Latest News

ଜଣେ କଏଦୀ ଥିବା ବନ୍ଦୀଶାଳା

ରାଷ୍ଟ୍ରଦୀପ 22/01/2024ବିଶ୍ୱ ବାତାୟନ

 ଡାମନ-ଡିୟୁରେ ୪୨୭ବର୍ଷ ପୁରୁଣା ଦୁର୍ଗରେ ରହିଛି ଏକ ଜେଲ୍ । ଏଠାରେ ଜଣେ ମାତ୍ର କଏଦୀ ରହିଛନ୍ତି । ଆରବ ସାଗର ମଝିରେ ଥିବା ଏହି ଜେଲ୍‌ରେ୨୦୧୩ରେ ୭ଜଣ କଏଦୀ ଥିଲେ । ସେମାନଙ୍କ ମଧ୍ୟରୁ ୨ ମହିଳା ଏବଂ ୫ ପୁରୁଷ ଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଆମରେଲୀ ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଏହା ସହିତ ୨ ଜଣଙ୍କୁ

ମୁକ୍ତ କରାଯାଇଥିଲା । ଏବେ ଜେଲ୍‌ରେ ଜଣେ ମାତ୍ର କଏଦୀ ରହିଯାଇଛନ୍ତି । ତାଙ୍କ ପାଇଁ ସ୍ଥାନୀୟ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅଣାଯାଇଥାଏ । ଏଠାରେ ଥିବା କଏଦୀଙ୍କ ନାମ ହେଉଛି ଦୀପକ କଞ୍ଜି । ସ୍ତ୍ରୀଙ୍କୁ ଜହର ଦେଇ ମାରିଥିବା ଅଭିଯୋଗରେ ସେ ଜେଲ୍‌ରେ ଅଛନ୍ତି । ତାଙ୍କ ବିଚାର ଶେଷ ନ ହେବା ପର୍ଯ୍ୟନ୍ତ ସେ ଏଠାରେ ରହିବେ । 

Flip Book Link: https://demo.rastradeep.com/flip.aspx?fid=210

Related Post