Latest News

ହାନିକାରକ ପ୍ଲାଷ୍ଟିକ ପାଣିବୋତଲ

ଟୁଟୁ ଗୁମାନସିଂହ 22/01/2024ବିଚାର

 ବର୍ତ୍ତମାନ ଆମେ ବଜାରରୁ ମିଳୁଥିବା ଯେଉଁ ପ୍ଲାଷ୍ଟିକ ବୋତଲରୁ ପାଣି ପିଉଛୁ ତାହା ସ୍ୱାସ୍ଥ୍ୟ ପାଇଁ ଆଦୌ ଉପଯୋଗୀ ନୁହେଁ । ଗବେଷଣାରୁ ଜଣାଯାଇଛି ଯେ ୧ଲିଟର ପ୍ଲାଷ୍ଟିକ ବୋତଲ ପାଣିରେ ପ୍ରାୟ ଅଢ଼େଇ ଲକ୍ଷ ପ୍ଲାଷ୍ଟିକ କଣିକା ଓ ୯୦ ଭାଗ ନାନୋ କଣିକା ରହୁଛି । ଏହି ନାନୋ କଣିକା (ସୂକ୍ଷ୍ମ କଣିକା) ଆମ ଶରୀରକୁ ପ୍ରବେଶ କରି ବିଭିନ୍ନ ପ୍ରକାରର ଗମ୍ଭୀର ସମସ୍ୟା ସୃଷ୍ଟି କରୁଛି । ଏହି ଗବେଷଣା ସମ୍ପର୍କରେ ‘ପ୍ରୋସିଡିଂସ୍ ଅଫ ଦି ନେସନାଲ ଏକାଡେମୀ ଅଫ ସାଇନ୍ସ’ ପତ୍ରିକାରେ ପ୍ରକାଶିତ ହୋଇଛି । ଏହି ପ୍ଲାଷ୍ଟିକ କଣିକା ଗୁଡିକ ୧ ମାଇକ୍ରୋମିଟରରୁ ମଧ୍ୟ କମ୍ ବା ମଣିଷ କେଶ ମୋଟେଇର ପ୍ରା

ଏକ ସପ୍ତମାଂଶ । ପୂର୍ବ ଅଧ୍ୟୟନ ଗୁଡିକରେ କେବଳ ମାଇକ୍ରୋପ୍ଲାଷ୍ଟିକ ବା ୧ ରୁ ୫ହଜାର ମାଇକ୍ରୋମିଟର ଭିତରେ ଥିବା ପ୍ଲାଷ୍ଟିକ କଣିକା ଉପରେ ଗୁରୁତ୍ୱ ଦିଆଯାଉଥିଲା । ହେଲେ ବର୍ତ୍ତମାନ ଗବେଷଣାରୁ ଜଣାପଡିଥିବା ନାନୋପ୍ଲାଷ୍ଟିକ ମନୁଷ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ କାରଣ ଏଗୁଡିକ ଏତେ କ୍ଷୁଦ୍ର ଯେ ସେମାନେ ମଣିଷର କୋଷିକାକୁ ଭେଦ କରି ରକ୍ତରେ ପ୍ରବେଶ କରନ୍ତି ଓ ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଇ ଥାଆନ୍ତି । ଏପରିକି ପ୍ଲାସେଣ୍ଟା ଦ୍ୱାରା ଗର୍ଭସ୍ଥ ଶିଶୁର ଶରୀରକୁ ମଧ୍ୟ ପ୍ରବେଶ କରିଥାନ୍ତି । ଏଣୁ ଏହି ସବୁ କଥାକୁ ଧ୍ୟାନ ଦେଇ ଆମେ ପ୍ଲାଷ୍ଟିକ ବୋତଲଠାରୁ ଦୂରେଇ ରହିବା ନିହାତି ଜରୁରୀ ।

Flip Book Link: https://demo.rastradeep.com/flip.aspx?fid=210

Related Post