Latest News

ସଂସଦରେ ହଲାଲ ସାମଗ୍ରୀ ବନ୍ଦ

ରାଷ୍ଟ୍ରଦୀପ 01/01/2024ମୁଖ୍ୟ ପ୍ରସଙ୍ଗ

 

 
 
ସାମାଜିକ କାର୍ଯ୍ୟକର୍ତ୍ତା, ସର୍ଦ୍ଦାର ରବିରଞ୍ଜନ ସିଂହ ହଲାଲ୍ ବିରୋଧରେ ପ୍ରାୟ ପନ୍ଦର ବର୍ଷ ଧରି ସଂଗ୍ରାମ ଚଳାଉଛନ୍ତି । ସେ ୨୦୧୪ରେ ‘ଝଟକା ସାର୍ଟିଫିକେସନ ଅଥରିଟି’ ସ୍ଥାପନା କରିଥିଲେ । ଯାହାଦ୍ୱାରା ସେ ସମଗ୍ର ବିଶ୍ୱରେ ହଲାଲ୍ ଅର୍ଥତନ୍ତ୍ର ବିରୋଧରେ ଲୋକମାନଙ୍କୁ ସଚେତନ କରାଉଛନ୍ତି ଯେ ବାସ୍ତବରେ ‘ହଲାଲ୍ ପ୍ରମାଣନ’ ଥିବା ବସ୍ତୁଙ୍କ ନେଇ ଦେଶ ପ୍ରତି କିଭଳି ପ୍ରକାରର ବିପଦ ରହୁଛି । ୨୦୦୭ରେ ସେ ସଂସଦର କ୍ୟା

ଣ୍ଟିନରେ ପରଷା ଯାଉଥିବା ହଲାଲ୍ ମାଂସ ବିରୋଧରେ ସଂଘର୍ଷ ଆରମ୍ଭ କରିଥିଲେ । ଦୀର୍ଘଦିନର ସଂଘର୍ଷ ପରେ ୨୦୨୧ରେ ସଂସଦର କ୍ୟାଣ୍ଟିନରେ ହଲାଲ୍ ମାଂସ ବନ୍ଦ ହୋଇଯାଇଥିଲା । ଏପରିକି ଉତ୍ତର ପ୍ରଦେଶର ଅନେକ ମୁସଲମାନ ବେପାରୀ ରାଜ୍ୟ ସରକାରଙ୍କ ଦ୍ୱାରା ହଲାଲ୍ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ସମର୍ଥନ କରିଛନ୍ତି । ତାଙ୍କ ମତରେ- ‘ହଲାଲ୍ ନାଆଁରେ କିଛି ସଙ୍ଗଠନ ବା ବ୍ୟକ୍ତିବିଶେଷ ଠକି ଚାଲିଛନ୍ତି । ଏଣୁ କେବଳ ଉତ୍ତର ପ୍ରଦେଶ ନୁହେଁ ବରଂ ସମ୍ପୂର୍ଣ୍ଣ ଦେଶରେ ହଲାଲ୍ ଉପରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ ।

Flip Book Link: https://demo.rastradeep.com/flip.aspx?fid=207

Related Post