Latest News

କର୍ତ୍ତବ୍ୟ

ପ୍ରସନ୍ନ କୁମାର ବିଶ୍ୱାଳ 08/01/2024ସାଂପ୍ରତିକୀ

 ବିଶିଷ୍ଟ ଶିଳ୍ପପତି ଘନଶ୍ୟାମ ଦାସ ବିର୍ଲା ଦିନେ ନିଜ କାର୍ଯ୍ୟାଳୟକୁ ଯାଉଥିଲେ । କାର୍ଯ୍ୟାଳୟ ଯିବାର ସମୟ ବିଳମ୍ବ ହୋଇ ଯାଇଥିବାରୁ ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲା । ଗାଡ଼ିଟି ଏକ ବିଶାଳ ପୁଷ୍କରିଣୀ କଡ଼ ରାସ୍ତାରେ ଗଲାବେଳେ ବହୁତ ଲୋକ ରୁଣ୍ଡ ହୋଇଥିବାର ସେ ଦେଖିଲେ । ଡ୍ରାଇଭରକୁ ତା'ର କାରଣ ପଚାରିଲେ । ଡ୍ରାଇଭର କହିଲା, “ସାର୍ ! ମୋତେ ତ ଜଣା ନାହିଁ । କିନ୍ତୁ ନିଶ୍ଚୟ କିଏ ବୁଡ଼ି ଯାଇଥିବ ।” ବିର୍ଲା ସାହେବ ଡ୍ରାଇଭରକୁ ତୁରନ୍ତ ଗାଡ଼ି ରୋକିବାକୁ କହିଲେ । କାର୍‌ରୁ ବାହାରି ଦ୍ରୁତ ଗତିରେ ପୋଖରି ନିକଟକୁ ଦୌଡ଼ିଲେ । ପାଖକୁ ଯାଇ ସେ ଯାହା ଦେଖିଲେ ସେଥିରେ ସେ ଆଶ୍ଚର୍ଯ୍ୟଚକିତ ହୋଇଗଲେ । ସେ ଦେଖିଲେ ଦଶ

ାର ବର୍ଷର ପିଲାଟିଏ ପାଣିରେ ବୁଡ଼ି ଯାଉଛି ଆଉ ଲୋକମାନେ ବଞ୍ଚାଅ ବଞ୍ଚାଅ କହି ଚିତ୍କାର କରୁଛନ୍ତି । କେହି ବି ପାଣିକୁ ପଶି ତାକୁ ଉଦ୍ଧାର କରୁନାହାନ୍ତି । କାଳବିଳମ୍ବ ନ କରି ସେ ପାଣି ଭିତରକୁ ଡେଇଁପଡ଼ିଲେ, ଆଉ ପିଲାଟିକୁ ଧରି ନିଜ ଗାଡ଼ିରେ ସିଧା ଡାକ୍ତରଖାନା ନେଇଗଲେ । ପିଲାଟି ବହୁତ ପାଣି ପିଇ ଦେଇଥିଲା । ତଥାପି ଡାକ୍ତରମାନଙ୍କ ପ୍ରଚେଷ୍ଟାରୁ ପିଲାଟି ବଞ୍ôଚଗଲା । ସେ ସେଠାରୁ ନିଜ କାର୍ଯ୍ୟାଳୟକୁ ପ୍ରସ୍ଥାନ କଲେ । ଲୋକମାନେ ଯେତେବେଳେ ତାଙ୍କର ଭୂରି ଭୂରି ପ୍ରଶଂସା କଲେ ଆଉ କହିଲେ, “ସାର୍‌! ଆପଣ ମହାନ ।” ଉତ୍ତରରେ ବିର୍ଲାଜୀ କହିଲେ, “ଏଇଟା ତ ମୋର କର୍ତ୍ତବ୍ୟ ଥିଲା ।”

 

Flip Book Link: https://demo.rastradeep.com/flip.aspx?fid=208

Related Post