Latest News

ଦୁର୍ଦ୍ଧର୍ଷ ସେନାନାୟକ : ଜେନେରାଲ ବିପିନ୍ ରାୱତ୍‌

ସୁଷମା ପରିଜା 15/01/2024ପୃଷ୍ଠ ଭୂମି

 ୧୯୫୮ ମସିହା ମାର୍ଚ୍ଚ ମାସ ୧୬ ତାରିଖରେ ଉତ୍ତରାଖଣ୍ଡର ପାଉରୀ ଠାରେ ଜନ୍ମଗ୍ରହଣ କରିଥିଲେ ଉଊଝ ଜେନେରାଲ ବିପିନ୍ ରାୱତ । (ଜାତୀୟ ସୁରକ୍ଷା ଆକାଦମୀରେ ଚୟନ ହେବା ପରେ ପୁନେର ଖଡକବସଲା ଓ ପରେ ଡେରାଡୁନରେ ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ତାଲିମ ନେଇ ୧୯୭୮ରେ ଗୋର୍ଖା ରେଜିମେଣ୍ଟରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ୧୯୮୭ ମସିହାରେ ଅରୁଣାଚଳର ସୁମଡରଙ୍ଗଚୁ ଉପତ୍ୟାକାରେ ଚୀନ ସହ ମୁହାଁମୁହିଁ ହେଲା ସମୟରେ ଜେନେରାଲ ବିପିନ୍ ରାୱତଙ୍କ ବାଟାଲିୟନ ନିୟୋଜିତ ଥିଲା । ଚୀନ୍ ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାରୁ ବିପିନ୍ ରାୱତଙ୍କ ବାଟାଲିୟନ ସଫଳତାର ସହ ମୁକାବିଲା କରିଥିଲା ଚୀନ ସେନାର । କିଛିଦିନ ପରେ ଉଭୟ ପକ୍ଷରୁ ଆପୋସ ବୁଝାମଣା ପରେ ଚୁକ୍ତି ସ୍ୱାକ୍ଷରିତ ହୋଇ ଯୁଦ୍ଧ ଏଡାଇଥିଲେ । ସେ ଅନେକ ଆତଙ୍କବାଦ ବିରୋଧୀ ଅପରେସନରେ ନିୟୋଜିତ ହୋଇ ସଫଳତାର ସହ ମୁକାବିଲା କରିଛନ୍ତି । କଙ୍ଗୋରେ ଜାତିସଂଘର ଶାନ୍ତି ମିଶନରେ ବି ସାମିଲ ଥିଲେ । ୨୦୧୫ ମସିହାରେ ମଣିପୁରରେ ଉଗ୍ରବାଦୀ ଅଠର ଜଣ ଭାରତୀୟ ସୈନ୍ୟଙ୍କୁ ହତ୍ୟା କଲେ । ତା’ପରେ ମ୍ୟାଁମାରରେ ରାୱତଙ୍କ ନେତୃତ୍ୱରେ ୨୧ ପାରା ରେଜିମେଣ୍ଟ ସର୍ଜିକାଲ ଷ୍ଟ୍ରାଇକ କରିଥିଲା ଉଗ୍ରବାଦୀ କ୍ୟାମ୍ପ୍‌ରେ । 

୨୦୧୬ ମସିହା ଡିସେମ୍ବର ୩୧ ତାରିଖରେ ଜେନେରାଲ ବିପିନ୍ ରାୱତ ସେନାମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୭ ମସିହା ଜୁନ୍ ମାସରେ ଡୋକଲାମ୍ ଠାରେ ଚୀନ୍ ଚୁମ୍ବୀ ଉପତ୍ୟାକାରେ ରାସ୍ତା କଲା, ଭାରତର ‘ଚିକେନ୍ସ ନେକ’ କୁହାଯାଉଥିବା ସିଲିଗୁଡି କରିଡରକୁ ଏ ରାସ୍ତା ବିପଦପୂର୍ଣ୍ଣ କରୁଥିଲା । ସେ ସମୟରେ ଜେନେରାଲ୍ ବିପିନ୍ ରାୱତଙ୍କ ନେତୃତ୍ୱରେ ସେନା ଏକ ଦୁଃସାହସିକ ପଦକ୍ଷେପ ପାଇଁ ରାଜି ହୋଇଗଲା । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ସିକ୍କିମ୍‌ର ସେନା ରେଜିମେଣ୍ଟ ଡୋକଲାମ୍ ଅଭିମୁଖେ ମାଡିଚାଲିଲା । ଚୀନ୍‌ର ରାସ୍ତା ତିଆରି ଗାଡି ମେସିନ ଭାଙ୍ଗି ପକେଇଲା । ଚୀନ୍ ସହ ମୁହାଁମୁହିଁ ହେଇ ଠିଆହେଲା । ଚୀନ୍ ସମେତ ବିଶ୍ୱର ଅନେକ ରାଷ୍ଟ୍ରଙ୍କୁ ଏମିତି ପଦକ୍ଷେପ ଆଶ୍ଚର୍ଯ୍ୟ ଚକିତ କରିଦେଲା । ସମସ୍ତେ ଭାବିନେଲେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଅବଶ୍ୟମ୍ଭାବୀ । ଚୀନ୍ ସେପଟେ ଡୋକଲାମରେ ଆକ୍ରମଣ କରିବା ପାଇଁ ବାରମ୍ବାର ପ୍ରୟାସ କରି ବିଫଳ ହେଲା । ପରିଶେଷରେ ହତାଶ ହୋଇ ଭାରତ ସହ ଶାନ୍ତି ଚୁକ୍ତି କରି ଡୋକଲାମ୍‌ରୁ ପଛଘୁଞ୍ଚା ଦେଲା । ଏମିତି ଏକ ସଂଘର୍ଷମୟ ସ୍ଥିତିରେ ଚୀନ ସହ ହିମାଳୟ ଭଳି ମୁକାବିଲା କରିବା ଆଉ ଚୀନର ଚାଲବାଜିକୁ ମାତ୍ ଦେଇ ଜେନେରାଲ ବିପିନ୍ ରାୱତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ । ଚୀନ୍‌ର ଦାଦାଗିରି ଓ ଏକ ନିଶ୍ଚିତ ଯୁଦ୍ଧ ପରିସ୍ଥିତିରୁ ମୁକ୍ତି ଦେଇ ସେନା ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ । ଭାରତ ଇତିମଧ୍ୟରେ ସୀମାରେ ସଡ଼କ ପୋଲ ଓ ଗୁରୁତ୍ୱପୂର୍ଣ୍ଣ ସେନା ପୋଷ୍ଟ ନିର୍ମାଣ କରିବାରେ ଲାଗିଲା । କିନ୍ତୁ ଚୀନ୍ ଏହାକୁ ବିରୋଧ କଲା । ଦୀର୍ଘ ଦିନର ନୀରବତା ପରେ ୨୦୨୦ ମସିହାରେ ଚୀନ ପୂର୍ବ ଲଦାଖରେ ପୁଣି ଆକ୍ରମଣ କରି ଡୋଗ୍ରା, ଦେପସଙ୍ଗ୍‌, ପେଙ୍ଗୋଙ୍ଗ୍‌, ସୋ ଲେକ୍ ଆଦି ଅଞ୍ଚଳକୁ କବ୍‌ଜା କରିନେଲା । ଭାରତ ସେତେବେଳେ ପ୍ରଥମ ଉଊଝ ଭାବରେ ବିପିନ୍ ରାୱତ ଦାୟିତ୍ୱରେ ଥିଲେ । ଭାରତ ମଧ୍ୟ ନିଜର ସେନାବାହିନୀ ପଠେଇ କଡା ମୁକାବିଲା କଲା । ଗଲୱାନ ଉପତ୍ୟାକାରେ ଚୀନ୍ ଛଳନା ପୂର୍ବକ ଆ

କ୍ରମଣ କରି ଭାରତର କୋଡ଼ିଏ ଜଣ ଯବାନଙ୍କୁ ହତ୍ୟା କରିଦେଲା । ବଦଳରେ ଭାରତ ମଧ୍ୟ ପ୍ରତି ଆକ୍ରମଣ କରି ଚାଳିଶିରୁ ଉର୍ଦ୍ଧ୍ୱ ଚୀନ୍ ସେନାଙ୍କ ମୁଣ୍ଡ ନେଲା । ଏମିତି ତ୍ୱରିତ ପ୍ରତି ଆକ୍ରମଣ ଦେଖି ଚୀନ୍ ସମେତ ବିଶ୍ୱର ସମସ୍ତ ରାଷ୍ଟ୍ର ସ୍ତବ୍ଧ ହେଇଗଲେ । ଭାରତର ରଣନୀତି ଯେ ବଦଳି ସାରିଛି ଏକଥା ସାରା ବିଶ୍ୱ ଅନୁଭବ କଲା । 

ଭାରତର କଠୋର ଆଭିମୁଖ୍ୟ ଦେଖି ଚୀନ୍ ଆପୋସ ଆଲୋଚନା ପାଇଁ ରାଜି ହେଲେ ମଧ୍ୟ ପଛକୁ ହଟିଲା ନାହିଁ । ପେଙ୍ଗୋଙ୍ଗ ସୋ ଲେକ୍‌ର ଉତ୍ତର ପାଖରେ ସ୍ଥାୟୀ ବଙ୍କର ନିର୍ମାଣ କରି ସେଇଟା ନିଜର ବୋଲି ଦାବି କଲା । ଏମିତି ପରିସ୍ଥିତିରେ ଭାରତ ପେଙ୍ଗୋଙ୍ଗ ସୋ ଲେକ୍‌ର ଦକ୍ଷିଣ ଦିଗରେ ଥିବା କୈଳାସ ରେଞ୍ଜ୍‌ର ବ୍ଲାକ୍ ଟପ୍ ପାହାଡକୁ ଦଖଲ କରି ଚୀନ୍‌ର ନିଦ ହଜେଇ ଦେଲା । ରଣନୀତି ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏଇ ପାହାଡ ଚୀନ୍ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଲା । ଅନେକ ବୈଠକ ପରେ ଅଗତ୍ୟା ଚୀନ୍ ପେଙ୍ଗୋଙ୍ଗ ସୋ ରେ ନିଜର ସ୍ଥାୟୀ ନିର୍ମାଣ ହଟେଇ ଭାରତ ସହ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଲା । ଉଭୟ ସେନା ପଛକୁ ହଟିଲେ ଏବଂ ଆଉ ଏକ ଯୁଦ୍ଧ ପରିସ୍ଥିତିରୁ ମୁକ୍ତି ମିଳିଲା । ଏ ସମସ୍ତ ରଣନୀତି ପାଇଁ ଜେନେରାଲ୍ ବିପିନ୍ ରାୱତ ହିଁ ସବୁଠାରୁ ସଫଳ ସେନାପତି ଭାବରେ ଦାୟିତ୍ୱ ତୁଲାଇଥିଲେ । 
 ସୁରକ୍ଷା ମାମଲାରେ ଭାରତ ସରକାରଙ୍କ ଦୁଇ ଚକ୍ଷୁ ସଦୃଶ ପ୍ରତିରକ୍ଷା ବିଶେଷଜ୍ଞ ଶ୍ରୀ ଅଜିତ ଡୋଭାଲ୍ ଏବଂ ଜେନେରାଲ୍ ବିପିନ ରାୱତ । ମ୍ୟାଁମାର ପାକିସ୍ତାନ ଚୀନ୍ ସହ ମୁହାଁମୁହିଁ ମୁକାବିଲା କୁ ସଠିକ ପରିଚାଳନା ଓ ଆତଙ୍କବାଦ ବିରୋଧରେ ଜିରୋ ଟୋଲରାନ୍ସ ନୀତିର ପ୍ରୟୋଗ କରି ଭାରତକୁ ଏକ ସୁରକ୍ଷିତ ଦେଶ ରୂପେ ଗଢିବାରେ ଉଭୟେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମହାନ୍ ଯୋଦ୍ଧା ଜେନେରାଲ୍ ବିପିନ୍ ରାୱତଙ୍କ ଦେହାନ୍ତ ଖୁବ୍ ଦୁଃଖଦାୟକ ଓ ଏହା ଭାରତର ପ୍ରତିରକ୍ଷା ବିଭାଗ ରେ ଏକ ବଡ଼ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।
୨୦୧୫ ମସିହାରେ ମ୍ୟାଁମାରରେ ସର୍ଜିକାଲ ଷ୍ଟ୍ରାଇକ ପୂର୍ବରୁ ଜେନେରାଲ୍ ବିପିନ୍ ରାୱତ ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । କିନ୍ତୁ ୨୦୨୨ ମସିହା ଡ଼ିସେମ୍ବର ମାସର ୨୧ ତାରିଖ ଦିନ ତାମିଲନାଡ଼ୁର କୋଏମ୍ୱାଟୁର୍‌ରୁ ବାର ଜଣ ସେନାଧିକାରୀ ଏବଂ ନିଜ ଧର୍ମପତ୍ନୀ ମଧୁଲିକା ରାୱତଙ୍କ ସହିତ ହେଲିକପ୍ଟରରେ ଯାତ୍ରା କରୁଥିବା ସମୟରେ ଅଚାନକ ଦୁର୍ଘଟଣା ଘଟି ସମସ୍ତଙ୍କ ପ୍ରାଣହାନି ଘଟିଥିଲା । ଅନେକ ବିପଦକୁ ଅକ୍ଳେଶରେ ଟାଳି ଦେଇଥିବା ମହାନ୍ ଯୋଦ୍ଧାଙ୍କ ସମୟ ଏଥର ତାଙ୍କର ସପକ୍ଷରେ ନଥିଲା ବୋଧହୁଏ । ଏହି ଦୁର୍ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ କରି ଦେଇଥିଲା । ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ବ୍ୟବସ୍ଥାକୁ ପରାହତ କରି ହେଲିକପ୍ଟର ଏମିତି ଦୁର୍ଘଟଣା ଗ୍ରସ୍ତ ହେବାର ଖବରଟି ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ହେବା ବି ଅଧିକ ଆଶ୍ଚର୍ଯ୍ୟଜନକ ଲାଗୁଛି । ଏଇଟି ସାଧାରଣ ଦୁର୍ଘଟଣା କି କେଉଁ ଅନ୍ତର୍ଘାତୀ କାର୍ଯ୍ୟ ତାହା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନଥିବା ବେଳେ ଅଧିକ ତଦନ୍ତସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହୁଏ । ଚୀନର ଅନେକ ଷଡ଼ଯନ୍ତ୍ରକୁ ହିମାଳୟ ପ୍ରାଚୀର ପରି ସାମ୍ନା କରିଥିବା ଏହି ମହାନ ଯୋଦ୍ଧାଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । 

Flip Book Link: https://demo.rastradeep.com/flip.aspx?fid=209

Related Post