Latest News

ନିଲାମ ହେବ ୧୨୨ ବର୍ଷର କାଡ୍‌ବରୀ

ରାଷ୍ଟ୍ରଦୀପ 22/01/2024ବିଶ୍ୱ ବାତାୟନ

 ୧୯୦୨ରେ ରାଜା ଏଡ୍‌ୱାଡ୍ ୭ମ ଏବଂ ରାଣୀ ଆଲେକ୍‌ଣ୍ଡାରଙ୍କ ଅଭିଷେକ ସମୟରେ ତିଆରି କରାଯାଇଥିବା ୧୨୨ବର୍ଷର ପୁରୁଣା କାଡ୍‌ବରି ଚକୋଲେଟ୍ ନିଲାମ ହେବ । ସେତେବେଳେ ଏହି ଚକୋଲେଟ୍ ସ୍କୁଲରେ ଜଣେ ଛାତ୍ରୀଙ୍କୁ ଦିଆଯାଇଥିଲା । ହେଲେ ୯ମ ଶ୍ରେଣୀଙ୍କ ଛାତ୍ରୀ ମେରି ଏନ୍ ବ୍ଲୋକ୍‌ମୋର ଏହି ଚକୋଲେଟ୍‌କୁ ନ ଖାଇ ରାଜାରାଣୀଙ୍କ ଅଭିଷେକ ସନ୍ତକ ଭାବେ ରଖିଥିଲେ । ଏହି ଚକୋଲେଟ୍ ଏବେ ମ

ରିଙ୍କ ପରିବାରରେ ଅଛି । ଚକୋଲେଟ୍ ଟିଣ ଡବା ଉପରେ ରାଜା ଏଡ୍‌ୱାଡ୍ ୭ମ ଏବଂ ରାଣୀ ଆଲେକ୍‌ଜାଣ୍ଡାରଙ୍କ ଚିତ୍ର ମଧ୍ୟ ରହିଛି । ମେରିଙ୍କ ନାତି ଜିନ୍ ଥମ୍‌ସନ୍ ଏହାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜନ୍‌ଙ୍କୁ ବର୍ତ୍ତମାନ ୭୨ବର୍ଷ । ସେ ଏହି କାଡ୍‌ବରି ଚକୋଲେଟ୍ ଟିଣ ଡବାକୁ ନେଇ ହାନ୍‌ସନର ନିଲାମୀ କର୍ମକର୍ତ୍ତାଙ୍କ ପାଖକୁ ଯାଇଥିଲେ ବୋଲି ଜଣାପଡ଼ିଛି । 

Flip Book Link: https://demo.rastradeep.com/flip.aspx?fid=210

Related Post