ଭାରତ ଏକ ପ୍ରାଚୀନ ରାଷ୍ଟ୍ର । ସାଂସ୍କୃତିକ ଦୃଷ୍ଟିରେ ବିଶ୍ୱର ପ୍ରଥମ ରାଷ୍ଟ୍ର । ଋଗ୍ବେଦ ବିଶ୍ୱ ମାନବତାର ପ୍ରାଚୀନତମ ଶବ୍ଦ-ସାକ୍ଷ୍ୟ । ମହାଭାରତ ଓ ରାମାୟଣ ଦୁନିଆର ଲବ୍ଧପ୍ରତିଷ୍ଠିତ ମହାକାବ୍ୟ । ଦର୍ଶନ, ବିଜ୍ଞାନ ଓ ଗଣିତରେ ମଧ୍ୟ ଭାରତର ପ୍ରତିଷ୍ଠା ଅନନ୍ୟ । ଏହା ସତ୍ତ୍ୱେ କଥିତ ଉଦାରବାଦୀ ଓ ବାମବାଦୀ ଗୋଷ୍ଠୀ ଏ ପୂତଭୂମିର ପ୍ରାଚୀନ ଜ୍ଞାନଗ୍ରନ୍ଥଙ୍କୁ ମଧ୍ୟ କାଳ୍ପନିକ କହିଚାଲିଛନ୍ତି । ଅପର ପାଶ୍ୱର୍ରେ, ଭାରତୀୟ ପ୍ରତ୍ନତତ୍ତ୍ୱବିତ୍ ସର୍ବେକ୍ଷଣ ବା ଏଏସ୍ଆଇର ଉତ୍ଖନନରୁ ପ୍ରାପ୍ତ ସାକ୍ଷ୍ୟ, ସଭ୍ୟତା ଓ ସଂସ୍କୃତିକୁ ଯଥାର୍ଥ ସିଦ୍ଧ କରିଆସିଛନ୍ତିି । ସଦ୍ୟ ସୂଚନା ଉତ୍ସାହବର୍ଦ୍ଧକ । ନ୍ୟାୟାଳୟ ବାଗପତର (ଉତ୍ତର ପ୍ରଦେଶ) ବରନାବା କ୍ଷେତ୍ରରେ ମହାଭାରତକାଳୀନ ଲାକ୍ଷାଗୃହର ସନ୍ଧାନ ତଥା ଚିହ୍ନିତ କରିଛନ୍ତି । ୧୯୫୩ରେ ଖୋଦେଇ କାର୍ଯ୍ୟ ସମୟରେ ଏଠାରେ ପ୍ରାୟ ୪୫୦୦ ବର୍ଷ ପୁରୁଣା ପ୍ରତ୍ନତାତ୍ତ୍ୱିକ ମହତ୍ତ୍ୱସମ୍ପନ୍ନ ସାମଗ୍ରୀ ମିଳିଥିଲା । ୧୯୭୦ରେ ଉତ୍ତର ପ୍ରଦେଶ ୱାକ୍ଫ୍ ବୋର୍ଡ୍ ଏହାକୁ ତାଙ୍କ ନିଜ ମଜହବ୍ର ମଜାର୍ ଓ କବରସ୍ଥଳୀ କହିଥିଲା । ହିନ୍ଦୁ ପକ୍ଷର ଦୃଢ଼ୋକ୍ତି ଅନୁସାରେ ତାହା ବାସ୍ତବରେ ଥିଲା ପାଣ୍ଡବଙ୍କର ଲାକ୍ଷାଗୃହ । ଏହିଠାରେ ଦୁର୍ଯ୍ୟୋଧନ ପାଣ୍ଡବଙ୍କୁ ଜଳାଇ ମାରିଦେବାର ଷଡ଼ଯନ୍ତ୍ର କରିଥିଲା । ଲାକ୍ଷାଗୃହ ସହ ସଂଯୁକ୍ତ ଏକ ସୁଡ଼ଙ୍ଗର ମଧ୍ୟ ସନ୍ଧାନ କରାଯାଇଛି । ପାଣ୍ଡବମାନେ ଏହି ସୁଡ଼ଙ୍ଗ ଦେଇ ବାହାରି ଜୀବନ ରକ୍ଷା କରିଥିଲେ । ଏ ସ୍ଥାନରୁ ପ୍ରାଚୀନ କାଳୀନ ବାସନ ଓ ଅନ୍ୟ କିଛି ପ୍ରମାଣ ମଧ୍ୟ ପ୍ରାପ୍ତ ହୋଇଛି । ଏବେ ଯାଇ, ଯୋଗୀ ବାବାଙ୍କ ଶାସନ କାଳରେ, ମହାଭାରତକାଳୀନ ବିଶିଷ୍ଟ ସ୍ଥାନର ଚିହ୍ନଟ ସମ୍ଭବ ହୋଇପାରିଛି । ହିନ୍ଦୁୁ ଉପାସନା ପୀଠ ଓ ସମ୍ପତ୍ତି ଉପରେ ଶ୍ୟେନ ଦୃଷ୍ଟି ପାଇଁ ୱାକ୍ଫ୍ ବୋର୍ଡ୍ କୁଖ୍ୟାତ । ସେ ପ୍ରାୟତଃ ଏପରି ସବୁ ସ୍ଥାନ ଉପରେ ଅଧିକାର ସାବ୍ୟସ୍ତ କରିବାର ପ୍ରୟାସ କରିଆସିଛି, ଯାହାର ଇତିହାସ ଭାରତକୁ ଇସଲାମ୍ ଆସିବାର ବହୁ ପୁରାତନ । ତେଣୁ ଦେଶର ସାମରିକ ବାହିନୀ ଓ ରେଳବାଇ ବିଭାଗ ପରେ ଦେଶର ସର୍ବାଧିକ ପରିମାଣର ଭୂ-ସମ୍ପତ୍ତି ୱାକ୍ଫ୍ କବ୍ଜାରେ ରହିଛି । ୱାକ୍ଫ୍ ବୋର୍ଡ୍ ପ୍ରାୟ ୧୦ଲକ୍ଷ ଏକର ଭୂମିର ମାଲିକ!
ଭାରତୀୟ ସଂସ୍କୃତି ଓ ସଭ୍ୟତା ବିଶ୍ୱବିଖ୍ୟାତ, କିନ୍ତୁ ସ୍ୱଘୋଷିତ ଉଦାରବାଦୀ ଗୋଷ୍ଠୀ ଋଗ୍ବେଦକୁ ଗାଈ ଚରାଳିଙ୍କ ଗୀତ କହିଆସିଛନ୍ତି । ୟୁନେସ୍କୋ ଏହାକୁ ବେଶ୍ ପୂର୍ବରୁ ବିଶ୍ୱ ଐତିହ୍ୟ ରୂପେ ଘୋଷିତ କରିଦେଇଛି । ବିଶ୍ୱ ଐତିହ୍ୟ ସୂଚୀରେ ଏବେ ୪୨ଟି ଭାରତୀୟ ସ୍ଥାନ ରହିଛି । ମୋଦୀ ସରକାର ଆଉ ୪୧ଟି ସ୍ଥାନକୁ ଏଥିରେ ସାମିଲ୍ କରାଯିବା ପାଇଁ ଅନୁରୋଧ କରିଛନ୍ତି । ଏଥିରୁ ଦୁଇଟିକୁ ସ୍ଥାନିତ କରାଯାଇସାରିଛି । ମଧ୍ୟଯୁଗରେ ବିଦେଶୀ ଆକ୍ରମଣକାରୀ ଲକ୍ଷାଧିକ ମଠ-ମନ୍ଦିର ଧ୍ୱସ୍ତ କରିଥିଲେ । ବିଭିନ୍ନ ସ୍ଥାନରେ ଘଟିତ ଏଏସ୍ଆଇର ଉତ୍ଖନନର ପରିଣାମସ୍ୱରୂପ ସେଠାରୁ ପ୍ରାଚୀନ ସଭ୍ୟତାର ଅବଶେଷ ପ୍ରାପ୍ତ ହେଉଛି । ୨୦୧୮ରେ ସଂସ୍କୃତି ମନ୍ତ୍ରାଳୟ ସହ ସମ୍ବନ୍ଧିତ ସିନ୍ଧୁ ସଭ୍ୟତାର ଅଧ୍ୟୟନ ସମିତି ହରିଆଣାର ଭିରାନା ଓ ରାଖୀଗଡ଼ିର ଖୋଦେଇର ଅଧ୍ୟୟନକୁ ଗୁରୁତ୍ୱସମ୍ପନ୍ନ କହିଥିଲେ । ଏହି ପ୍ରତ୍ନତାତ୍ତ୍ୱିକ କ୍ଷେତ୍ରରେ ସମ୍ପନ୍ନ କାର୍ବନ୍ ଡେଟିଙ୍ଗ୍ ଅନୁସାରେ ତାହା ଖ୍ରୀଷ୍ଟପୂର୍ବ ୭୦୦୦-୬୦୦୦ବର୍ଷ ପୁରୁଣା ସଭ୍ୟତାର ବୋଲି ଅନୁମାନ କରାଯାଇଛି । ଏ ଅବଧି ବୈଦିକ କାଳର ସଭ୍ୟତା ସହ ମେଳ ଖାଏ । କାର୍ବନ୍ ଡେଟିଙ୍ଗ୍ ବିଶ୍ଲେଷଣକୁ ପ୍ରାଚୀନ ସମୟ ସହ ସଂଯୁତ କରି ଅଧ୍ୟୟନ କରାଯିବା ଉଚିତ ।
ଋଗ୍ବେଦ ଓ ହରପ୍ପା ସଭ୍ୟତାରେ ଅନେକ ସାମଞସ୍ୟ ବିଦ୍ୟମାନ, କିନ୍ତୁ କିଛି ତତ୍ତ୍ୱ ହରପ୍ପାକୁ ପ୍ରାଚୀନ ଓ ବୈଦିକ ସଭ୍ୟତାକୁ ପରବର୍ତ୍ତୀ ସମୟରେ କହନ୍ତି । ଏମାନଙ୍କର ତର୍କ ବିକୃତ ଓ ଉଦ୍ଦେଶ୍ୟ ପ୍ରଣୋଦିତ । ଏମାନେ ହରପ୍ପାକୁ ନଗରୀୟ ଓ ଋଗ୍ବୈଦିକ ସଭ୍ୟତାକୁ ଗ୍ରାମୀଣ କହନ୍ତି; କିନ୍ତୁ ଋଗ୍ବେଦରେ ନଗରୀୟ ସଭ୍ୟତାର ଅନେକ ଉଲ୍ଲେଖ ରହିଛି । ଏଠାରେ ନଗର ଉଦ୍ଦେଶ୍ୟରେ ‘ପୁର’ ଶବ୍ଦ ଓ ନଗର ପ୍ରମୁଖଙ୍କ ପାଇଁ ‘ପୌର’ ଶବ୍ଦର ଉପଯୋଗ କରାଯାଇଛି । କଥିତ ଉଦାରବାଦୀ ତତ୍ତ୍ୱ ନିଜର କଥନକୁ ନେଇ ଲଜ୍ଜିତ ହେବା କଥା, ନିର୍ଲଜ୍ଜଙ୍କ କ୍ଷେତ୍ରରେ ତ ଏହା ପ୍ରଯୁଜ୍ୟ ନୁହେଁ । ଏମାନେ ତ ସୁମେରୀ ସଭ୍ୟତାକୁ ହରପ୍ପା ଠାରୁ ମଧ୍ୟ ପ୍ରାଚୀନ କହନ୍ତି । ହରପ୍ପାକୁ ସୁମେରୀ ସଭ୍ୟତାର ଛାୟା କୁହାଯାଇଛି । ଏ ଜନ୍ତୁମାନଙ୍କୁ ସରସ୍ୱତୀ ନଦୀର ଭୌଗୋଳିକ ପ୍ରମାଣ ଦେଖାଯାଏନାହିଁ । ଋଗ୍ବେଦ କାଳରେ ସରସ୍ୱତୀ ନଦୀ ଜଳରେ ପରିପୂର୍ଣ୍ଣ ଥିଲା । ଏ ତଥ୍ୟ ହରପ୍ପା ଠାରୁ ମଧ୍ୟ ପୁରୁଣା ।
ସୁମେରୀ, ମିନୋବନ, ମୀତନ୍ନୀ ଓ ହିତ୍ତି ସଭ୍ୟତା ବୈଦିକ ସଭ୍ୟତାର ପରବର୍ତ୍ତୀ ସମୟର ଅଟେ । ଦୁନିଆର କୌଣସି ସଭ୍ୟତା ଏବଂ ସଂସ୍କୃତିର ଅଧ୍ୟୟନ ଋଗ୍ବେଦକୁ ବାଦ୍ ଦେଇ କରାଯାଇପାରିବନାହିଁ । ଋଗ୍ବେଦରେ ବରୁଣଙ୍କ ଘରକୁ ଶତ ଖମ୍ବ ବିଶିଷ୍ଟ କୁହାଯାଇଛି । ଋଗ୍ବେଦ, ମହାଭାରତ ଓ ରାମାୟଣରେ ସଭାଗୃହର ମଧ୍ୟ ଉଲ୍ଲେଖ ରହିଛି । ସଭାଗୃହମାନଙ୍କରେ ସଭା, ସମ୍ମିଳନୀ, ବୈଠକ ହେଉଥିଲା । ଅଯୋଧ୍ୟା, ମଥୁରା, କାଶୀ, ପାଟଳିପୁତ୍ର ଓ ଉଜୈନ ଆଦି ଥିଲେ ବିଶ୍ୱଚର୍ଚ୍ଚିତ ପ୍ରାଚୀନ ନଗର ।
ସାମ୍ରାଜ୍ୟବାଦୀ ଶକ୍ତି ଭାରତକୁ ସଦା-ପରାହତ ସିଦ୍ଧ କରିବା ଉଦ୍ଦେଶ୍ୟରେ ମୂଳ ଅଧିବାସୀ ଆର୍ଯ୍ୟଙ୍କୁ ବିଦେଶୀ ଆକ୍ରମଣକାରୀ କହିଆସିଛନ୍ତି । ସେମାନଙ୍କର ତର୍କ ଅନୁସାରେ ଆମେ ବିଦେଶୀ । ଏହା ପୂର୍ବରୁ ଏଠାରେ ଇସଲାମ୍ର ଶାସନ ଥିଲା । ଇସଲାମ୍ ପୂର୍ବରୁ ଏଠାରେ ଥିଲେ ବିଦେଶୀ ଆର୍ଯ୍ୟ ଆକ୍ରମଣକରୀ । ଏ ଅବଧାରଣାର ସମୁଚିତ ପ୍ରତିକାର କରାଗଲା । ଏହା ପରେ ଏମାନେ ଲଜ୍ଜିତ ପ୍ରତୀତ ସିନା ହୁଅନ୍ତି, କିନ୍ତୁ ବାସ୍ତବରେ ଲଜ୍ଜା ନାମକ କୌଣସି ଚିଜ ଏମାନଙ୍କ ପାଖରେ ନାହିଁ । ଆଜି ଏମାନେ ଆର୍ଯ୍ୟଙ୍କୁ ‘ବିଦେଶୀ ଆକ୍ରମଣକାରୀ’ ତ’ କହୁନାହାନ୍ତି, କେବଳ ‘ବିଦେଶୀ’ କହୁଛନ୍ତି । ରାଖୀଗଡ଼ି ଓ ସିନୌଲିରେ ଏଏସ୍ଆଇ ଖ୍ରୀଷ୍ଟପୂର୍ବ ୨୦୦୦-୧୮୦୦ ସମୟର ତାମ୍ର ସାମଗ୍ରୀ ଓ କିଛି ମୂର୍ତ୍ତିସଜ୍ଜିତ ରଥ ପାଇଥିଲା । ଅସ୍ତ୍ରଶସ୍ତ୍ର ଓ ଆଭୂଷଣ ମଧ୍ୟ ମିଳିଥିଲା । ବୈଦିକ କାଳରୁ ନେଇ ରାମାୟଣ-ମହାଭାରତ ପର୍ଯ୍ୟନ୍ତ ରଥ ଏକ ସମ୍ମାନସୂଚକ ବାହନ/ଯାନ ରହିଆସିଥିଲା । ଶ୍ରୀ ବି ପି କାଣେ ‘ଧର୍ମଶାସ୍ତ୍ରର ଇତିହାସ’ରେ ବୈଦିକ ସଂହିତାଙ୍କର ଅବଧି ଖ୍ରୀଷ୍ଟପୂର୍ବ ୪୦୦୦-୧୦୦୦ କହିଛନ୍ତି । ଋଗ୍ବେଦର କିଛି ଅଂଶ ୫୦୦୦ ବର୍ଷ ଠାରୁ ମଧ୍ୟ ପୁରୁଣା । ଋଗ୍ବେଦର ରଚନା କାଳ ପୂର୍ବରୁ ହିଁ ଭାରତବାସୀ ରଥର ଉପଯୋଗ କରୁଥିଲେ । ରଥରେ ଅଶ୍ୱଙ୍କୁ ସଂଯୁତ କରାଯାଉଥିଲା । ଅଶ୍ୱ ମଧ୍ୟ ଥିଲେ ଭାରତୀୟ । ମ୍ୟାକ୍ଡନେଲ୍ ଓ କିଥ୍ ‘ବୈଦିକ ଇଣ୍ଡେକ୍ସ’ରେ କହିଛନ୍ତି, “ସିନ୍ଧୁ ଓ ସରସ୍ୱତୀ ତଟର ଘୋଡ଼ା ମୂଲ୍ୟବାନ୍ ଥିଲେ ।” ଋଗ୍ବେଦର ଇନ୍ଦ୍ରଙ୍କୁ ଅଶ୍ୱପତି କୁହାଯାଇଛି । ଘୋଡ଼ା ଓ ରଥ ଥିଲେ ସମୃଦ୍ଧିର ପ୍ରତୀକ । ଉପନିଷଦରେ ଇନ୍ଦ୍ରିୟଙ୍କୁ ଘୋଡ଼ା କୁହାଯାଇଛି । ସୂର୍ଯ୍ୟଦେବ ରଥାରୂଢ଼ । କାଳ ଦେବତା ମଧ୍ୟ ରଥରେ ଯାତାୟାତ କରିଥାନ୍ତି । ଅଥର୍ବବେଦର କାଳସୂକ୍ତରେ ଜ୍ଞାନୀ ହିଁ କାଳରଥ ଉପରେ ବସିପାରନ୍ତି । ସୁମେରୀ ସଭ୍ୟତାରେ ମଧ୍ୟ ରଥ ଥିଲା, କିନ୍ତୁ ସେ ସବୁରେ ଚକ ଓ ସାଜ ରହୁନଥିଲା । ବାଗପତରେ ଉତ୍ଖନନରୁ ପ୍ରାପ୍ତ ୨୦୦୦ବର୍ଷ ପୁରୁଣା ରଥ ପ୍ରାଚୀନ ବୈଦିକ ସଭ୍ୟତାର ଜ୍ୱଳନ୍ତ ପ୍ରମାଣ । ପ୍ରମାଣ ଆହୁରି ଅନେକ ରହିଛି । ରାଖୀଗଡ଼ିର ୫୦୦୦ବର୍ଷ ପୁରୁଣା ନରକଙ୍କାଳର କିଛି ବର୍ଷ ପୂର୍ବେ ହୋଇଥିବା ଡିଏନ୍ଏ ପରୀକ୍ଷଣ ସମସ୍ତଙ୍କୁ ଆଚମ୍ବିତ କରିଥିଲା । ଡେକାନ୍ କଲେଜ୍ (ପୁଣେ)ର କୁଳପତି ବସନ୍ତ ଶିନ୍ଧେ ଓ ବୀରବଲ୍ ପ୍ରୟୋଗଶାଳାର ପ୍ରମୁଖ ନୀରଜଙ୍କ ନେତୃତ୍ୱରେ ସମ୍ପନ୍ନ ଡିଏନ୍ଏ ପରୀକ୍ଷଣ ଅନୁସାରେ ଶବ ସଂସ୍କାର ଶୈଳୀ ଋଗ୍ବୈଦିକ ସମାଜ ସହ ମେଳ ଖାଏ । କଙ୍କାଳ ପରୀକ୍ଷଣରେ ଉନ୍ନତ ସ୍ୱାସ୍ଥ୍ୟ ଓ ବୈଦିକ କାଳୀନ ଜ୍ଞାନ ତନ୍ତ୍ର ପ୍ରାପ୍ତ ହୋଇଛି । ଏ ଧରଣର ଅଧ୍ୟୟନ ଆର୍ଯ୍ୟଙ୍କୁ ଭାରତର ମୂଳ ଅଧିବାସୀ ପ୍ରମାଣିତ କରେ । ଡକ୍ଟର ଭଗବାନ ସିଂହ, ଆମ୍ବେଦକର ଓ ରାମବିଳାଶ ଶର୍ମା ଆଦି ବିଦ୍ୱାନ୍ମାନେ ନାନା ପ୍ରକାରର ତର୍କ ଦ୍ୱାରା ଆର୍ଯ୍ୟଙ୍କୁ ଭାରତର ମୂଳ ଅଧିବାସୀ ରୂପେ ପ୍ରତିପାଦିତ କରିଛନ୍ତି । କିନ୍ତୁ, ଭାରତୀୟ ସଂସ୍କୃତିକୁ ହେୟ କହୁଥିବା ତତ୍ତ୍ୱ ନିଜର ପୂର୍ବଜ ଆର୍ଯ୍ୟଙ୍କୁ ମଧ୍ୟ ବିଦେଶୀ କହିଚାଲିବା ଦୁର୍ଭାଗ୍ୟଜନକ । ଆର୍ଯ୍ୟଙ୍କର ଆକ୍ରମଣ ଓ ସେମାନେ ବିଦେଶରୁ ଏଠାକୁ ଆସିଥିବାର କୌଣସି ପ୍ରମାଣ ବିଶ୍ୱରେ ଉପଲବ୍ଧ ନାହିଁ । ଭାରତର ସମସ୍ତ ପ୍ରାଚୀନ ଆଖ୍ୟାନରେ ଆର୍ଯ୍ୟ ବିଦେଶୀ ହୋଇଥିବାର କୌଣସି ଉଲ୍ଲେଖ ନାହିଁ । ଶ୍ରୀରାମ ଓ ଶ୍ରୀକୃଷ୍ଣ ମଧ୍ୟ କାଳ୍ପନିକ ଚରିତ୍ର ନୁହଁନ୍ତି । ଜାଣି-ଅଜଣାଙ୍କୁ ପାଠ ପଢ଼ାଇବ କିଏ? ଅଯୋଧ୍ୟା, ମଥୁରା, କାଶୀ ମଧ୍ୟ ସତ୍ୟ ତଥ୍ୟ । ନିଜର ସାଂସ୍କୃତିକ ମାନ୍ୟତା ତଥା ଆସ୍ଥାକୁ ନେଇ, ଆସ୍ତିକତାକୁ ନେଇ ଭାରତବାସୀ ବେଶ୍ ସଚେତନ । ଆମର ସଂସ୍କୃତି ଓ ସଭ୍ୟତାକୁ ବୈଜ୍ଞାନିକ ବିବେଚନା ଯଥାର୍ଥ ସିଦ୍ଧ କରିଛି । ରାଷ୍ଟ୍ର-ଜୀବନର ବିଭିନ୍ନ କ୍ଷେତ୍ରରୁ ଆସୁଥିବା ସୂଚନା ରାଷ୍ଟ୍ରୀୟ ପୌରୁଷ ଓ ସ୍ୱାଭିମାନକୁ ସଂବର୍ଦ୍ଧନ କରେ । ଆମ ସମୃଦ୍ଧ ସଂସ୍କୃତିର ଇତିହାସବୋଧ ଉପରେ, ବାସ୍ତବିକ ଇତିହାସବୋଧ ଉପରେ ଗର୍ବ କରିବା ସମୟର ଆହ୍ୱାନ ।
Flip Book Link: