ପଞ୍ଜାବ ଲୁଧିଆନାର ପରବିନ୍ଦର ଚାୱଲ ନାମକ ଜଣେ ମହିଳା ହ୍ୱିଲ୍ଚେୟାରରେ ୫୯ଟି ରାଷ୍ଟ୍ର ବୁଲଛନ୍ତିି ହୋଇଛନ୍ତି । ସେ ଗତ ୫ବର୍ଷ ମଧ୍ୟରେ ହ୍ୱିଲ୍ଚେୟାରରେ ଏକା ଏକା ସ୍ୱିଜରଲାଣ୍ଡ, କାନଡା, ଅଷ୍ଟ୍ରେଲିଆ, ଚୀନ୍ ଭଳି ରାଷ୍ଟ୍ର ବୁଲି ସାରିଲେଣି । ମୁମ୍ବାଇରେ ରହୁଥିବା ୫୨ ବର୍ଷୀୟା ପରବିନ୍ଦର ଚାୱଲା ଛୋଟବେଳୁ ସମସ୍ତ ଖେଳରେ ପ୍ରବୀଣ ଥିଲେ । ସେ ସାଇକେଲିଂ, ସୁଇମିଂ ଭଳି ଅନେକ ଖେଳରେ ସମସ୍ତଙ୍କଠାରୁ ଆଗୁଆ ରହୁଥିଲେ । ୧୦ମ ଶ୍ରେଣୀରେ ପଢ଼ୁଥିବା
େଳେ ତାଙ୍କ ହାତ ମୁଠା ଖୋଲିବାରେ ତାଙ୍କୁ ଅସୁବିଧା ହୋଇଥିଲା । ଏହାପରେ ପରବିନ୍ଦର କଲେଜରେ ପାଠ ପଢ଼ିବା ସମୟରେ ତାଙ୍କୁ ୟୁର୍ମେଟାଇଡ ଆର୍ଥ୍ରୋଇଟିସ୍ ରୋଗହୋଇଥିଲା । ସେବେଠାରୁ ତାଙ୍କୁ ଏକ ହ୍ୱିଲ୍ଚେୟାରର ସାହାଯ୍ୟ ନେବାକୁ ପଡ଼ିଥିଲା । ସେ ଏଥିରେ ନଭାଙ୍ଗି ପଡ଼ି ମୁମ୍ବାଇରେ ନିଜ ପାଇଁ ଚାକିରି ଖୋଜି ପ୍ରାୟ୬ବର୍ଷ ସେଠାରେ କାମ ମଧ୍ୟ କରିଥିଲେ । ପରେ ସେ ଏକା ସବୁଆଡେ ବୁଲିବାକୁ ନିଷ୍ପତ୍ତି କଲେ । ସେ ବାଲିଠାରୁ ତାଙ୍କ ପ୍ରଥମ ଯାତ୍ରା ଆରମ୍ଭ କରିଥିଲେ ।
Flip Book Link:
https://demo.rastradeep.com/flip.aspx?fid=208