Latest News

ଶ୍ରୀରାମ ମନ୍ଦିର

ରଞ୍ଜନ ମିଶ୍ର 15/01/2024କବିତା

 ଫାଟିଲା ତିମିର ଧିରେ ଉଦୟ ହେଲେ ଭାନୁ 

ଆସଇ ଉଷା ସୁନ୍ଦରୀ ଅନନ୍ତ ଗଗନୁ 
ଉଇଁଯାଅ ତପନହେ ସୁନେଲି କିରଣେ 
ଆଲୋକ ଦିଅହେ ଭରି ହରଷିତ ମନେ ।ା
 
ଫୁଲେଫୁଲେ ସମୀରହେ ଛୁଇଁଛୁଇଁ ଯାଅ 
ପ୍ରତିଟି ପରାଣେ ରହି ଚମକାଇ ଦିଅ 
ହସିଯା ସରଯୁ ନଦୀ ହସିଯା ସାଗର 
ଅବଧପୁରୀକୁ କର ଅତି ମନୋହର ।ା
 
ହସ ଦିଗବଧୂ କୁଳ ଦେଇ ହୁଳହୁଳି
ରାମରାମ ନାମ ଗାଇ ମାର କରତାଳି 
ହସନ୍ତୁ ଦେବତା ସର୍ବେ ଅମର ପୁରରେ 
ଅବଧପୁରୀ ଅଯୋଧ୍ୟା ଦେଖନ୍ତୁ ନେତ୍ରରେ ।ା
 
ଦେଖନ୍ତୁ ଆକାଶେ ରହି ସୂର୍ଯ୍ୟ ଚନ୍ଦ୍ର ତାରା 
ଅବଧପୁରୀ ଅଯୋଧ୍ୟା ଆନନ୍ଦରେ ଭରା
କେତେ ସାଧୁ ସନ୍ଥ ଉଭା ମଳୟ ପବନ
ସବୁରି ମୁଖରୁ ଶୁଭେ ରାମ ନାମ ଗାନ ।ା
 

div>

ଅବଧପୁରୀ ଅଯୋଧ୍ୟା ଧରଣୀର ଧୂଳି 
ଗାଉଚି ସେ ରାମନାମ ମାରି କରତାଳି 
ରାମ ମନ୍ଦିର ପ୍ରତିଷ୍ଠା ମଙ୍ଗଳ ଲଗନେ 
ଦେଖିବେ ସକଳ ଭକ୍ତ ଯୁଗଳ ନୟନେ ।ା
 
ନବଦୁର୍ବାଦଳ ରାମ ବ୍ରହା୍ମଣ୍ଡ ସୁନ୍ଦର 
ମଦନତ ତାଙ୍କ ପାଖେ ହେବ ପରିଚାର 
ଧନୁର୍ଦ୍ଧର ବୀରବର ଦଶରଥ ସୂତ 
ଅହଲ୍ୟା ଉଦ୍ଧାରକାରୀ ଜଗତେ ବିଦିତ ।ା
 
ସବୁରୀ ଅଇଁଠାଖିଆ ଭକତ ବତ୍ସଳ 
ଭକତ ହୃଦୟ ତୁମେ ଭରା ଗଙ୍ଗାଜଳ 
ରାମ ନାମମୟ ହେଉ ବିଶାଳ ଭାରତ 
ରାମ ରାଜ୍ୟ ହେଉ ଦେଶ ମହିମା ମଣ୍ଡିତ ।ା
 
ଶୟନେ ସପନେ ପ୍ରଭୁ କିବା ଜାଗରଣେ 
ତୁମ ନାମ ସ୍ମରୁଥିବି ହରଷିତ ମନେ 
କରୁଣାର ପାରାବାର କୌଶଲ୍ୟା ନନ୍ଦନ 
ରଞ୍ଜନ ପ୍ରଣାମ ଘେନ ହୃଦୟ ଚନ୍ଦନ

Flip Book Link: https://demo.rastradeep.com/flip.aspx?fid=209

Related Post