Latest News

ଶ୍ରୀଚୈତନ୍ୟ ବିହାରର ସାମ୍ବତ୍ସରିକ ଦିବସ ପାଳିତ

ରାଷ୍ଟ୍ରଦୀପ 01/01/2024ସମ୍ପାଦକୀୟ

 

 
 
ଖୋର୍ଦ୍ଧା ଶ୍ରୀ ଚୈତନ୍ୟ ରିସର୍ଚ୍ଚ ଆସୋସିଏସନ ପକ୍ଷରୁ ଶ୍ରୀଗୌର ଜଗନ୍ନାଥଙ୍କ ଘୋଡ଼ ଲାଗି ଓ ଓଢଣ ଷଷ୍ଠୀରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରେ ଦୁଇ ଦିନ ଧରି ଅଷ୍ଟପ୍ରହର ନାମଯଜ୍ଞ ସହିତ ‘ଅବତାରି ଓ ଅବତାରବାଦ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟାପକ ହେମନ୍ତ କୁମାର ଦାସ, ଶିକ୍ଷାବିତ ଯୁଧିଷ୍ଠିର ଛୁଆଲସିଂହ, ପଣ୍ଡିତ ଗୋପବନ୍ଧୁ ପଣ୍ଡା, ଶ୍ରୀ ଚୈତନ୍ୟ ଗବେଷକ ଜାନକୀ ବଲ୍ଲଭ ପଟ୍ଟନାୟକ, ଭୁବନେଶ୍ୱରର ସଚ୍ଚିଦାନନ୍ଦ ମହାରାଜ, ଆଠଗଡ଼ର ଶ୍ରୀ ଯଶୋଦା ମହାରାଜ ପ୍ରମୁଖ ଭାଗନେଇ ଶ୍ରୀକୃଷ୍ଣ ଜଗନ୍ନାଥ ଯେ ଅବତାରୀ ତାଙ୍କ ଉପରେ ଯୁକ୍ତି ଉପସ୍ଥାପନ କ

ିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚ ନ୍ୟାୟାଳୟର ଅଧିବକ୍ତା ଶ୍ରୀ ବାବୁଲାଲ ଗୁପ୍ତା ଯୋଗଦେଇ ଗରିବ ଅସହାୟଙ୍କ ସେବା ଓ ଧର୍ମକୁ ଆଧାର କରି ସେବା କରିବାକୁ ପରାମର୍ଶ ଦେବା ସହିତ କମ୍ବଳ ଓ ଶାଢି ବଣ୍ଟନ କରିଥିଲେ । ଏହି ଅବସରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଲିଖିତ ପୁସ୍ତକ ‘ଅବତାରି ଦଶ ଅବତାର ଧାରଣା’ ଲୋକାର୍ପଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ କୀର୍ତ୍ତନ ଦଳ ଓ ଭକ୍ତ ଯୋଗ ଦେଇଥିଲେ । ଏହି ଧାର୍ମିକ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ଜୟନାରାୟଣ ପଟ୍ଟନାୟକ ଓ ଅନନ୍ତ ହରିଦାସ ପରିଚାଳନା କରିଥିବା ବେଳେ ବୋଧାୟନ ମହାରାଜ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇଥିଲେ ।

Flip Book Link: https://demo.rastradeep.com/flip.aspx?fid=207

Related Post