Latest News

କେ.କେ.ନାୟାର ଓ ଶ୍ରୀରାମ ଜନ୍ମଭୂମି

ଭୁବନାନନ୍ଦ ତ୍ରିପାଠୀ 22/01/2024ଜାତୀୟ

 ଆଜି ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ସମୟରେ ଶ୍ରୀଯୁକ୍ତ କେକେ ନାୟାରଙ୍କୁ ମନେ ପକାଇବା, ଯେକି ଅଯୋଧ୍ୟାର ପବିତ୍ର ରାମ ଜନ୍ମଭୂମିର ଭୂଖଣ୍ଡକୁ ହିନ୍ଦୁ ସମାଜ ହାତରେ ଅର୍ପଣ କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କଫାନଗାଲମ କରୁଣାକରନ ନାୟାର (କେକେ ନାୟାର)ଙ୍କ ଜନ୍ମ କେରଳ ପ୍ରଦେଶର ଆଲାପୂଜା ଜିଲ୍ଲାର ଗୁଣ୍ଟାକାଡୁ ନାମକ ଏକ କ୍ଷୁଦ୍ର ଗ୍ରାମରେ ୧୯୦୭ ମସିହା ସେପ୍ଟେମ୍ବର ୭ ତାରିଖରେ ହୋଇଥିଲା ।

୨୧ବର୍ଷ ବୟସରେ ସେ ଇଂଲଣ୍ଡ ଯାଇ ବାରିଷ୍ଟରୀ ଶିକ୍ଷା ହାସଲ କରିବା ସହିତ ଆଇ.ସି.ଏସ୍‌. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭାରତବର୍ଷକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରଥମ କିଛିବର୍ଷ କେରଳ ପ୍ରଦେଶରେ ଚାକିରି କରିବା ସମୟରେ ସେ ନିଜର ସେବାଭାବ ଏବଂ ସତ୍ୟନିଷ୍ଠା ପାଇଁ ସୁନାମ ଅର୍ଜନ କରିଥିଲେ । ସେ ଜନତାର ସେବକ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ୧୯୪୫ ମସିହାରେ ସେ ଉତ୍ତର ପ୍ରଦେଶରେ ଅଫିସର ପଦରେ ଅବସ୍ଥାପିତ ହୋଇଥିଲେ । ବିଭିନ୍ନ ପଦବୀରେ କାର୍ଯ୍ୟ କରି ୧ଜୁନ୍ ୧୯୪୯ ମସିହାରେ ସେ ଫୈଜାବାଦ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପଦରେ ଯୋଗ ଦେଇଥିଲେ ।
ସେହି ସମୟରେ ଅଯୋଧ୍ୟାର ରାମ ଜନ୍ମଭୂମିଠାରେ ହଠାତ୍ ରାମଲାଲାଙ୍କର ଆବିର୍ଭାବ ହୋଇଥିଲା ଏବଂ ଏ ଖବର ପାଇ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏ ଘଟଣାର ଯାଞ୍ଚ କରି ଏକ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ଗୋବିନ୍ଦ ବଲ୍ଲଭ ପନ୍ଥ ଜିଲ୍ଲାର ମୁଖ୍ୟ କେକେ ନାୟାରଙ୍କୁ ଏ କାର୍ଯ୍ୟର ସମ୍ପାଦନ ପାଇଁ ଆଦେଶ ଦେଲେ । ଶ୍ରୀ ନାୟାର ଏହି ତଦନ୍ତର ଭାର ସ୍ଥାନୀୟ ଅଧିକାରୀ ଶ୍ରୀ ଗୁରୁଦତ୍ତ ସିଂହଙ୍କ ଉପରେ ନ୍ୟସ୍ତ କରିଥିଲେ । ସେ ସମ୍ପର୍କରେ ତଦନ୍ତ କରି ଏକ ବିଶଦ ବିବରଣୀ ଦେଇ ଜଣାଇଲେ ଯେ ହିନ୍ଦୁ ସମାଜ ଅଯୋଧ୍ୟାକୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଭାବେ ପୂଜା କରିଆସୁଛନ୍ତି । ମାତ୍ର ମୁସଲିମ୍ ସମାଜ ସେହି ସ୍ଥାନରେ ଏକ ମସଜିଦ୍ ଅଛି ଦାବିକରି ବିବାଦ ସୃଷ୍ଟି କରୁଛି । ଶ୍ରୀ ଗୁରୁଦତ୍ତ ସିଂହ ତାଙ୍କ ରିପୋର୍ଟରେ ସ୍ପଷ୍ଟଭାବେ ଜଣାଇଥିଲେ ଯେ ଏହି ସ୍ଥାନରେ ପ୍ରକୃତରେ ଏକ ହିନ୍ଦୁ ମନ୍ଦିର ରହିଛି । ପରିଶେଷରେ ସେ ମତବ୍ୟକ୍ତ କରିଥିଲେ ଯେ ଉକ୍ତ ସ୍ଥାନରେ ଗୋଟିଏ ଭବ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଜମି ଯୋଗାଇଦେବା ଦରକାର ଏବଂ ମୁସଲିମମାନଙ୍କୁ ସେ ସ୍ଥାନରେ ପ୍ରବେଶ ନିଷେଧ କରାଯିବା ଉଚିତ୍ ହେବ । ତାଙ୍କ ରିପୋର୍ଟ ଅନୁଯାୟୀ କେ.ଆର. ନାୟାର ଏକ ସରକାରୀ ଆଦେଶ ଜାରି କଲେ ଯେ, ଜନ୍ମଭୂମି ଠାରୁ ୫୦୦ ମିଟର ପର୍ଯ୍ୟନ୍ତ ଭୂମିରେ ମୁସଲିମମାନେ ପ୍ରବେଶ କରିପାରିବେ ନାହିଁ । ପ୍ରକୃତ ପକ୍ଷେ ନାୟାରଙ୍କ ଏହି ଆଦେଶକୁ ଜିଲ୍ଲାର ପରବର୍ତ୍ତୀ ଅଧିକାରୀବୃନ୍ଦ କିମ୍ବା ରାଜ୍ୟର ବିଚାରାଳୟ ଦ୍ୱାରା ଶେଷ ପର୍ଯ୍ୟନ୍ତ ହଟାଯାଇ ପାରିନଥିଲା । ନାୟାରଙ୍କ ଏହି ନିଷ୍ପତ୍ତି ବିଷୟରେ ଅବଗତ ହେବା ପରେ ନେହେରୁ କ୍ରୋଧରେ ପାଚିଯାଇଥିଲେ । ସେ ଚାହୁଁଥିଲେ ରାଜ୍ୟ ସରକାର ଏ ବିଷୟରେ ତୁରନ୍ତ ହସ୍ତକ୍ଷେପ କରି, ରାମଲାଲାଙ୍କ ମୂର୍ତ୍ତିକୁ ସେହି ସ୍ଥାନରୁ ହଟାଇ ଦେଉ ଏବଂ ସେହି ସ୍ଥାନରେ ହିନ୍ଦୁମାନଙ୍କର ପ୍ରବେଶ ବନ୍ଦ କରୁ । ନେହେରୁଙ୍କ ଆଦେଶକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ଜଣାଇଦେଲେ ଏବଂ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଆଦେଶ ଦେଲେ । ନାୟାର ମୁଖ୍ୟମନ୍ତ୍ରୀଙ୍କ ଆଦେଶର ଅବଜ୍ଞା କରିବା ସହିତ ଅନ୍ୟ ଏକ ନିର୍ଦ୍ଦେଶ ଦେଲେ କି ରାମଲାଲାଙ୍କ ଦୈନନ୍ଦିନ ପୂଜା ବିଧିର ପ୍ରାରମ୍ଭ କରାଯାଉ । ଏହା ସହିତ ଜଣାଇ ଦେଲେ ଯେ ପୂଜା ଜନିତ ସମସ୍ତ ଖର୍ଚ୍ଚ ତଥା ପୂଜାରୀଙ୍କ ଦରମା ସରକାରୀ ପାଣ୍ଠିରୁ ବ୍ୟୟ କରାଯିବ ।
ନାୟାରଙ୍କ ଏହି ଦୁଃସାହସ ଦେଖି ପ୍ରଧାନମନ୍ତ୍ରୀ ନେହେରୁ ତାଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ଆଦେଶ ଦେଲେ । ପ୍ରଧାନମନ୍ତ୍ରୀଙ୍କ ଆଦେଶ ବିରୋଧରେ ନାୟାର ଆହ୍ଲାବାଦ ହାଇକୋର୍ଟରେ ଏକ ଅପିଲ ଦାଖଲ କରିଥିଲେ ଏବଂ ନିଜେ ନିଜର କେସ୍ ଲଢ଼ି ବିଜୟଲାଭ କରିଥିଲେ । କୋର୍ଟର ନିଷ୍ପତ୍ତି ଥିଲା ଯେ ନାୟାରଙ୍କୁ ତୁରନ୍ତ ନିଜ ପଦରେ ଅବସ୍ଥାପିତ କରାଯିବ ଏବଂ ଫୈଜାବାଦରେ ଜିଲ୍ଲାପାଳ ପଦରେ ନିଯୁକ୍ତି ଦିଆଯିବ । ଏହି କୋର୍ଟ ଆଦେଶ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ବିରାଟ ଧକ୍‌କା ସଦୃଶ ଥିଲା । ଏ ସମସ୍ତ ଘଟଣାକୁ ହୃଦୟଙ୍ଗମ କରି ଅଯୋଧ୍ୟାବାସୀ ଆବାଳ ବୃଦ୍ଧ ବନିତା ଶ୍ରୀଯୁକ୍ତ ନାୟାରଙ୍କର ଦୃଢ଼ ସମର

୍ଥକ ପାଲଟିଯାଇଥିଲେ ଏବଂ ତାଙ୍କୁ ଅଯୋଧ୍ୟାରୁ ଆଗାମୀ ନିର୍ବାଚନରେ ବିଧାନସଭା ପ୍ରାର୍ଥୀ ହେବା ପାଇଁ ଅନୁରୋଧ କରିଥିଲେ ।

କେ.କେ ନାୟାର ଜଣେ ସରକାରୀ ଚାକିରିଆ ହୋଇଥିବାରୁ ନିର୍ବାଚନରେ ଭାଗନେଲେ ଆଇନର ଉଲ୍ଲଙ୍ଘନ ହେବ ବୋଲି ଜଣାଇବା ସଙ୍ଗେ ସଙ୍ଗେ ନିଜ ଧର୍ମପତ୍ନୀ ଶକୁନ୍ତଳା ନାୟାରଙ୍କ ପ୍ରାର୍ଥୀପତ୍ର ପ୍ରସ୍ତାବରେ ସମ୍ମତ ହୋଇଥିଲେ । ୧୯୫୨ ମସିହାର ନିର୍ବାଚନରେ ଶ୍ରୀମତୀ ନାୟାର ଅଯୋଧ୍ୟାରୁ ପ୍ରାର୍ଥୀଭାବେ ଠିଆ ହୋଇ ସାରା ଦେଶରେ କଂଗ୍ରେସ ଦଳର ଲହର ଚାଲିଥିବା ବେଳେ ଏକମାତ୍ର ଅଣ-କଂଗ୍ରେସ ପ୍ରାର୍ଥୀ ହୋଇ ଭଲ ବ୍ୟବଧାନ ରଖି ଅଯୋଧ୍ୟାରୁ ଜୟଯୁକ୍ତ ହୋଇଥିଲେ । ପରବର୍ତ୍ତୀ ସମୟରେ ଶ୍ରୀମତୀ ନାୟାର ଭାରତୀୟ ଜନସଂଘ ଦଳରେ ଯୋଗଦେଇଥିଲେ ଏବଂ ଉତ୍ତର ପ୍ରଦେଶ ରାଜ୍ୟରେ ଦଳର ବିସ୍ତାର ପାଇଁ ଲାଗିପଡ଼ିଥିଲେ । ଶ୍ରୀମତୀ ନାୟାରଙ୍କ ବିଜୟ ପରେ କଂଗ୍ରେସ ଦଳ ନାୟାରଙ୍କ ଉପରେ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରିବାରୁ ସେ ନିଜ ଚାକିରିରୁ ଇସ୍ତଫା ଦେଇ ଆହ୍ଲାବାଦ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ୧୯୬୨ ମସିହାରେ ଅୁନଷ୍ଠିତ ନିର୍ବାଚନରେ ଭାଗନେବା ପାଇଁ ସେ ଅଞ୍ଚଳର ଜନତା କେ.କେ.ନାୟାର ତଥା ତାଙ୍କ ପତ୍ନୀଙ୍କୁ ମନାଇଥିଲେ । ନିର୍ବାଚନ ସଭାଗୁଡ଼ିକରେ ନାୟାର ଦମ୍ପତ୍ତି ଅଯୋଧ୍ୟାରେ ରାମ ମନ୍ଦିର ପ୍ରସଙ୍ଗକୁ ଉତ୍‌ଥାପନ ତଥ୍ୟପୂର୍ଣ୍ଣ ସହିତ କରୁଥିଲେ ଏବଂ ଜନତାର ପ୍ରବଳ ସମର୍ଥନ ପ୍ରାପ୍ତ ହୋଇ ଯଥାକ୍ରମେ ବାହାରିଚ୍ ଏବଂ କାଇଜରଗଞ୍ଜ ନିର୍ବିାଚନମଣ୍ଡଳୀରୁ ବିପୁଳ ଭୋଟରେ ଜୟଯୁକ୍ତ ହୋଇଥିଲେ । ଏହା ସେ ସମୟର ଏକ ଐତିହାସିକ ବିଜୟ ଥିଲା । ନାୟାରଙ୍କ ଲୋକପ୍ରିୟତା ଏତେ ଦୂର ଥିଲା ଯେ ତାଙ୍କର ଡ୍ରାଇଭର ମଧ୍ୟ ରାଜ୍ୟ ବିଧାନ ସଭାର ଫଇସଲାବାଦ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ତାଙ୍କରି ପ୍ରଭାବରୁ ଅଯୋଧ୍ୟାର ଉଭୟ ବିଧାନ ସଭା ଏବଂ ଲୋକସଭା ସିଟ୍‌ରୁ ବିଜେପି ଦଳର ପ୍ରାର୍ଥୀ ଲାଗ ଲାଗ ଜୟଯୁକ୍ତ ହୋଇଥିଲେ । 
ପରବର୍ତ୍ତୀ କାଳରେ ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରେ ଦେଶରେ ଜରୁରୀ ପରିସ୍ଥିତି ଲାଗୁ ହୋଇଥିଲା ଓ ସେ ନାୟାର ଦମ୍ପତ୍ତିଙ୍କୁ ବନ୍ଦୀ କରି ଜେଲରେ ରଖିଥିଲେ । ମାତ୍ର ଅଯୋଧ୍ୟାବାସୀଙ୍କ ଦୃଢ଼ ଜନ ଅସନ୍ତୋଷର ସାମନା କରିନପାରି ଶ୍ରୀମତୀ ଗାନ୍ଧୀ ନାୟାର ଦମ୍ପତିଙ୍କୁ ଅଳ୍ପଦିନ ପରେ ଜେଲରୁ ମୁକ୍ତ କରିଦେଇଥିଲେ । ନାୟାର ଦମ୍ପତ୍ତି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ଜନସେବାରେ ପୂର୍ବପରି ନିୟୋଜିତ ରହିଥିଲେ । ଦେଶ ସ୍ୱାଧୀନତା ପରେ ଅଯୋଧ୍ୟା ସମସ୍ୟାର ସମାଧାନ ସୂତ୍ର ପ୍ରଥମେ ନାୟାରଙ୍କ ଦ୍ୱାରା ବାହାର କରାଯାଇଥିଲା ଏବଂ ଉକ୍ତ ଆଦେଶର ପ୍ରଭାବ ଏତେ ତର୍କସଙ୍ଗତ ଥିଲା ଯେ ତାହା ଏବେ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । ରାମଲାଲାଙ୍କ ପୂଜାବିଧି ଆଜିସୁଦ୍ଧା ତାଙ୍କରି ଆଦେଶ ବଳରେ ଚାଲିଆସିଛି ।
୧୯୭୬ ମସିହାରେ ନାୟାର କେରଳ ପ୍ରଦେଶ ସ୍ଥିତ ନିଜ ଜନ୍ମଭୂମିକୁ ଫେରିଯିବା ପାଇଁ ଇଚ୍ଛା କଲେ । ସ୍ଥାନୀୟ ଲୋକଙ୍କ ଇଚ୍ଛା ଥିଲା ଯେ ନାୟାର ଶେଷ ପର୍ଯ୍ୟନ୍ତ ଅଯୋଧ୍ୟାରେ ରୁହନ୍ତୁ । ମାତ୍ର ଲୋକମାନଙ୍କୁ ବୁଝାସୁଝା କରି ସେ କେରଳ ଚାଲି ଯାଇଥିଲେ । ୧୯୭୭ ମସିହା ସେପ୍ଟେମ୍ବର ମାସ ୭ତାରିଖ ଦିନ ନାୟାର ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପଦ୍ମପାଦରେ ଶରଣ ନେଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଭାଗ ନେବା ପାଇଁ ଅଯୋଧ୍ୟାରୁ ଏକ ବଡ଼ ଗୋଷ୍ଠୀ କେରଳରେ ପହଞ୍ôଚଥିଲେ ଏବଂ ତାଙ୍କ ଚିତାଭସ୍ମ ଆଣି ଅଯୋଧ୍ୟାର ପବିତ୍ର ସରଯୂ ନଦୀରେ ବିସର୍ଜନ କରିଥିଲେ । ଏହିପରି ଭାବେ ସେତେବେଳେ ଅଯୋଧ୍ୟାର ଜନତା ଜଣେ ସଚ୍ଚା ରାମଭକ୍ତଙ୍କୁ ଉଚିତ୍ ସମ୍ମାନ ପ୍ରଦର୍ଶିତ କରିଥିଲେ । 
ଉପରୋକ୍ତ ଘଟଣା ସୂଚାଇ ଦିଏ ଯେ, ରାମ ଜନ୍ମଭୂମିର ଉଦ୍ଧାର ପାଇଁ କେ.କେ. ନାୟାରଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ସମଗ୍ର ହିନ୍ଦୁସମାଜ ଆଜି ତାଙ୍କୁ ଆଦର ଓ ସମ୍ମାନ ସହିତ ସ୍ମରଣ କରୁଅଛି । ଶ୍ରୀ ନାୟାରଙ୍କ ମୃତ୍ୟୁପରେ ତାଙ୍କ ଜନ୍ମମାଟିରେ ବିଶ୍ୱ ହିନ୍ଦୁ ପରିଷଦ ଏକ ସୁନ୍ଦର ସ୍ମାରକୀ ନିର୍ମାଣ କରିଅଛି ଏବଂ ଏଥିପାଇଁ ଏକ ଟ୍ରଷ୍ଟ ଗଠନ କରାଯାଇଛି । ଏହି ଟ୍ରଷ୍ଟ ମାଧ୍ୟମରେ ମେଧାବୀ ଛାତ୍ରମାନଙ୍କୁ ଆଇ.ଏ.ଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ନିମିତ୍ତ ଛାତ୍ରବୃତ୍ତି ଏବଂ ପ୍ରଶିକ୍ଷଣ ଯୋଗାଇ ଦିଆଯାଉଛି ।
(ଏହି ଲେଖାଟି ସୋସିଆଲ ମେଡ଼ିଆରୁ ସଂଗୃହୀତ ଏକ ଇଂରାଜୀ ପ୍ରବନ୍ଧର ଭାବାନୁବାଦ ।) 

Flip Book Link: https://demo.rastradeep.com/flip.aspx?fid=210

Related Post