Latest News

ତନ୍ମୟତା

ପ୍ରସନ୍ନ କୁମାର ବିଶ୍ୱାଳ 01/01/2024ସମ୍ପାଦକୀୟ

 

 
 
ଦିନକର କଥା । ଶାନ୍ତି ନିକେତନର ନିଜ କକ୍ଷରେ ଗୁରୁଦେବ ରବୀନ୍ଦ୍ରନାଥ ଟେଗୋର ଗୋଟିଏ କବିତା ରଚନାରେ ମଗ୍ନ ଥିଲେ । ସେ ସେଥିରେ ଏପରି ତଲ୍ଲୀନ ହୋଇ ଯାଇଥିଲେ ଯେ ଅନ୍ୟ କିଛି କଥା ଜାଣିପାରୁ ନଥିଲେ । ଜଣେ ଡକାୟତ ପାଦ ଚାପି ଚାପି ଆସି ତାଙ୍କ ପାଖରେ ପହଞ୍ôଚଗଲା ଆଉ ଜୋରରେ କହିବାକୁ ଲାଗିଲା, “ମୁଁ ଆଜି ତୋର ଜୀବନକୁ ଶେଷ କରିଦେବି ।” ଡକାୟତର କଥା ଶୁଣି ଗୁରୁଜୀଙ୍କ ଧ୍ୟାନ ଭଙ୍ଗ ହେଲା । ସେ ଦେଖିଲେ ଜଣେ ଡାକୁ ହାତରେ ଛୁରୀ ଧରି ଛିଡ଼ା ହୋଇଛି ଏବଂ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେଉଛି । ଡକାୟତକୁ ଲକ୍ଷ୍ୟ କରି ସେ କହିଲେ, “ଟିକିଏ ରହିଯାଅ । ଗୋଟିଏ ସୁନ୍ଦର ଭାବନା ମନରେ ଜାତ ହୋଇଛି । ତାକୁ କବିତା ଆକାରରେ ଲେଖିଦିଏ, ତା'ପରେ ତୁମେ ମୋତେ ମାରିବ । ମୁଁ ତୁମକୁ ଆଦୌ ପ୍ରତିରୋଧ କରିବି ନାହିଁ ବରଂ ହସି ହସି ମୋର ଜୀବନ ଦେଇଦେବି ।&

rdquo; ଏତିକି କହି ସେ କବିତା ଲେଖାରେ ମଗ୍ନ ହେଲେ । ସେ ଏପରି ତଲ୍ଲୀନ ହୋଇଗଲେ ଯେ ପାଖରେ ତାଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ଥିବା ଡକାୟତର କଥା ବି ସେ ଭୁଲିଗଲେ । ଡକାୟତ ଏହା ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଗଲା । ଯେତେବେଳେ କବିତା ଲେଖିବା ଶେଷ ହୋଇଗଲା ତାଙ୍କର ସେ ଡକାୟତ କଥା ମନେ ପଡ଼ିଗଲା । ସେ ତା' ଆଡ଼କୁ ଚାହିଁ ବଡ଼ ବ୍ୟସ୍ତ ହୋଇ କହିଲେ, “ଟିକେ ବିଳମ୍ବ ହୋଇଗଲା । ସେଥିପାଇଁ କ୍ଷମା ମାଗୁଛି । କବିତା ଲେଖାର ତନ୍ମୟତାରେ ମୁଁ ତୁମ କଥା ପୂରାପୂରି ଭୁଲି ଯାଇଥିଲି । ଏବେ ତୁମେ ତୁମ ଯୋଜନାକୁ ସାକାର କର । ମୁଁ ମୋର ପ୍ରାଣ ଦେବାକୁ ପ୍ରସ୍ତୁତ ।” ଏହା ଶୁଣି ସେ ଡକାୟତଟି ହାତରେ ଧରିଥିବା ଛୁରୀକୁ ଫିଙ୍ଗି ଦେଇ ଗୁରୁଜୀଙ୍କ ପାଦ ତଳେ ଲୋଟିପଡ଼ିଲା । ତା' ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା । ଶାନ୍ତକାନ୍ତ ତଲ୍ଲୀନ ସାହିତ୍ୟସାଧକ ଗୁରୁଦେବଙ୍କ ପ୍ରତି ତା' ମନରେ ପ୍ରେମ ଓ ଭକ୍ତିର ଗଙ୍ଗା ପ୍ରବାହିତ ହେଲା ।

Flip Book Link: https://demo.rastradeep.com/flip.aspx?fid=207

Related Post