Latest News

ପୋଡ଼ୁ ଏ ମିଶନ ମୁହଁ

ଯୋଗେଶ ଦାସ 22/01/2024କବିତା

 ନୂଆବୋହୂ ତାଙ୍କ ଧାନ ଶୁଖାଇଲା

ଦାଣ୍ଡପଟେ ହାଁସ ପାରି
ନବୀନା ଜେନାର ପାଣ୍ଡୁଆ ବାଛୁରୀ
ଆସି ଦେଲା ମୁହଁ ମାରି ।
 
ସଁପ ସଁପ କରି କେଣିକି ନ ଚାହିଁ
ଧାନ ଖାଇଗଲା ପେଟେ
ବାଡ଼ିପଟୁ ଆସି କୁଜି ଶାଶୂ ବୁଢ଼ୀ
କୁହାଟ ଛାଡିଲା ଗୋଟେ  ।ା
 
“ରଇଜଳା ଝୁଅ ହାଁସକୁ ନ ଜଗି
ଭିତେରେ ମରୁଛୁ କିଆଁ ?
ମହଣେ ଧାନ ମୋ’, ଗୋରୁ ଖୁଆଇଲୁ
ମୁହଁକୁ ନାହିଁ ଯା ନିଆଁ !”
 
“କଁସାଏ କଁସାଏ ପଖାଳ ଗେଫୁଛୁ
ଶୁଖୁଆ ଆମ୍ବୁଲ ଦେଇ

iv>

ବାପା ତୋର ସତେ ସବୁ ଆଣି ଏଠି
ଯେମିତି ଦେଇଛି ଥୋଇ ।
 
ଶାଢ଼ି କୁଞ୍ଚକରି ବୋହୂ ବାହାରିଲା
ଗାଲେ ଜାକି ଖିଲି ପାନ..
“ମିଶନ ଶକତି ମିଟିଙ୍ଗି ଯାଉଚି
ଖୁଣ୍ଟିଦେଇଥିବ ଧାନ !”
କାମରୁ ଫେରିଲେ, ମାଆ ପୁଅ ମିଶି
ରୋଷେଇଟା ସାରିଦେବ
ମିଟିଙ୍ଗି ସାରିକି ବିଡୁଅ ବସାରୁ
ଫେରିବାକୁ ରାତି ହେବ 
 
ଭୁଆସୁଣୀ ଗଲା ଅଣ୍ଟାକୁ ନଚେଇ
ବୁଢ଼ୀ ପୋଛୁଥିଲା ଲୁହ
ଶମ୍ପା ରଡା କରି ବୁଢ଼ୀ କହୁଥିଲା..
“ପୋଡୁ ଏ ମିଶନ ମୁହଁ 

 

Flip Book Link: https://demo.rastradeep.com/flip.aspx?fid=210

Related Post