Latest News

ଗାଆଁର ସମସ୍ତେ ସ୍ୱାବଲମ୍ବୀ

ରଞ୍ଜନ ମୁଦୁଲି 01/01/2024ବିଚାର

  

 
 
କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ବଞ୍ଚା ପଞ୍ଚାୟତର ଶିବନାରାୟଣପୁର ଗ୍ରାମର ପ୍ରାୟ ୭୦୦ ପରିବାର ୪,୦୦୦ ଲୋକ କେବଳ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ସେଠାରେ ଧାନ ଅମଳ ପରେ ଗ୍ରାମର ଉଭୟ ପୁରୁଷ ଓ ମହିଳା ବିଲରେ ବିଭିନ୍ନ ପ୍ରକାରର ପରିବା ଚାଷ କରିଥାଆନ୍ତି । ଏଠାରୁ ପରିବା ସ୍ଥାନୀୟ ଅଞ୍ଚଳ ସମେତ ଆନନ୍ଦପୁର, ଭଦ

୍ରକ, ବାଲେଶ୍ୱର, ଯାଜପୁର ରାଞ୍ଚି, କୋଲକତା ଆଦିକୁ ପଠାଯାଇଥାଏ । ଉକ୍ତ ଗ୍ରାମରେ ମାତ୍ର ୧୦/୧୨ ଜଣ ଚାକିରି କରୁଛନ୍ତି ହେଲେ ବହୁ ଶିକ୍ଷିତ ଲୋକେ ଉଚ୍ଚଶିକ୍ଷା ପରେ ବି କୃଷି କାର୍ଯ୍ୟ କରି ରୋଜଗାରକ୍ଷମ ହୋଇଛନ୍ତି । ହେଲେ ଦୁର୍ଭାଗ୍ୟର କଥା ଯେ ସେଠାରେ କୌଣସି ଶୀତଳଭଣ୍ଡାର ନାହିଁ । ଏଣୁ ସରକାରଙ୍କ ପକ୍ଷରୁ ଶୀତଳ ଭଣ୍ଡାର ହେଲେ ଚାଷୀମାନେ ଉପକୃତ ହୋଇପାରିବେ । 

 

Flip Book Link: https://demo.rastradeep.com/flip.aspx?fid=207

Related Post