Latest News

୧୬କୋଟିର ଗିଟାର

ରାଷ୍ଟ୍ରଦୀପ 15/01/2024ବିଶ୍ୱ ବାତାୟନ

 ଦୁନିଆର ସବୁଠୁ ମହଙ୍ଗା ଗିଟାର । ଏଡେନ୍ ଅଫ କୋରୋନେଟ୍ କୁହାଯାଉଥିବା ଏହି ଗିଟାରରେ ଲାଗିଛି ୧୧,୪୪୧ ହୀରା । ଏଥିସହ ଗିଟାର ତିଆରିରେ ଲାଗିଛି ୧୮ କ୍ୟାରେଟ ସୁନା । ଏହାର ମୂଲ୍ୟ ପ୍ରାୟ ୧୬କୋଟି ୪୫ଲକ୍ଷ ଟଙ୍କା ହେବ । ହଂକଂର ଆରୋନ୍ ଶୁମ୍ ୭ଶହ ଦିନ ମଧ୍ୟରେ ନିର୍ମାଣକରିଛନ୍ତି । ମୋଟ ୬୮ କାରିଗର ଏଥିରେ ଲାଗିଥିଲେ । ଗିଟାରର ଟୋନ୍ କଣ୍ଟ୍ରୋଲ ହୀରାର ପରସ୍ତ ତଳେ ରହିଛି । ଜୁଏଲାରୀ ଡ଼ିଜାଇନର ଆରେନ୍ ଶୁମ୍ ଏବଂ ସଙ୍ଗୀତଜ୍ଞ ମାର୍କ ଲୁଇଙ୍କ ସହ ଗିବ୍‌ସନ କମ୍ପାନୀ

ଏହି ଗିଟାର ତିଆରିରେ ଲାଗିଥିଲା । ଗିନିଜ୍ ବୁକ୍ ଅଫ ରେକର୍ଡସ୍‌ରେ ଏହି ଗିଟାର ସାମିଲ ହୋଇଛି । ୧୯୬୧ରେ ଗିଟାରର ଇଲେକ୍ଟ୍ରିକ୍ ମଡେଲ ଜାରି ହୋଇଥିଲା । ଏହାକୁ ହିଁ ଗିସନ୍ ଏସଜି କୁହାଯାଏ । ଏହା କେବଳ ଶୋ ପିସ୍ ନୁହେଁ । ଏହାକୁ ବ୍ୟବହାର ମଧ୍ୟ କରିହେବ । ୨୦୧୫ରେ ପ୍ରଥମେ ଆବୁଧାବିର ମରୀନା ମଲ୍‌ରେ ଏହି ମୂଲ୍ୟବାନ ଗିଟାରର ପ୍ରଦର୍ଶନ କରାଯାଇଥିଲା ପରେ ଚୀନ୍‌ରେ ଏହାକୁ ଡିସ୍‌ପ୍ଲେ କରାଯାଇଥିଲା । ୨୦୧୯ ଅକ୍ଟୋବରରେ ତାହାପୁଣି ଆବୁଧାବି ଯାଇଥିଲା ।

Flip Book Link: https://demo.rastradeep.com/flip.aspx?fid=209

Related Post