Latest News

ଭାରତୀୟଙ୍କ ସ୍ୱପ୍ନର ବିକଶିତ ଭାରତ

ଦିବ୍ୟଜ୍ୟୋତି ପାଣି 15/01/2024ଜାତୀୟ

 ନିକଟରେ ଦେଶର ପ୍ରତି ରାଜ୍ୟର ରାଜଭବନରେ ଆୟୋଜିତ ହୋଇଥିଲା କୁଳପତି ଓ ଅଧ୍ୟାପକମାନଙ୍କର ସମ୍ମିଳନୀ । ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ । ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଗାମୀ ୨୦୪୭ ମସିହା ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରାକ୍ ପ୍ରସ୍ତୁତି । ୨୦୪୭ ମସିହାରେ ଭାରତ ସ୍ୱାଧୀନତାର ପାଳନ ହେବ ଶହେ ବର୍ଷ ପୂର୍ତ୍ତି । ଏହି ସମୟ ମଧ୍ୟରେ ଭାରତକୁ ଏକ ପରମ ବୈଭବଶାଳୀ, ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଦେଇଛନ୍ତି ପ୍ରାକ୍ ପ୍ରସ୍ତୁତି । ଏହି ଅଭିଯାନରେ ଛାତ୍ର ଓ ଯୁବକମାନଙ୍କ ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଛାତ୍ର ଓ ଯୁବକମାନଙ୍କୁ ଏହି ଅଭିଯାନର ଏକ ପ୍ରମୁଖ ଅଂଶ ଭାବରେ ବିଚାର କରାଯାଉଛି । ରାଷ୍ଟ୍ର ଗଠନରେ ସେମାନଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଛାତ୍ର ଓ ଯୁବବର୍ଗଙ୍କୁ ପ୍ରାଧାନ୍ୟ ଦିଆଯିବା ସହ ସେମାନଙ୍କୁ କିପରି ଅଧିକରୁ ଅଧିକ ବିକଶିତ ଭାରତ ନିର୍ମାଣ ନିମନ୍ତେ ଆକର୍ଷିତ କରାଯାଇ ପାରିବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଶିକ୍ଷା ସଂସ୍ଥାନର କୁଳପତି, ଅଧ୍ୟାପକ, ଅଧ୍ୟକ୍ଷ ଏବଂ ମାଲିକମାନଙ୍କୁ ସରକାରଙ୍କ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋକପାତ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେମାନେ ନିଜ ନିଜ ଶିକ୍ଷା ସଂସ୍ଥାନରେ ସଭା, ବିଚାରବିମର୍ଶ ଓ କାର୍ଯ୍ୟଶାଳା ଆୟୋଜନ କରିବେ । ଏହିସବୁ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଓ ଯୁବକମାନଙ୍କୁ ସଂଶ୍ଳିଷ୍ଟ କରାଯିବ । ସେମାନଙ୍କ ପ୍ରସ୍ତାବ, ପରାମର୍ଶ ସରକାରଙ୍କ ପାଖରେ ପହଞ୍ଚାଯିବ । ଏହା ଏକପ୍ରକାର ବିକଶିତ ଭାରତର ଯୋଜନା, ବିଚାର ଓ ଅନ୍ତଃଦୃଷ୍ଟିର ନିର୍ମାଣ ଏବଂ ବିକାଶ କ୍ଷେତ୍ରରେ ଜନଭାଗିଦାରିତାକୁ ସୁନିଶ୍ଚିତ କରିବା ପାଇଁ ମହାଅଭିଯାନ ଅଟେ । ଏହି ପ୍ରସ୍ତାବ ଦ୍ୱାରା ଛାତ୍ର ଓ ଯୁବକମାନେ ‘୨୦୪୭ ସୁଦ୍ଧା ବିକଶିତ ଭାରତ’ ଅଭିଯାନର ଏକ ପ୍ରମୁଖ ଅଂଶ ହୋଇପାରିବେ । ଭାରତ ସରକାରଙ୍କୁ ବିକଶିତ ଭାରତ ଅଭିଯାନକୁ ଛାତ୍ର ଓ ଯୁବ ବର୍ଗଙ୍କ ପ୍ରସ୍ତାବ ଓ ପରାମର୍ଶ ନୂଆ ଗତି ଓ ଶକ୍ତି ପ୍ରଦାନ କରିବ । ଜନଭାଗିଦାରିତାର ଏହି ଅଭିଯାନରେ ଯୁବବର୍ଗଙ୍କୁ ପ୍ରମୁଖ କେନ୍ଦ୍ର ଭାବରେ ବିଚାର କରାଯାଉଛି । ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତବର୍ଷରେ ଯୁବବର୍ଗଙ୍କ ସଂଖ୍ୟା ସର୍ବାଧିକ । ୨୯ ବର୍ଷ ଆୟୁଷଧାରୀ ଯୁବକମାନେ ଅଧିକ ବାସକରନ୍ତି । ସରକାରଙ୍କ ଦ୍ୱାରା ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି, ୨୦୧୧ ମସିହାରେ ଭାରତରେ ଯୁବକମାନଙ୍କ ସଂଖ୍ୟା ଥିଲା ୩୩ କୋଟି ୩୪ ଲକ୍ଷ । ୨୦୩୬ ମସିହା ଶେଷ ସୁଦ୍ଧା ସେମାନଙ୍କର ସଂଖ୍ୟା ୩୪ କୋଟି ୫୫ ଲକ୍ଷରେ ପହଞ୍ôଚଯିବ ବୋଲି ଆକଳନ କରଯାଇଛି । ୨୦୨୦ ମସିହା ସୁଦ୍ଧା ଭାରତ ଜନସଂଖ୍ୟାର ପଚାଶ ପ୍ରତିଶତ ସେହି ଯୁବକମାନେ ଥିଲେ ଯେଉଁମାନଙ୍କ ବୟସ ୨୫ ବର୍ଷରୁ କମ୍ ରହିଥିଲା । ଭାରତର ୬୫ ପ୍ରତିଶତ ଜନସଂଖ୍ୟା ୩୫ ବର୍ଷରୁ କମ୍ ବୟସର ଯୁବକ ଅଟନ୍ତି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ । ଏକ ସର୍ଭେ ଅନୁଯାୟୀ ଏମାନଙ୍କ ସଂଖ୍ୟା ସାଢ଼େ ଚାରି କୋଟି । ଯେଉଁମାନେ ଦେଶର ୧,୧୧୩ ବିଶ୍ୱବିଦ୍ୟାଳୟ, ୪୩,୭୯୬ ମହାବିଦ୍ୟାଳୟ ଓ ୧୧,୨୯୬ ଉଚ୍ଚ ଶିକ୍ଷା ସଂସ୍ଥାନରେ ଅଧ୍ୟୟନ କରୁଛନ୍ତି ।

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟଶାଳାରେ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ କି ଶିକ୍ଷା ସଂସ୍ଥାନ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ବିକଶିତ ଭାରତର ରୂପରେଖ ସମ୍ପର୍କରେ ଅବଗତ କରାନ୍ତୁ । ବିକଶିତ ଭାରତର ପ୍ରଧାନ ଲକ୍ଷ୍ୟ ମଧ୍ୟରେ ରହିଛି ଭାରତକୁ ଯଥାଶୀଘ୍ର ସାରା ପୃଥିବୀରେ ତ

ୃତୀୟ ସର୍ବ ବୃହତ ଆର୍ଥିକ ସମୃଦ୍ଧ ରାଷ୍ଟ୍ରରେ ପରିଗଣିତ କରିବା ଏବଂ ମାନବୀୟ ବିକାଶର ପ୍ରତ୍ୟେକ ସୂଚକାଙ୍କରେ ସୁଧାର ଆଣିବା । ବିକଶିତ ଭାରତର ଲକ୍ଷ୍ୟ ହେଉଛି ୨୦୪୭ ମସିହା ସୁଦ୍ଧା ପ୍ରତ୍ୟେକ କ୍ଷେତ୍ରରେ ବିକାଶର ଧାରା ପହଞ୍ôଚବା । ସରକାରଙ୍କ ବିିଭିନ୍ନ ଯୋଜନାର ଫଳପ୍ରଦ ରୂପାୟଣ ହେବା । ସେହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଭାରତ ସରକାର ସମସ୍ତ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସହ ମିଶି ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି । ସରକାରଙ୍କ ଯୋଜନା, ବିଚାର ଓ ଅନ୍ତଃଦୃଷ୍ଟି ସମାଜର ସର୍ବନିମ୍ନ ଶ୍ରେଣୀର ମଣିଷଙ୍କ ପାଖରେ ଉପଲବ୍ଧ ହେବା ପାଇଁ ସରକାର ସତର୍କ ଦୃଷ୍ଟି ରଖିଛନ୍ତି । କେବଳ ସରକାର କିମ୍ବା ନିର୍ଦ୍ଦିଷ୍ଟ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ଭାରତର ସ୍ୱପ୍ନ ସାଧିତ ହେବ ନାହିଁ । ଏହି ସ୍ୱପ୍ନ ସାକାର ହେବାକୁ ହେଲେ ସମାଜର ପ୍ରତିଟି ବର୍ଗ, ସଂସ୍ଥାର ଭାଗିଦାରିତା ରହିବାର ଆବଶ୍ୟକତା ଅପରିହାର୍ଯ୍ୟ । ବିକଶିତ ଭାରତ ନିମନ୍ତେ ଛାତ୍ର ଓ ଯୁବକମାନଙ୍କ ବିଶେଷ ଭୂମିକା ରହିଛି । ସେମାନଙ୍କ ଭବିଷ୍ୟତର ସ୍ୱପ୍ନ, ବିଚାର ଓ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଗଲେ ଏକ ସମୃଦ୍ଧ ଭାରତ ପ୍ରତିଷ୍ଠା ହୋଇପାରିବ । ‘ପ୍ରଧାନମନ୍ତ୍ରୀ ମୋଦୀ ଭବିଷ୍ୟତର ଭାରତ’ ନିମନ୍ତେ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ତାଙ୍କର ମନ ମସ୍ତିଷ୍କରେ ନା କେବଳ ଆଗାମୀ ୨୫ ବର୍ଷର ଭାରତର କଥା ଚିତ୍ରିତ ହେଉଛି, ବରଂ ଆସନ୍ତ୍ରା ଶତାବ୍ଦୀର ଭାରତର ପରିକଳ୍ପନା ସ୍ଥାନ ପାଉଛି । ଅନେକ ବାର ସେ କଥା ପ୍ରସଙ୍ଗରେ ସେ ତାଙ୍କର ଏହି ମନର କଥାକୁ ବ୍ୟକ୍ତ କରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଦତ୍ତ ଭାଷଣରେ ମୋଦୀ ଭାରତର ଭବିଷ୍ୟ ସଂପର୍କରେ ତାଙ୍କର ସଂକଳ୍ପ ବିଷୟରେ ଉଲ୍ଲେଖ କରିଥିଲେ । ଭବିଷ୍ୟତର ଭାରତ ନିର୍ମାଣ ପାଇଁ ବିଚାର ଶକ୍ତି ଓ ଜ୍ଞାନ ଶକ୍ତିର ପ୍ରମୁଖ ଭୂମିକାର ଅସ୍ୱୀକାର କରାଯାଇ ନପାରେ । ଏହି ପରିପ୍ରେକ୍ଷୀରେ ଶିକ୍ଷା ସଂସ୍ଥାନମାନେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବେ । ଉଚ୍ଚ ଶିକ୍ଷା ସଂସ୍ଥାନ, ସେଥିରେ କାର୍ଯ୍ୟରତ ବିଦ୍ୱାନ ବ୍ୟକ୍ତି, ଛାତ୍ରଛାତ୍ରୀ ମିଳିମିଶି ବିକଶିତ ଭାରତର ରୂପରେଖ ସମ୍ପର୍କରେ ସରକାରଙ୍କ ସମ୍ମ୍‌ୁଖରେ ସେମାନଙ୍କର ବିଚାର ପ୍ରକଟ କରିବେ । ଯାହାଦ୍ୱାରା ସରକାରଙ୍କୁ ସହଯୋଗ ତଥା ଶକ୍ତି ମିଳିବ । ସରକାରଙ୍କ ପ୍ରଣୀତ ନୂତନ ଶିକ୍ଷା ନୀତି ଏହି ଦିଗରେ ଏକ ପ୍ରମୁଖ ମାଧ୍ୟମ ହେବ ବୋଲି ଆଶା କରାଯାଉଛି । 

ସରକାରଙ୍କ ଉଦ୍ଦେଶ୍ୟ ପ୍ରାପ୍ତି ନିମନ୍ତେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନଙ୍କର ଏକ ଦଳ ଅତ୍ୟନ୍ତ ବ୍ୟବସ୍ଥିତ ଢଙ୍ଗରେ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି । ଶିକ୍ଷା ମନ୍ତ୍ରଣାଳୟର ଲଗାତାର ପ୍ରୟାସ ସରକାରଙ୍କ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଯଥେଷ୍ଟ ସହାୟକ ହେବ ବୋଲି ମନେ କରାଯାଉଛି । ରାଷ୍ଟ୍ର ନିର୍ମାଣର ସଫଳତା ନିର୍ଭର କରୁଛି ବୌଦ୍ଧିକ, ଜ୍ଞାନ-ବିଜ୍ଞାନର ବିକାଶ ଉପରେ । ବିକଶିତ ଭାରତ ନିର୍ମାଣ ପାଇଁ ଯୁବ ବର୍ଗଙ୍କୁ ଅଧିକ ମାତ୍ରାରେ ସାମିଲ କରାଯାଇପାରିଲେ ମିଶନ୍ ସଫଳ ହେବ । ବିକଶିତ ଭାରତ ଅଭିଯାନ ବିକାଶର ନୂତନ ବିଚାରର ମଧ୍ୟ ଅଭିଯାନ ଅଟେ । ଏବଂ ଏହି ନୂତନ ବିଚାର ଭାରତର ବିକାଶ ପ୍ରୟାସ ଓ ପ୍ରକ୍ରିୟାକୁ ଏକ ଦିଶା ପ୍ରଦାନ କରିବ । ତମାମ୍ ଦୁନିଆର ଅନ୍ୟ ରାଷ୍ଟ୍ରମାନଙ୍କର ବିକାଶ ତୁଳନାରେ ଭାରତର ବିକାଶକୁ ଏକ ପୃଥକ ଓ ବିଶିଷ୍ଟ ସ୍ୱରୂପ ପ୍ରଦାନ କରିବାର ସମ୍ଭାବନା ଦେଖାଦେଇଛି । ଭାରତର ଜନସଂଖ୍ୟାର ବିପୁଳତା ଏକ ପ୍ରଚଣ୍ଡ ଶକ୍ତି ଭାବରେ ପ୍ରତିଭାତ । ତେଣୁ ଜନସଂଖ୍ୟାର ଶକ୍ତି ନୂତନ ବିଚାରର ଶକ୍ତି ସହ ଯୋଡ଼ା ହୋଇଛି । ବିକଶିତ ଭାରତ ପ୍ରତିଷ୍ଠା ପାଇଁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମାଜର ବିଭିନ୍ନ ବର୍ଗରୁ ନୂତନ ବିଚାର, ବିମର୍ଶ, ପରାମର୍ଶକୁ ସକାରାତ୍ମକତାର ସହ ଗ୍ରହଣ କରି ତଦନୁଯାୟୀ ଆଗକୁ ବଢ଼ିବା ।

Flip Book Link: https://demo.rastradeep.com/flip.aspx?fid=209

Related Post