Latest News

କୁଫ୍ର ଓ କାଫିର୍‌ର ଅବଧାରଣା

ଆର୍ତ୍ତ ମିଶ୍ର 25/03/2024ଶବ୍ଦଭେଦ

 ଆବୁଧାବିରେ ଭବ୍ୟ ହିନ୍ଦୁ ମନ୍ଦିର ଉଦ୍‌ଘାଟନ ପରେ ଭାରତୀୟ ଉପମହାଦେଶ ସହ ଅବଶିଷ୍ଟ ଦୁନିଆର ଅନେକ ମୁସଲମାନଙ୍କୁ ଏ କଥା ବୁଝାପଡ଼ୁନାହିଁ ଯେ ସେମାନେ ଏହା ଉପରେ କ’ଣ ଓ କି ଧରଣର ପ୍ରତିକ୍ରିୟା ବ୍ୟକ୍ତ କରିବେ, କାରଣ ସେମାନଙ୍କୁ ତ ଏଇଆ କୁହାଯାଇ ଆସିଛି ଯେ ଇସଲାମ୍‌ରେ ମୂର୍ତ୍ତି ପୂଜା (ବୁତ୍‌ପରସ୍ତି) ନିଷିଦ୍ଧ । ଏହାପୂର୍ବରୁ ଫାରୁକ୍ ଅବଦୁଲ୍ଲା ଏକ ରାମ ଭଜନ ଗାଇ କହିଥିଲା ଯେ ରାମଙ୍କର ଆଦର୍ଶ ହିଁ ଦେଶକୁ ରକ୍ଷା କରିପାରେ । ସେ ଏ କଥା ମଧ୍ୟ କହିଛି ଯେ ଭାରତର ମୁସଲମାନ୍ ମଧ୍ୟ ରାମ ଓ କୃଷ୍ଣଙ୍କର ହିଁ ବଂଶଜ । ତାଙ୍କ ଶବ୍ଦରେ, “ଭଗବାନ ରାମ ମୁସଲମାନ୍‌, ଖ୍ରୀଷ୍ଟିଆନ୍ ଓ ଅନ୍ୟ ସମସ୍ତଙ୍କର ମଧ୍ୟ ଭଗବାନ ।” କିଛି ଦିନ ପୂର୍ବେ ଗୁଲାମ୍ ନବି ଆଜାଦ୍ କହିଥିଲେ ଯେ ଭାରତର ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ । ଅନେକ ମୁସଲମାନଙ୍କ ଦୃଷ୍ଟିରେ ଏ ଧରଣର ବୟାନ ଇସଲାମୀ ସିଦ୍ଧାନ୍ତର ବିରୋଧୀ, କାରଣ ଅଧିକାଂଶ ଇସଲାମୀ ବିଦ୍ୱାନ୍ ଆଲ୍ଲାଙ୍କ ଛଡ଼ା ଅନ୍ୟ କୌଣସି ଭଗବାନଙ୍କର ଅବଧାରଣାକୁ ମୂଳରୁ ହିଁ ଅସ୍ୱୀକାର କରନ୍ତି ଓ କହନ୍ତି ଯେ ଇସଲାମ୍ ଛଡ଼ା ଅନ୍ୟ ସବୁ ଧର୍ମ-ମତ-ପନ୍ଥ-ଆସ୍ଥାକୁ ମାନୁଥିବା ଲୋକେ କାଫିର୍ । ଏହା ହିଁ ଇସଲାମୀ ଶାସକଙ୍କର ଇତିହାସ ରହିଆସିଛି । 

ଇସଲାମିକ୍ ଦୁନିଆରେ ଆଜି ମଧ୍ୟ ଏଇ ଦୃଷ୍ଟିଭଙ୍ଗୀ ବା ମନୋଦ୍ଦଶା ପ୍ରବଳ ହୋଇ ରହିଛି । ୟୁରୋପ୍ ଓ ଆମେରିକାରେ ମଧ୍ୟ ଏଇ ଇସଲାମିକ୍ କାଇଦା-କାନୁନ୍‌କୁ ପ୍ରଚଳନ କରାଯିବାର ଜିଦ୍‌ରେ ଏମାନେ ଅଟଳ । ଏଇ କଥାକୁ ମୁଣ୍ଡରେ ଧରି ଏମାନେ ସେସବୁ ଦେଶରେ ନାନା ରକମର ଅପରାଧିକ କାଣ୍ଡକାରଖାନା କରିଚାଲିଛନ୍ତି । ଏ ଜନ୍ତୁମାନେ ସେସବୁ ସ୍ଥାନର ସଂସ୍କୃତି ତଥା ଆଇନ-କାନୁନ୍‌କୁ ଖାତିର କରନ୍ତି ନାହିଁ । ମୁସଲିମ୍ ଦେଶମାନଙ୍କରେ ତ ଇସଲାମୀ ଆଇନ୍ ହିଁ ପ୍ରଚଳିତ । ବାହାର ଦେଶରୁ ଆଗତ ଅଣ-ମୁସଲିମ୍ ଅତିଥିଙ୍କୁ ମଧ୍ୟ ସେହି ଦେଶର ଇସଲାମୀ କାଇଦା-କାନୁନ୍ ଅନୁସାରେ ଚଳିବାକୁ ପଡ଼ିଥାଏ । ଅନେକ ସ୍ଥାନରେ ମୁସଲିମ୍ ପ୍ରଜାଙ୍କୁ ମଧ୍ୟ ଇସଲାମୀ ନିୟମ ଅନୁସାରେ ଚଳିବା ପାଇଁ ପ୍ରତାଡ଼ିତ କରାଯାଇଥାଏ । ସେ ଫାରୁକ୍ ଅବଦୁଲ୍ଲା ହୁଅନ୍ତୁ ବା ଗୁଲାମ୍ ନବି, ଏମାନେ ତା’ହେଲେ ଏପରି ରାମ-କୃଷ୍ଣଙ୍କ କଥା କହନ୍ତି କାହିଁକି? ଆଜି ଏମାନେ ଯାହା କହୁଛନ୍ତି, ତାହା ଅନୁସାରେ ଜୀବନ ଯାପନ କରିବା ପାଇଁ ଭାରତୀୟ ମୁସଲମାନ୍‌ଙ୍କୁ ଏମାନେ ପରାମର୍ଶ ଦେଉନାହାନ୍ତି କାହିଁକି? ହୁଏତ ଏମାନେ ଜାଣିଗଲେଣି ଯେ ଇସଲାମୀ ନିୟମ-କାନୁନ୍ ଦ୍ୱାରା ସମାଜ ସଂଚାଳିତ ହୋଇପାରିବ ନାହିଁ ଓ ତଦ୍ଦ୍ୱାରା ମୁସଲିମ୍ ସମାଜ ପଛୁଆ ହୋଇକରି ହିଁ ରହିବ । ସୂଚନାଯୋଗ୍ୟ ଯେ ପ୍ରମୁଖ ଇସଲାମୀ ଦେଶ ସାଉଦି ଆରବରେ ଧୀରେ-ଧୀରେ ଅନେକ ଇସଲାମୀ କାଇଦା-କାନୁନ୍‌କୁ ପରିହାର ବା ହେୟ କରିଦିଆଯାଉଛି । ଇଏ ସେଇ ଦେଶ ଯିଏ କିଛି ଦଶକ ପୂର୍ବେ ସମଗ୍ର ବିଶ୍ୱରେ ଇସଲାମ୍‌ର ପ୍ରଚାର-ପ୍ରସାର ଉଦ୍ଦେଶ୍ୟରେ ବିପୁଳ ସଂସାଧନ ନିୟୋଜିତ କରିଥିଲା । ଏହାର ହିଁ ପରିଣାମ ସ୍ୱରୂପ ସମଗ୍ର ବିଶ୍ୱରେ ଜିହାଦୀ ଆତଙ୍କବାଦର ପ୍ରସାର ଦ୍ରୁତ ଗତିରେ ହୋଇଚାଲିଥିଲା । ଏବେ ବାତାବରଣରେ, ବିଶେଷକରି ଆରବ ଜଗତରେ, କିଛି ପରିବର୍ତ୍ତନ ଆସିବାରେ ଲାଗିଛି । ୟୁଏଇ ଆଜି ଏଇ ମାର୍ଗରେ ପାଦ ଥାପିଛି । 
ଇସଲାମ୍‌ରେ ମଧ୍ୟମ ପନ୍ଥ ନାମକ କୌଣସି ଚିଜ ନାହିଁ । ଇସଲାମ୍‌ରେ ମଧ୍ୟମ ପନ୍ଥକୁ ‘ଶିର୍କ୍‌’ କୁହାଯାଇ ଗର୍ହିତ ବିବେଚନା କରାଯାଇଥାଏ । ଏପରି ଅବସ୍ଥାରେ ସାଉଦି ଆରବରେ ଘଟିତ ନୀତି ପରିବର୍ତ୍ତନର ଗଭୀର ନିହିତାର୍ଥ ରହିଛି । ଏଇ ସନ୍ଦର୍ଭରେ ଦେଖାଗଲେ, ଇସଲାମୀ ଦୁନିଆରେ ଘଟିତ ପରିବର୍ତ୍ତନ କାରଣରୁ ଆଜି ଭାରତୀୟ ମୁସଲମାନ୍ ତ୍ରିଛକରେ ଦଣ୍ଡାୟମାନ ପ୍ରତୀତ ହୁଅନ୍ତି । ପ୍ରଥମ ମାର୍ଗ ଭାରତୀୟ ଜ୍ଞାନ-ସଂସ୍କୃତିର ମହାନ୍ ଐତିହ୍ୟ ସହ ସଂଯୁକ୍ତ । ଦ୍ୱିତୀୟ, ପ୍ରତିଟି ଜିନିଷରେ ଇସଲାମ୍ ଲାଗୁକରାଯିବା ପାଇଁ ସଂଘର୍ଷ କରିବା । ତିନି, ଅଗ୍ରଣୀ ଇସଲାମୀ ଦେଶମାନଙ୍କରେ ଘଟିତ ପରିବର୍ତ୍ତନ ଅନୁସାରେ ସ୍ୱୟଂକୁ ଢାଳି ଅପେକ୍ଷା କରି ବସିବା । ଭାରତ ସନ୍ଦର୍ଭରେ କୁହାଯାଇପାରେ ଯେ ଏଠାରେ କବୀର, ରସଖାନ୍‌, ଶାହ ହୁସେନ୍‌, ମିର୍‌, ଗାଲିବ୍‌, ନଜିର୍ ଆଦି ଅନେକ ମହାନ୍ କବି ଭାରତର ମହାନ୍ ଆଧ୍ୟାତ୍ମିକ ସଂସ୍କୃତି ସହ ଗଭୀର ଭାବେ ସଂଶ୍ଳିଷ୍ଟ ଥିଲେ । ଆଜି ମଧ୍ୟ ଅତ୍ୟନ୍ତ ସମ୍ମାନ ସହକାରେ ଏମାନଙ୍କର ନାମ ନିଆଯାଇଥାଏ, କିନ୍ତୁ ଏ ମହାନ୍ ସଂସ୍କୃତିରୁ ମୁହଁ ମୋଡ଼ୁଥିବା ତତ୍ତ୍ୱଙ୍କର ସାମାଜିକ ମାନସମ୍ମାନ ବିଷୟରେ ପାଠକେ ବେଶ୍ ଅବଗତ । ଦ୍ୱିତୀୟମାର୍ଗୀ ମୁସଲମାନ୍ ଆଜି ବିଧ୍ୱଂସ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ, ମରିବା ଲୋକ ମଧ୍ୟ ଏଇମାନେ । ଏଠାରେ ଏ କଥା ମଧ୍ୟ ବିଚାରଣୀୟ ଯେ ଭାରତୀୟ ମୁସଲମାନ୍ ନିଜର ମହାନ୍ ବିଦ୍ୱାନ୍‌ଙ୍କୁ ଉପେକ୍ଷା କରି ଆରବ, ତୁର୍କୀର ଦୁଷ୍ଟ ତତ୍ତ୍ୱଙ୍କ ମୁହଁକୁ ଚାହିଁ ବସିବେ ନା ବିବେକ ଅନୁସାରେ ନିର୍ଣ୍ଣୟ ନେବେ? ଏମାନଙ୍କ ନେତାଙ୍କ ବୟ

ନରୁ ସେମିତି କିଛି ଅର୍ଥ ବାହାର କରାଯିବା ବୃଥା । ପ୍ରଧାନ କଥା ହେଉଛି ଆଚରଣ, ଯାହା ଦର୍ଶାଏ ଯେ ସେମାନେ ଭଗବାନ ରାମଙ୍କ ମର୍ଯ୍ୟାଦା-ମାର୍ଗର ଯାତ୍ରୀ ହେବା ପାଇଁ ମୁସଲମାନ୍‌ଙ୍କୁ ପ୍ରେରିତ କରନ୍ତି ନାହିଁ । ହିନ୍ଦୁ ଜ୍ଞାନ-ସଂସ୍କୃତିର ମହାନ୍ ତତ୍ତ୍ୱଙ୍କୁ ସ୍ୱୀକାର କରିବା ଦିଶାରେ ଏମାନଙ୍କର ମନୋଦ୍ଦଶାର ଆଭାସ ମଧ୍ୟ ମିଳେନାହିଁ । ଏପରି ଦ୍ୱନ୍ଦ୍ୱାତ୍ମକ ସ୍ଥିତି ବିଷୟରେ ମୁସଲମାନ୍ ବିଚାର କରିବା ଉଚିତ । 

ମାନବତାର ଇତିହାସ ଇସଲାମ୍ ଠାରୁ ମଧ୍ୟ ପୁରୁଣା । ଏପରି ଅବସ୍ଥାରେ କୁଫ୍ର ଓ କାଫିର୍‌ର ଅବଧାରଣା ପୂରାପୂରି ବାଚାଳତା, ଅନୈତିକ, ମୂର୍ଖତା ଓ ବିଜ୍ଞାନ ଦୃଷ୍ଟିରେ ମଧ୍ୟ ଅସଙ୍ଗତ । ଏହା ବ୍ୟବହାରିକ ମଧ୍ୟ ନୁହେଁ, ଯାହାକି ମୁସଲିମ୍ ଦୁନିଆର ସାଧାରଣ ଆଚରଣରେ ପ୍ରକଟ ହୋଇଥାଏ । ତା’ଛଡ଼ା, ଇତିହାସ ଏ କଥା ମଧ୍ୟ ଦର୍ଶାଏ ଯେ ଦୁନିଆରେ ଅନେକ ମତ-ପନ୍ଥ ଗଢ଼ା-ଭଙ୍ଗା ଧାରା ଦେଇ ଗତି କରିଛି । ମାନବତା ଏ ସବୁକୁ ଦେଖିଲା, ବହନ କଲା, ସହନ କଲା, ପରଖିଲା, ରଖିଲା, ଛାଡ଼ିଲା ବା ସେଥିରେ ପରିବର୍ତ୍ତନ ମଧ୍ୟ କଲା । ଇସଲାମୀ ମତ ମଧ୍ୟ ସେଥିମଧ୍ୟରୁ ଅନ୍ୟତମ । ଏମାନଙ୍କର ଇମାମ୍‌, ଅୟାତୁଲ୍ଲା ଆଦି ପଦଧାରୀ ଠିକ୍ ସେହିପରି, ଯେପରି ପାଷ୍ଟର୍‌, ବିଶପ୍‌, ଲାମା ବା ପ୍ରଚାରକ । ଏମାନେ କାହାର ଉପରେ ନୁହଁନ୍ତି । ଏମାନେ ମଣିଷ । ଛାର ମଣିଷ । ଅସମ୍ପୂର୍ଣ୍ଣ ମଣିଷ । କାହାର ହେଲେ ଊର୍ଦ୍ଧ୍ୱରେ ନୁହନ୍ତି । ଅନ୍ୟ ସବୁ ମଣିଷଙ୍କ ପାଖରେ ଯେତେ ଯାହା ଦୋଷ-ଗୁଣ ରହିଛି, ଏମାନଙ୍କ ପାଖରେ ମଧ୍ୟ ସେ ସବୁ ରହିଛି । ତେଣୁ ସେମାନଙ୍କର କଥା ସେତିକି ଭୁଲ୍ ହୋଇପାରେ, ଯାହା ଅନ୍ୟମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ । ବସ୍ତୁତଃ, ସ୍ୱୟଂ ମୁସଲମାନ୍ ମଧ୍ୟ ଇସଲାମୀ ସିଦ୍ଧାନ୍ତ ଏବଂ ଇତିହାସ ସହ ବିଶଦ ଭାବେ ଅବଗତ ହେବା ପରେ ଦ୍ୱିଧାଗ୍ରସ୍ତ ପ୍ରତୀତ ହୁଅନ୍ତି । ଏକ୍ସ-ମୁସଲିମ୍‌ଙ୍କର ବର୍ଦ୍ଧନଶୀଳ ସଂଖ୍ୟା ଏହାର ଏକ ବଡ଼ ସଙ୍କେତ । ଏମାନଙ୍କ ସମକ୍ଷରେ ସବୁ ଇମାମ୍ ଓ ଆଲିମ୍ ଗୌଣ ତଥା ଅଜ୍ଞ ପ୍ରତୀତ ହୁଅନ୍ତି । କିଛି ଦଶକ ପୂର୍ବ ସୁଦ୍ଧା ଏ ଧର୍ମଗୁରୁ (!)ମାନଙ୍କର ଚାପ ଓ ଧମକ ବେଶ୍ ଫଳପ୍ରଦ ହେଉଥିଲା, ଆଜି କିନ୍ତୁ ସେ ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି । ଏମାନଙ୍କର ପତିଆରା ଆଉ ଚାଲୁନି । ଇସଲାମୀ ମତବାଦର ଦମ୍ଭୋକ୍ତି ଭୁଲ୍ ପ୍ରତିପାଦିତ ହେଲେ (ଯାହା ହୋଇଚାଲିଛି!) ଏହାକୁ ଅସ୍ୱୀକାର ବା ପରିହାର କରିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧିପାଇବ ଓ ମତବାଦର ମଧ୍ୟ ସମଦ୍ଦଶା ହେବ । ଇସଲାମୀ ସଙ୍ଗଠନ-ସତ୍ତା ଆଦିର ଅହଂକାରର ଦିନ ସରିଆସିଲାଣି । ପ୍ରକ୍ରିୟା ଆଜି ନୁହେଁ, ଅନେକ ଦିନରୁ ଆରମ୍ଭ ହୋଇଗଲାଣି । ୟୁଏଇ, ସାଉଦି, ଇରାନ୍‌ରୁ ନେଇ ମରକ୍କୋ ପର୍ଯ୍ୟନ୍ତ ଏହାର ସଙ୍କେତ ଦେଖିବାକୁ ମିଲିଲାଣି ।
ମୁସଲମାନ୍‌ଙ୍କୁ ହିଁ ତାଙ୍କ ନିଜ ଇତିହାସର ସମୁଚିତ ସମୀକ୍ଷା କରିବାକୁ ପଡ଼ିବ । ଢାକା, ଲାହୋର୍‌, ବାଗ୍‌ଦାଦ୍ ବା ତେହେରାନ୍‌ରେ ଏମାନେ ନିଜ ଅତୀତର ଅସ୍ତିତ୍ୱ ନିର୍ବାପିତ କରିଦେଇଥିବାର ଜଣାଯାଏ, କିନ୍ତୁ ଏହା କରିସାରିବା ପରେ ଏମାନଙ୍କ ଦ୍ୱାରା କିଛି ନୂଆ ବା ଭଲ କାମ କରାଯାଇଛି କି? ଏହା ସର୍ବଜନବିଦିତ ଯେ ଯେଉଁ ଦେଶମାନଙ୍କରେ ଶତାଧିକ ବର୍ଷରୁ କେବଳ ଇସଲାମୀ ବ୍ୟବସ୍ଥା ରହି ଆସିଛି, ସେଠାରେ ମଧ୍ୟ ଶାସନ ଓ ଜୀବନ ମୁଖ୍ୟତଃ ଦମନ, ସନ୍ଦେହ, ଭୟ ତଥା ଅତ୍ୟାଚାର ଦ୍ୱାରା ହିଁ ସଂଚାଳିତ । ଏହାର ତୁଳନା ଅଣ-ମୁସଲିମ୍ ଦେଶର ସମାଜ ସହ କରାଗଲେ ସ୍ଥିତି ପୂରାପୂରି ଓଲଟା ପରିଦୃଷ୍ଟ ହୁଏ । ଇସଲାମୀ ମତବାଦ ମୁସଲମାନ୍‌ଙ୍କୁ ‘ସର୍ବଶ୍ରେଷ୍ଠ’ ଓ ଅନ୍ୟଙ୍କୁ ‘ଘୃଣାର୍ହ’ ବିବେଚନା କରେ, କିନ୍ତୁ ବାସ୍ତବିକ ତୁଳନା ଅନ୍ୟ କିଛି ଛବି ଦେଖାଇଥାଏ । ଏପରି ଅବସ୍ଥାରେ ମୁସଲମାନ୍‌ଙ୍କୁ ଏସବୁ ପ୍ରଶ୍ନର ବିବେକଶୀଳ ଉତ୍ତର ଖୋଜିବାକୁ ପଡ଼ିବ । ଭାରତୀୟ ମୁସଲମାନ୍ ମଧ୍ୟ ଏଯାବତ୍ ଯଦି ଏହା କରିନାହାଁନ୍ତି, ଏଥିରେ କିଛି ଦୋଷ ହିନ୍ଦୁଙ୍କର ମଧ୍ୟ ରହିଛି । ଭାରତୀୟ ମୁସଲମାନ୍ ମୂଳତଃ ହିନ୍ଦୁ । ଏମାନଙ୍କୁ ଜୋରଜବରଦସ୍ତି ମୁସଲମାନ୍ କରିଦିଆଯାଇଛି । ସେ ସମୟରେ ଏ କବଳିତଙ୍କୁ ତାଙ୍କର ମୂଳ ସଂସ୍କୃତି ସହ ପରିଚିତ କରାଇବାର କାମ ହିନ୍ଦୁ ସମାଜ କରିନାହିଁ । ଯେଉଁ କିଛି ବ୍ୟକ୍ତି ଏ କାମ କରୁଥିଲେ, ତତ୍କାଳୀନ ରାଜନୀତି ଏମାନଙ୍କୁ ଦମନ କରି ରଖିଲା ଅଥବା ସବୁଦିନ ପାଇଁ ଏମାନଙ୍କର ମୁହଁ ବନ୍ଦ କରିଦେଲା । ହିନ୍ଦୁ ସମାଜ ଅନୁରୂପ ମୁସଲମାନ୍ ସମାଜ ମଧ୍ୟ ଦୋଷମୁକ୍ତ ନୁହଁନ୍ତି । ଏମାନେ ସ୍ୱୟଂକୁ ଉଚ୍ଚ ତଥା ଶାସକ ବର୍ଗ ଏବଂ ହିନ୍ଦୁ ସମାଜକୁ ହୀନ ତଥା ଶାସିତ ଦେଖାଇବାର ପ୍ରବୃତ୍ତିକୁ ଜାବୁଡ଼ି ଧରି ରଖିଲେ । ଉତ୍ପୀଡ଼ନ ଦ୍ୱାରା ମୁସଲମାନ୍ ହୋଇଥିବା ନିଜ ସ୍ୱଜନଙ୍କ ପ୍ରତି କିଛି ସାର୍ଥକ ନୀତି ନିର୍ମାଣରେ ମଧ୍ୟ ହିନ୍ଦୁ ସମାଜ ବିଫଳ ହେଲା । ଆଜିର ସମୟ ତ ଚିତ୍କାର କରି ମୁସଲମାନ୍‌ଙ୍କୁ ଅନେକ କଥା କହିବାକୁ ଚାହୁଁଛି, ଏମାନେ ତାହା ଠିକ୍ ଭାବରେ ଶୁଣିପାରୁଛନ୍ତି ବା ନାହିଁ, ସମୟ କହିବ । 

Flip Book Link:

Related Post