Latest News

ଚନ୍ଦ୍ରରୁ ନମୁନା ଆଣିବ ଚନ୍ଦ୍ରଯାନ -୪

ରାଷ୍ଟ୍ରଦୀପ 22/01/2024ବିଶ୍ୱ ବାତାୟନ

 ଚନ୍ଦ୍ରଯାନ-୩ର ସଫଳତା ପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମହାକାଶ ମିଶନ୍‌ର ସଙ୍କେତ ଦେଇଛି ଇସ୍ରୋ । ମିଶନ୍ ଚନ୍ଦ୍ରଯାନ-୪ ପାଇଁ ଏହା ପ୍ରସ୍ତୁତି ଚଳାଇଛି । ଏହା ଚନ୍ଦ୍ରର ନମୁନା ପୃଥବୀକୁ ଆଣିବ ବୋଲି ଇସ୍ରୋ ବିଶେଷଜ୍ଞ ସଙ୍କେତ ଦେଇଛନ୍ତି । ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର୍‌ର ନିର୍ଦ୍ଦେଶକ ନିଲେଶ ଦେଶାଇ ନିକଟରେ ଇଣ୍ଡିଆନ ଟ୍ରାପିକାଲ ମେଟେରୋଲୋଜିକାଲ ଇନଷ୍ଟିଚ୍ୟୁଟ୍‌କୁ ସମ୍ବୋଧିତ କରି ଚନ୍ଦ୍ରଯାନ-୪କୁ ଚନ୍ଦ୍ର ମିଶନ୍‌ର ଏକ ପ୍ରମୁଖ ଅଗ୍ରଗତି ବୋଲି କହିଛନ୍ତି । ଦେଶାଇ କହିଛନ୍ତି ‘ଚନ୍ଦ୍ରଯାନ-୪ ଚନ୍ଦ୍ରକୁ ଯାତ୍ରା କରିବ, ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବ, ନମୁନା ସଂଗ୍ରହ କରିବ ଏବଂ ତା’ ପରେ ମହାକାଶରେ ଆଉ ଏକ ମଡ଼୍ୟୁଲ ସହ ସଂଯୁକ୍ତ ହେବ । ଦୁଇଟିଯାକ ମଡ୍ୟୁଲ ଯେତେବେଳେ ପୃଥିବୀ ନିକଟକୁ ଆସିବେ, ଉଭୟ ଦୁଇ ଭାଗରେ ବିଭକ୍ତ ହେବେ । ଗୋଟିଏ ଅଂଶ ପୃଥିବୀକୁ ଫେରିବ ଏବଂ ଅନ୍ୟଟି ପୃଥିବୀ କକ୍ଷରେ ଘୂରିବ । ଏହା ଅତ୍ୟନ୍ତ ମହତ୍ତ୍ୱାକାଂକ୍ଷୀ ମିଶନ୍ । ଆଗାମ

ୀ ୫-୭ ବର୍ଷରେ ଆମେ ଚନ୍ଦ୍ରରୁ ନମୁନା ଆଣିବାରେ ସଫଳ ହେବୁ ବୋଲି ଆଶାକରୁଛୁ । ପ୍ରଥମତଃ, ଚନ୍ଦ୍ରଯାନ -୩ ରୋଭର୍‌ର ଓଜନ ମାତ୍ର ୩୦ କିଲୋ ଥିଲା । କିନ୍ତୁ ଚନ୍ଦ୍ରଯାନ -୪ ମିଶନ ଜରିଆରେ ଚନ୍ଦ୍ର ପୃଷ୍ଠରେ ୩୫୦କିଲୋ ଓଜନର ରୋଭର୍ ଅବତରଣ କରିବାକୁ ଇସ୍ରୋ ଯୋଜନା କରିଛି । ଦ୍ୱିତୀୟରେ, ଚନ୍ଦ୍ରର ଅନାଲୋଚିତ ଅନ୍ଧାରିଆ ଦକ୍ଷିଣମେରୁ ଅଞ୍ଚଳରେ ସୂକ୍ଷା୍ମବତରଣ ଚନ୍ଦ୍ରଯାନ-୩ର ଉଦ୍ଦେଶ୍ୟ ଥିଲା । ଚନ୍ଦ୍ରଯାନ-୩୫୦୦ମିଟର ଗୁଣନ ୫୦୦ମିଟର କ୍ଷେତ୍ରର ଅନ୍ୱେଷଣ କରିଥିଲାବେଳେ ଚନ୍ଦ୍ରଯାନ-୪ତା’ ଠୁ ଅଧିକ ୧୦୦୦ମିଟର ଗୁଣନ ୧୦୦୦ମିଟର କ୍ଷେତ୍ରରେ ଅନ୍ୱେଷଣ କରିବ । ପୃଥିବୀକୁ ଚନ୍ଦ୍ର ନମୁନା ସହିତ ଫେରିବାର ଦକ୍ଷତା ଜରିଆରେ ଚନ୍ଦ୍ରଯାନ-୪ ମିଶନର ସଫଳତା ନିର୍ଦ୍ଧାରଣ କରାଯିବ । ଏହି ଚ୍ୟାଲେଞ୍ଜ ପ୍ରକ୍ରିୟାରେ ଚନ୍ଦ୍ର ନମୁନା ବହନକାରୀ କାର୍ଗୋର ପ୍ରତ୍ୟାବର୍ତ୍ତନ ପାଇଁ ଦୁଇଟି ଶକ୍ତିଶାଳୀ ରକେଟ୍ ଆବଶ୍ୟକ । ଚନ୍ଦ୍ର ପୃଷ୍ଠରେ ଏହା ୬୦ ଡିଗ୍ରୀ ପର୍ଯ୍ୟନ୍ତ କ୍ଷେତ୍ରର ଅନ୍ୱେଷଣ କରିବ । 

Flip Book Link: https://demo.rastradeep.com/flip.aspx?fid=210

Related Post