୧୯୭୧ ଡିସେମ୍ବର ୧୬ତାରିଖ ଆମେ ସାକ୍ଷୀ ହୋଇଥିଲୁ ଏକ ନୂଆ ଦେଶ ବଙ୍ଗଳାଦେଶ ଗଠନର । ବୈଶ୍ୱିକ ପରିସ୍ଥିତି ସେ ସମୟରେ ଆମର ପ୍ରତିକୂଳ ଥିଲା । ଚୀନ-ଆମେରିକା ନିଜ ଭିତରେ ନୂଆ ସମ୍ପର୍କ ବିକଶିତ କରିଚାଲିଥିଲେ । ପ୍ରବୀଣ କୂଟନୀତିଜ୍ଞ ତଥା ରାଜନେତା ହେନେରି କିସିଞ୍ଜର ସେହି ପର୍ଯ୍ୟାୟରେ ବେଶ୍ ସକ୍ରିୟ ତଥା ପ୍ରଭାବଶାଳୀ ଥିଲେ । ତାଙ୍କ କୂଟନୀତିର ପ୍ରଭାବ ସମଗ୍ର ବିଶ୍ୱରେ ଅନୁଭୂତ ହେଉଥିଲା । ୧୯୭୧ରେ ଢାକାରେ ପାକିସ୍ତାନୀ ସେନାର ଭୀଷଣ ହିଂସାକାଣ୍ଡ ପର୍ଯ୍ୟାୟରେ ପୂର୍ବ-ପାକିସ୍ତାନ (ଆଜିର ବଙ୍ଗଳାଦେଶ) ଦମନର ଦୁର୍ଗ ସାଜିଥିଲା । ପାକିସ୍ତାନୀ ସେନା ଅତ୍ୟନ୍ତ ଅମାନବୀୟ ଢଙ୍ଗରେ ବ୍ୟାପକ ନରସଂହାର ଓ ନାରୀଙ୍କ ସହ ଦୁଷ୍କର୍ମ କରିଚାଲିଥିଲେ ଅବାଧରେ । ବିଶ୍ୱର କୌଣସି ସାମରିକ ବାହିନୀ ନିଜ ଦେଶରେ ହିଁ ନିଜର ନାଗରିକଙ୍କ ସହ ଏପରି ବୀଭତ୍ସ ଆଚରଣ କରିଥିବାର ନଜିର୍ ଏ ଯାବତ୍ ଦେଖାଯାଇ ନାହିଁ । ଏକ ଆକଳନ ଅନୁସାରେ ଏଥିରେ ୩୦ଲକ୍ଷ ବା ତତୋଧିକ ବଙ୍ଗାଳି-ହିନ୍ଦୁ ନୃଶଂସ ହତ୍ୟାର ଶିକାର ହୋଇଥିଲେ ।
ଏହି ଘଟଣା ସହ ତାଳ ଦେଇ ପାକିସ୍ତାନର ଦୁର୍ଦ୍ଦଶା ମଧ୍ୟ ଚାଲିଥିଲା । କହିବାକୁ ସିନା ଗଣତାନ୍ତ୍ରିକ, କିନ୍ତୁ ଏ ମୂର୍ଖ-ମ୍ଳେଚ୍ଛଙ୍କ ଦେଶ ନିଜ ପାଇଁ ଗୋଟିଏ ସମ୍ବିଧାନ ମଧ୍ୟ ପ୍ରଣୀତ କରିପାରିନଥିଲା । ପାକିସ୍ତାନର ପ୍ରଥମ ଆଇନମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ରନାଥ ମଣ୍ଡଳ (ହିନ୍ଦୁ) ବିଭିନ୍ନ ମାର୍ଗରେ ଅପମାନିତ-ଲାଞ୍ଛିତ ହୋଇ ପରିଶେଷରେ ପାକିସ୍ତାନରୁ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ । ପ୍ରଧାନମନ୍ତ୍ରୀ ଲିଆକତ୍ ଅଲୀଙ୍କୁ ହତ୍ୟା କରାଗଲା ଆର୍ମି ହେଡ୍କ୍ୱାର୍ଟରରେ । ଅଧିକାରୀ ଓ ସେନା ମେଣ୍ଟର ଶାସନ ପରେ ୧୯୫୮ରେ ଜେନେରାଲ୍ ଆୟୁବ୍ ଖାନ୍ର ସାମରିକ ଶାସନ ଆସିଲା । ଜେନେରାଲ ୟାହିୟା ଖାନ୍ ସାମରିକ ଶାସକ ଥିବା ସମୟରେ ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ ନିରପେକ୍ଷ ନିର୍ବାଚନ ହୋଇଥିଲା । ନ୍ୟାସନାଲ୍ ଆସେମ୍ବ୍ଲିରେ ଶେଖ୍ ମୁଜିବୁର ରହମାନଙ୍କର ଆୱାମୀ ଲିଗ୍ ପୂର୍ଣ୍ଣ ବହୁମତ ହାସଲ କରିଥିଲା । ଭୁଟ୍ଟୋ ଓ ତାହାର ସେନାଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୁଜିବୁର ଅସ୍ୱୀକାର୍ଯ୍ୟ ଥିଲେ । ସାଧାରଣ ନାଗରିକଙ୍କ ଉପରେ ପାକିସ୍ତାନୀ ସେନାଙ୍କ ଦ୍ୱାରା କରାଯାଉଥିବା ଅମାନବୀୟ ଅତ୍ୟାଚାର ଘଟଣା ଭାରତୀୟ ଜନମାନସରେ ଗଭୀର ପ୍ରଭାବ ପକାଇଥିଲା । ଜେନେରାଲ୍ ମାନେକ୍ସାଙ୍କୁ ଇନ୍ଦିରା ଗାନ୍ଧୀ ନିର୍ଦ୍ଦେଶ ଦେଲେ ଆବଶ୍ୟକ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ସାମରିକ କାର୍ଯ୍ୟାନୁଷ୍ଠାନର ରାଜନୈତିକ ଓ ସାମରିକ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇନଥିଲା । ବଙ୍ଗଳାଦେଶର ସ୍ୱାଧୀନତାରେ ଆମର ମୂଳ କାଶ୍ମୀରୀ ସମସ୍ୟାର କୌଣସି ସମାଧାନ ସମ୍ଭବ ଥିଲା କି? ପାଶ୍ଚାତ୍ୟ ମୋର୍ଚ୍ଚା (ପାକିସ୍ତାନ)ରେ କିଛି ବଡ଼ ଲକ୍ଷ୍ୟ ହାସଲର ଆବଶ୍ୟକତା ନଥିଲା କି? ଏଇସବୁ ପ୍ରଶ୍ନ ବା ଦ୍ୱନ୍ଦ୍ୱ ଭିତରେ ଜେନେରାଲ୍ ମାନେକ୍ସା ପୂର୍ବ-ପାକିସ୍ତାନ ଉପରେ ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିଦେଲେ, ତର୍କ ଦେଇଥିଲେ ଆମେ ଏବେ ପ୍ରସ୍ତୁତ ନାହୁଁ । ଏକଥା ଶୁଣି ଇନ୍ଦିରା ଗାନ୍ଧୀ ବୈଠକ ସ୍ଥଗିତ କରିଦେଲେ ଓ ଅପରାହ୍ନରେ ପୁନଃ ବୈଠକ ଆହୂତ କରାଗଲା । ମାନେକ୍ସା ରଣନୀତିକ ପକ୍ଷ ସମ୍ବନ୍ଧରେ ମନ୍ତ୍ରିମଣ୍ଡଳକୁ ଅବଗତ କରାଇଲେ । ପରିଶେଷରେ, ସମୁଚିତ ପ୍ରସ୍ତୁତି ପରେ, ନଭେମ୍ବର ଶେଷ ସପ୍ତାହରେ ଆମ ସେନା ତିନି ଦିଗରୁ ପୂର୍ବ-ପାକିସ୍ତାନରେ ପ୍ରବେଶ କରିବାକୁ ଲାଗିଲେ । ଲକ୍ଷ୍ୟ ଥିଲା ଢାକା । ମାନେକ୍ସାଙ୍କ ବଳିଷ୍ଠ଼ ନେତୃତ୍ୱ କାରଣରୁ ସୈନ୍ୟ ମନୋବଳ ଶୀର୍ଷରେ ଥିଲା । ମୋର୍ଚ୍ଚାରେ ବିକ୍ରାନ୍ତ ଏଆରକ୍ରାଫ୍ଟ କ୍ୟାରିଅରକୁ ମୁତୟନ କରାଯାଇଥିଲା । ଏହାର ଯୁଦ୍ଧବିମାନରୁ କକ୍ସ ବଜାର ଓ ଚଟ୍ଟଗ୍ରାମ ବନ୍ଦର ଉପରେ ଆକ୍ରମଣ କରାଯାଇ ତାହାକୁ ଅକାମୀ କରିଦିଆଗଲା । ଆମ ପାଖରେ ଥିବା ସେ ସବୁ ପୁରୁଣା ବିମାନ ଆମ ଆଶାରୁ ଆନେକ ଗୁଣରେ ଅଧିକ କାମ କରିଥିଲା ।
ବିଶ୍ୱ ପୂର୍ବ-ପାକିସ୍ତାନ ପରିସ୍ଥିତି ସହ ଅବଗତ ଥିଲା, କିନ୍ତୁ ନୈତିକତା ତଥା ମାନବିକତା ଆଧାରରେ ମଧ୍ୟ କେହି ହେଲେ ବଙ୍ଗବାସୀଙ୍କ ସମର୍ଥନରେ ଆଗକୁ ଆସିନଥିଲେ । ଲକ୍ଷାଧିକ ବଙ୍ଗାଳିଙ୍କ ନରସଂହାର ବିଶ୍ୱର ଅନେକ ପ୍ରମୁଖ ଦେଶଙ୍କ ସହ ଆମେରିକା ପାଇଁ ମଧ୍ୟ ଏକ ପ୍ରସଙ୍ଗ ହୋଇପାରିନଥିଲା । ସାମରିକ ଅଭିଯାନରେ ଆମ ସେନା ନିମଗ୍ନ ଥିଲେ । ବିଶ୍ୱ-କୂଟନୀତିର ‘ଚାପ’କୁ ଇନ୍ଦିରା ଗାନ୍ଧୀ ନିଜ ମାର୍ଗରେ ନିଷ୍ପାଦିତ କରୁଥିଲେ । ବିଶ୍ୱାସ ଥିଲା ଆମର ବିଜୟ ହେଲେ ଏଇ ଦୁନିଆ ବଦଳିଯିବ । କଥିତ ଅଛି, ଦୁନିଆ ସଫଳତାର ସାଥୀ । ଢାକା ଉପରେ ସବୁ ଦିଗରୁ ପ୍ରବଳ ଚାପ ପକାଯାଉଥିଲା । ରିଚାର୍ଡ୍ ନିକ୍ସନ୍ ଓ କିସିଞ୍ଜରଙ୍କ କୂଟନୀତି-ରଣନୀତି ବ୍ୟର୍ଥ ହୋଇଯାଇଥିଲା । ଏମାନଙ୍କର ଆଶଙ୍କା ଥିଲା, ଭାରତ ଯଦି ବଙ୍ଗଳା ଦେଶରେ ଆତ୍ମସମର୍ପଣ କରାଇବାରେ ସଫଳ ହୋଇଯାଏ, ତା’ପରେ ସେ ପଶ୍ଚିମ-ପାକିସ୍ତାନକୁ ଟାରଗେଟ୍ କରିପାରେ । ଏ ଦୁଇ ରାଜନେତା ସୋଭିଏତ ସଂଘ ଉପରେ ମଧ୍ୟ ଚାପ ପ୍ରୟୋଗର ପ୍ରୟାସ କରୁଥିଲେ । ସୁରକ୍ଷା ପରିଷଦରେ ଯୁଦ୍ଧବିରତି ପ୍ରସ୍ତାବରେ ସୋଭିଏତ ସଂଘ ବାରମ୍ବାର ଭିଟୋ ପ୍ରୟୋଗ କରୁଥିଲା । ନିକ୍ସନ୍ ବାବୁ ତ ଚୀନ୍କୁ ପ୍ରରୋଚିତ କରି ଭାରତ ବିରୋଧରେ ସୈନ୍ୟ ମୁତୟନ କରିବାର ଅନୁରୋଧ କରିଥିଲେ । ଏ
ବୁ ସତ୍ତ୍ୱେ ବାଜି ତାଙ୍କ ହାତରୁ ଖସିଚାଲିଥିଲା । ଆମ ଜେନେରାଲ ଗନ୍ଧର୍ବ ନାଗରା ଜେନେରାଲ ନିଆଜୀ ପାଖକୁ ଖବର ପଠାଇଲେ, ‘ଆତ୍ମସମର୍ପଣ କର, ତୁମ କଥା ବୁଝାଯିବ ।’ ନିଆଜୀ ବିଚରା ସବୁ ଦିଗରୁ ହତାଶ-ନିରାଶ ଥିଲା । ପାକିସ୍ତାନ ପାଖରୁ ତାକୁ ଦିଆଯାଉଥିଲା ମିଥ୍ୟା ଆଶ୍ୱାସନା । ଜେନେରାଲ ନାଗରା ନିଆଜୀକୁ ଆଗରୁ ଜାଣିଥିଲେ । ନିଆଜୀ ସମକ୍ଷରେ ଥିଲା ଅସମ୍ଭବ ପରିସ୍ଥିତି । ଇତିମଧ୍ୟରେ ଜେନେରାଲ ଜାକବ୍ ଅଚାନକ ଆସି ଢାକା ପହଞ୍ଚିଲେ ଓ ନିଆଜୀକୁ ଖବର ପଠାଇଲେ, ‘ଆଉ କିଛି ଫାଇଦା ନାହିଁ, ସରେଣ୍ଡର କର ।’ ନିଆଜୀକୁ ଏ ସନ୍ଦେଶ ମିଳିଲା ଜେନେରାଲ ଅରୋରାଙ୍କ ହାତରୁ । ନିଆଜୀର ବୁଦ୍ଧି ହଜିଗଲା । ଗୁଣୁଗୁଣୁ ହୋଇ କହି ଉଠିଲା, ‘ରାଓଲପିଣ୍ଡିରେ ବସିଥିବା ବଦମାସ୍ମାନେ ମତେ ଜାଣିଶୁଣି ହାଣ ମୁହଁକୁ ଠେଲିଦେଲେ!’
ସେ ସମୟରେ ଆମର ସେନାଧିକାରୀ ଆର୍ ବିକ୍ରମ ସିଂହ ତାଙ୍କର ୟୁନିଟ୍ ‘୬୫-ଫିଲ୍ଡ ରେଜିମେଣ୍ଟ୍’ର ଯବାନଙ୍କ ମୁହଁରୁ ଢାକା ବିଜୟ ସମ୍ବନ୍ଧିତ ଅନେକ କଥା ଶୁଣିଥିଲେ । ସେ କହନ୍ତି, “ଆମର ଜବାନ୍ ତୋପକୁ ନଅ ଭାଗ କରି ଖଚର ଦ୍ୱାରା, ରିକ୍ସାରେ, ଘୋଡ଼ାଗାଡ଼ିରେ ବୋହି ଯୁଦ୍ଧକ୍ଷେତ୍ରକୁ ପହଞ୍ଚିଥିଲେ । ସେଠାରେ ପହଞ୍ଚି ସର୍ବପ୍ରଥମେ ସେମାନେ ତୋପ ଖଞ୍ଜିଲେ, ଗୁଳି ଦାଗିଲେ, ଆଗକୁ ବଢ଼ିଚାଲିଲେ । ଆମ ପଲ୍ଟନ୍ର ଉଦ୍ଘୋଷ ଥିଲା ‘ଚଢ଼୍ ଯା ଛୋରେ!’ ଏଥିରେ ଯବାନଙ୍କର ବେଶ୍ ଉତ୍ସାହ ବର୍ଦ୍ଧନ ହେଉଥିଲା । ଆମେ ପରିଶେଷରେ ବିଜୟ ହାସଲ କଲୁ, କାରଣ ଅସ୍ତ୍ରଶସ୍ତ୍ରର କ୍ଷମତା ଅପେକ୍ଷା ଅଧିକ ପ୍ରଭାବଶାଳୀ ଥିଲା ତା’ପଛରେ ଥିବା ବ୍ୟକ୍ତିର ମନୋଭାବ ।”
ଭୂ-ରାଜନୈତିକ ବିଚାର-ବିମର୍ଶ ବିନା ଆମ ଦେଶରେ ବୈଦେଶିକ ଓ ପ୍ରତିରକ୍ଷା ନୀତି ସଞ୍ଚାଳନ ସଙ୍କଟଜନକ ହୋଇଥାଏ । ରାଷ୍ଟ୍ରହିତ ବିଚାରଧାରା ଓ ଶତ୍ରୁବୋଧ ଆଜି ବିକଶିତ ହୋଇଚାଲିଛି । ପୂର୍ବେ ଆମେ ଦୀର୍ଘସୂତ୍ରୀ ହିତକୁ ଅଣଦେଖା କରି ବିଶ୍ୱଶାନ୍ତିର ଧ୍ୱଜ ଧାରଣପୂର୍ବକ ତଥାକଥିତ ଆଦର୍ଶବାଦର ଉଚ୍ଚ ଆକାଶରେ ଉଡ଼ୁଥିଲୁ । ଆଜି ଦେଶରେ ଯେଉଁ ରାଜନୈତିକ-ସାମାଜିକ ଗମ୍ଭୀରତା ବିଶିଷ୍ଟ ବାତାବରଣ ବିଦ୍ୟମାନ, ତାହା ୧୯୪୭-୪୮ର ପ୍ରଥମ କାଶ୍ମୀର ଯୁଦ୍ଧ ପରେ ମଧ୍ୟ ଆସିବା ଜରୁରୀ ଥିଲା । ଭାରତ ବିଭାଜନ ପରେ ଆମର ରାଜନୈତିକ ମାନସ ସୀମିତ ରହିଲା ସ୍ୱୟଂକୁ ପାକିସ୍ତାନ ପରି ଏକ ଦେଶ ରୂପେ ଦେଖିବାରେ ଓ କରି ଗଢ଼ିବାରେ! ପାକିସ୍ତାନୀ ସେନା ଆମ କାଶ୍ମୀର ଭିତରକୁ ପଶିଆସିଥିଲେ । ଆମ ସେନା ସେମାନଙ୍କୁ ଜବତ କରିବାରେ କୌଣସି କୋହଳତା ଅବଲମ୍ବନ କରିନଥିଲେ । କିନ୍ତୁ ‘ମହାପଣ୍ଡିତ’ ପ୍ରଧାନମନ୍ତ୍ରୀ ଏଥିରେ ଭୀଷଣ ମର୍ମାହତ ହୋଇପଡ଼ିଲେ । ପାକିସ୍ତାନୀ ମୁସଲମାନ୍ ଭାରତୀୟଙ୍କ ହାତରୁ ମାଡ଼ ଖାଇବେ? ଘୋର ଅପମାନ! ଆମର ମ୍ଳେଚ୍ଛ ନେତୃତ୍ୱ ଠିକ୍ ମଝିରେ ହିଁ ଯୁଦ୍ଧବିରତି ଘୋଷଣା କରିପକାଇଲେ । ଟିକେ କଳ୍ପନା କରି ଦେଖନ୍ତୁ ତ ଆମ ବୀର ସୈନିକଙ୍କ ମନୋଦଶା କ’ଣ ହୋଇଥିବ! ତାଙ୍କ ମନୋବଳ କେତେ ହ୍ରାସ ପାଇଥିବ! କଥା ଏତିକିରେ ସରିଲାନାହିଁ । ଏହାପରେ ‘ମହାପଣ୍ଡିତ’ ଆମର ତିନି ଲକ୍ଷ ସୈନ୍ୟଙ୍କ ମଧ୍ୟରୁ ଏକ ଲକ୍ଷଙ୍କୁ ଚାକିରିରୁ ଅବସର ପ୍ରଦାନ କରାଇଦେଲେ । ଏମାନଙ୍କ ମଧ୍ୟରୁ ତ କିଛି ଲୋକଙ୍କୁ ଘରକୁ ପଠାଇ ଦିଆଗଲା । ସବୁ ମହଲରୁ ଏହାକୁ ବିରୋଧ କରାଗଲା, ଭୀଷଣ ବିରୋଧ । ତା’ପରେ ଯାଇ ଅବଶିଷ୍ଟ ସୈନିକଙ୍କର ଘରବାହୁଡ଼ାକୁ ରୋକାଯାଇ ପାରିଥିଲା । ଏହି ଯୁଦ୍ଧବିରତି ପରଠାରୁ ଆମ ମ୍ଳେଚ୍ଛ ନେତୃତ୍ୱ ପାଇଁ କାଶ୍ମୀର ଏକ ‘ସମସ୍ୟା’ ହୋଇନଥିଲା । ତାଙ୍କ ଚଷମାରେ ଏ ସମସ୍ୟା ଦୃଶ୍ୟ ହେଲାନାହିଁ । ଏଇ ଯୁଦ୍ଧବିରତି ଘୋଷଣା ନ ହୋଇଥିଲେ ଆମ ସେନା କାଶ୍ମୀରକୁ ତ ମୁକ୍ତ କରାଇ ନେଇଥାନ୍ତେ, ସେଥିସହ ପାକିସ୍ତାନର କିଛି ଅଂଶ ଉପରେ ମଧ୍ୟ ଆମର କବ୍ଜା ହୋଇଯାଇଥାନ୍ତା ।
୧୯୭୧ରେ ମଧ୍ୟ ଆମର ଏଇ ଆଭିମୁଖ୍ୟ ବା ମନୋଭାବ ସ୍ପଷ୍ଟ ଦେଖିବାକୁ ମିଳୁଥିଲା । କଂଗ୍ରେସୀ ବିଚାର ଥିଲା (ବିଚାର ନୁହେଁ, ବରଂ ଦୁରଭିସନ୍ଧି କୁହନ୍ତୁ!) ବଙ୍ଗଳାଦେଶ ମୁକ୍ତ ହେବା ପରେ ପାକିସ୍ତାନ ଆଉ ଆମ ପାଇଁ ଏକ ସମସ୍ୟା ହୋଇ ରହିବ ନାହିଁ । ଷଡ଼ଯନ୍ତ୍ର ଥିଲା, ଭାରତୀୟ ଜନମାନସରେ ଏ କଥାକୁ ରୋପିତ କରିଦିଆଯାଉ । ବଙ୍ଗଳାଦେଶକୁ ମୁକ୍ତ କରାଇବା ପାଇଁ ଘଟିତ ଯୁଦ୍ଧରେ ଆମକୁ ଯାହା ମିଳିଥିଲା, ଆମ ମ୍ଳେଚ୍ଛ ନେତୃତ୍ୱ ତାହାକୁ ହାତଛଡ଼ା କରିଦେଲେ । ପୂରାପୂରି ସୁନିୟୋଜିତ । ପାକିସ୍ତାନକୁ ଆଣବିକ ଶକ୍ତି କରାଇଦେବା ଆମର ଅକ୍ଷମଣୀୟ ଅପରାଧ ଥିଲା । ୧୯୭୧ର ବିଜୟକୁ ଯଦି ‘ମହାନ୍ ବିଜୟ’ କୁହାଯାଏ, ତାହା ମଧ୍ୟ ଅର୍ଦ୍ଧସତ୍ୟ ହେବ, କାରଣ ତାହାର ପ୍ରତିଫଳକୁ ତ ହାତଛଡ଼ା କରିଦିଆଗଲା । ବନ୍ଧୁ, ଏହା ହିଁ ଥିଲା ପୂର୍ବ-ନିଦ୍ଧାରିତ ଯୋଜନା ମୂର୍ଖ ଭାରତୀୟଙ୍କୁ ଆଉ ଟିକେ ବୋକା ବନେଇ ବ୍ୟାପକ ହିନ୍ଦୁ ନରସଂହାର ମାଧ୍ୟମରେ ବଙ୍ଗଳାଦେଶକୁ ଏକ ଇସଲାମୀ ଦେଶ କରାଯିବାର ମାର୍ଗ ପ୍ରଶସ୍ତ କରିବା । ଆଶ୍ଚର୍ଯ୍ୟ କଥା, ନକାରାତ୍ମକ ବିଚାର ତଥା କାର୍ଯ୍ୟକଳାପ ପାଇଁ କୁଖ୍ୟାତ ମ୍ଳେଚ୍ଛ ସମ୍ପ୍ରଦାୟ ନିଜ ଧ୍ୟେୟରୁ ୧୫୦୦ ବର୍ଷରୁ ଅଦ୍ୟାବଧି ବିଚ୍ୟୁତ ହୋଇ ନାହାନ୍ତି, କିନ୍ତୁ ମହାନ ସନାତନ ସଂସ୍କୃତିର ଅନୁଗାମୀ ନିଜର ଶାଶ୍ୱତ ମୂଲ୍ୟବୋଧରୁ ବିଚ୍ଛିନ୍ନ ହୋଇଗଲେଣି !
Flip Book Link:
https://demo.rastradeep.com/flip.aspx?fid=210