Latest News

ମଧ୍ୟଯୁଗୀୟ ଶୈଳୀରେ ଆଧୁନିକ ପ୍ରାସାଦ

ରାଷ୍ଟ୍ରଦୀପ 22/01/2024ବିଶ୍ୱ ବାତାୟନ

 ପଶ୍ଚିମ ପୋଲାଣ୍ଡର ନୋଟେକା ଜଙ୍ଗଲରେ ରହିଛି ସେ ଦେଶର ସବୁଠୁ ବିଦାଦୀୟ ଅଟ୍ଟାଳିକା । ମଧ୍ୟଯୁଗୀୟ ଶୈଳୀରେ ନିର୍ମିତ ଏହି କୋଠା ‘ଷ୍ଟବନିକା ପ୍ରାସାଦ’ ନାମରେ ପରିଚିତ । ପୋଜନାନ ସହରଠାରୁ ୫୦କି.ମି ଦୂରସ୍ଥ ଷ୍ଟବନିକା ହ୍ରଦରେ ଏହି ୧୫ ମହଲା ବିଶିଷ୍ଟ ଅଟ୍ଟାଳିକାର ଗଢ଼ି ଉଠିଛି । ଏହି ଅଟ୍ଟାଳିକାର ନିର୍ମାଣ ୨୦୧୫ରୁ ଆରମ୍ଭ ହୋଇଥିଲେ ହେଁ ୨୦୧୮ ଯାଏ ଦେଶବାସୀ ଏହା ସମ୍ପର୍କରେ ଜାଣିନଥିଲେ । ଏହାର ମାଲିକାନା

ନେଇ ବିଭିନ୍ନ ଗୁଜବ ଶୁଣିବାକୁ ମିଳୁଥିବା ବେଳେ ଏହାର ନିର୍ମାଣରେ ବିଦେଶରୁ ଅର୍ଥ ନିବେଶ ହୋଇଥିବା ଶୁଣାଯାଏ । ଏହା ଜଣକର ବ୍ୟକ୍ତିଗତ ବାସଭବନ ବୋଲି କୁହାଯାଉଥିବା ବେଳେ ଏହା ଏକ ବିଳାସମୟ ହୋଟେଲ ବା ଧନୀ ତଥା ମୁଷ୍ଟିମେୟ ଲୋକଙ୍କ ବାସସ୍ଥଳୀରେ ପରିଣତ ହେବ ବୋଲି ମଧ୍ୟ ଅନ୍ୟତ୍ର ଚର୍ଚ୍ଚା ହେଉଚି । କାରଣ ଜଣେ ନିଜର ବ୍ୟକ୍ତିଗତ ବାସଭବନ ପାଇଁ ପ୍ରାୟ ୯କୋଟି ଡଲାରରୁ ଅଧିକ ଖର୍ଚ୍ଚ କରିବା କଥାକୁ ଅନେକ ବିଶ୍ୱାସ କରୁନାହାନ୍ତି ।

Flip Book Link: https://demo.rastradeep.com/flip.aspx?fid=210

Related Post