Latest News

ଉଡ଼ନ୍ତା ମଣିଷ

ରାଷ୍ଟ୍ରଦୀପ 22/01/2024ବିଶ୍ୱ ବାତାୟନ

 କିଛିବର୍ଷ ପୂର୍ବେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଏୟାର କ୍ରାଫ୍ଟ କମ୍ପାନୀ ପକ୍ଷରୁ ଆକାଶର କମ ଉଚ୍ଚତାରେ ଅଳ୍ପବାଟ ଉଡ଼ିପାରୁଥିବା ଏକ କ୍ଷୁଦ୍ର ଉଡ଼ନ୍ତା ଯାନ ନିର୍ମାଣ କରାଯାଇଥିଲା । ଏହି ଯନ୍ତ୍ରକୁ ନିଜ ଶରୀରରେ ବାନ୍ଧି ତଥା ଏକ ସ୍ୱତନ୍ତ୍ର ହେଲମେଟ୍ ପିନ୍ଧି କେବଳ ଜଣେ ବ୍ୟକ୍ତି କିଛି ବାଟ ଉଡ଼ିଯାଇପାରୁଥିଲା । ପରେ ଏହା ଉପରେ ବିଶେଷ ଗବେଷଣା ହୋଇନଥିଲା । ତେବେ ୨୦୧୭ମସିହାରୁ ବ୍ରିଟେନର ଜଣେ ବିମାନଚାଳକ ରିଚାର୍ଡ଼ ବ୍ରଓନିଙ୍ଗ ଆକାଶରେ ସ୍ୱାଧୀନ ଭାବେ ମଣିଷ ଉଡ଼ିବା ବ୍ୟବସ

ଥା ଉପରେ ଗବେଷଣା ଆରମ୍ଭ କରିଥିଲେ ଓ ୨୦୧୮ ମସିହାରୁ ଏଥିରେ ନିଷ୍ଠାପର ଭାବେ କାର୍ଯ୍ୟ କରି ୨୦୨୨ରେ ଏଭଳି ଏକ ଜେଟପ୍ୟାକ ପ୍ରସ୍ତୁତ କଲେ ଯାହାକୁ ପିନ୍ଧି ଏବେ ମଣିଷ ୩୬୫୮ମିଟର ଉଚ୍ଚତା ଯାଏ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ସହଜରେ ଉଡ଼ିଯାଇ ପୁଣି ଇଚ୍ଛା ଅନୁସାରେ ପୃଥିବୀ ପୃଷ୍ଠକୁ ଫେରିଆସି ପାରୁଛି । ଏବେ ଏହି ଜେଟ୍‌ପ୍ୟାକ୍ ଆଗାମୀ ଦିନରେ ଲୋକପ୍ରିୟ ହେବା ଆଶା କରାଯାଉଛି ଓ ମଣିଷ ପକ୍ଷୀ ଭଳି ଆକାଶରେ ଇଚ୍ଛା ଅନୁସାରେ ଉଡ଼ିପାରିବ ତାହା ସତ୍ୟ ହେବାକୁ ଯାଉଛି । 

Flip Book Link: https://demo.rastradeep.com/flip.aspx?fid=210

Related Post