୍&zw

nj;କାଏଡ ରହିଛି । ବାସଙ୍ଗ ପତ୍ର ପନ୍ଦର କୋଡିଏ ଟିରୁ ରସ ବାହାର କରି ସେଥିରେ ଦୁଇ ଚାମଚ ମହୁ ମିଶାଇ ଦିନକୁ ଦୁଇଥର ଆଠଦଶ ଦିନ ଖାଇଲେ ଶ୍ୱାସ ଯନ୍ତ୍ରଣାରୁ ମୁକ୍ତି ମିଳେ । 

ଶ୍ୱାସରୋଗ କାରଣରୁ ଯଦି ସ୍ୱର ଭେଦ ବା ତଣ୍ଟି ପଡି ଯାଇଥାଏ ତେବେ ସଦ୍ୟ ପତ୍ରକୁ ଛେଚି ରସ ବାହାର କରି ଏକ ଚାମଚ ରସ ଏବଂ ଏକ ଚାମଚ ମହୁ ୫-୭ ଦିନ ଧରି ସେବନ କଲେ ଶ୍ୱାସ, କାଶ ଓ ସ୍ୱରଭେଦ ଭଲହୁଏ । ଅଦାରସ ସହ ପିପ୍ସଳୀ ତୂର୍ଣ୍ଣ ଓ ସୈନ୍ଧବ ଲବଣ ମିଶାଇ ସେବନ କଲେ ଏହି ରୋଗରୁ ଉପଶମ ମିଳେ । ଦୈହିକ ଦୁର୍ବଳ ହେବାପରି ସ୍ନାନ, ଭୋଜନ, ଭ୍ରମଣ, ମୈଥୁନ ଓ ନିଦ୍ରା ଆଚରଣ ନକରି ନିୟମିତ ସମୟରେ ଆହାର କରିବା ଉଚିତ । ଦହି, ପାଚିଲା କଦଳୀ, ତେନ୍ତୁଳୀ, ଖଟା, ବିରି, ଅରୁଆ, ଲୁଣିମାଛ, ଶୁଖୁଆ, ବେଶୀ ମିଠା, ଦିବାନିଦ୍ରା, ରାତ୍ରୀ ଜାଗରଣ ଆଦି ବର୍ଜନ କରିବା ଉଚିତ । 
ରୋଗୀ ଫୁଟାପାଣି ପିଇବା ସହିତ ଈଷତ୍ ଉଷୁମ ଜଳରେ ସ୍ନାନ କରିବା ଉଚିତ । ରାତିରେ ନାକରେ ଥଣ୍ଡା ପବନ ପ୍ରବେଶ କାରଣରୁ ଫୁସଫୁସରେ କଫ ଜନ୍ମହୁଏ, ଏଣୁ ଦୂରସ୍ଥାନ ବର୍ଜନୀୟ । ପୁରୁଣା ସରୁ ଚାଉଳ ଭାତ, କଞ୍ଚା ମୂଳା, ପୋଟଳ, ରସୁଣ, ସଜନାଛୁଇଁ, ମାଂସ ଝୋଳ ଇତ୍ୟାଦି ସେବନ କରିବା ଭଲ ।

Flip Book Link: https://demo.rastradeep.com/flip.aspx?fid=210

Related Post