Latest News

ରକ୍ତରେ ଲାଗିଛି ନିଆଁ

ବିପ୍ଳବ 11/12/2023କବିତା

 ଜହ୍ଲାଦ ଏଇଠି ଭାଇ ଭାଇ ଡାକି

କାଟିଲାଣି ଆସି ତଣ୍ଟି
କେତେ କାଳ ଆଉ ଶୋଇକି ରହିବ
ଖୋଲରେ ଖୋଲରେ ପାଟି ।
ଅମା ଅନ୍ଧକାର ହଟେଇ ଦିଅରେ
ସାଜିଣ ରକ୍ତିମ ସୂର୍ଯ୍ୟ
ଯୁଦ୍ଧର ଆହ୍ୱାନ ସ୍ୱୀକାର କରରେ
ହୁଅନାରେ ହୀନ ବୀର୍ଯ୍ୟ ।
ଶାନ୍ତି ପାଇଁ ଯୁଦ୍ଧ ଲୋଡାହୁଏ ଆଜି
ଲୋଡ଼ା ପୁଣି ରକ୍ତପାତ
ଗାତ ପୋତିବାକୁ ଲୋଡ଼ା ହୁଏ ମାଟି
ମାଟି ପାଇଁ ଖୋଳ ଗାତ ।
ସହିବାର ସୀମା ଟପିଗଲା ପରେ
ରକ୍ତରେ ଲାଗିଛି ନିଆଁ
ଜାଗ୍ରତ ହୁଅରେ ଜ

ାଗ୍ରତ ହୁଅରେ

ଶୋଇକି ରହିଛ କିଆଁ ?
ଆକୁଳ ହୃଦୟେ ଡାକୁଛିରେ ଭାଇ
କର ତା’ର ପ୍ରାଣ ରକ୍ଷା
ଧର୍ମ ଯୁଦ୍ଧକୁ ଲମ୍ଫ ଦେବାକୁ
ନିଅରେ ନିଅରେ ଦୀକ୍ଷା ।
ଉନ୍ନତ କରରେ ମାଟି ମା’ ଶିର
ଆତଙ୍କର ହେଉ ଶେଷ
କାଟରେ କାଟରେ ସନ୍ତ୍ରାସର ଶିର
ମା’ ଓଠେ ଖେଳୁ ହସ ।
ବଜ୍ର ଶପଥ ନିଅରେ ନିଅରେ
ନିଅରେ ହିନ୍ଦୁ ଆଜି
ବିନ୍ଦୁ ବିନ୍ଦୁ ହୋଇ ସିନ୍ଧୁ ହୁଅରେ
ଶଇତାନ ଯାଉ ହଜି ।
 
 

Flip Book Link: https://demo.rastradeep.com/flip.aspx?fid=205

Related Post