Latest News

ଆତ୍ମବତ୍ ସର୍ବଭୂତେଷୁ

ପ୍ରସନ୍ନ କୁମାର ବିଶ୍ୱାଳ 15/01/2024ସମ୍ପାଦକୀୟ

 ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଜଣେ ପ୍ରତିଷ୍ଠିତ ଓକିଲ ଥିଲେ । ତାଙ୍କ ନାଆଁ ଥିଲା ଶଶିଭୂଷଣ ବନ୍ଦୋପାଧ୍ୟାୟ । ସେ ଖୁବ୍ ଉଦାର ଓ ଦୟାଳୁ ବ୍ୟକ୍ତି ଥିଲେ । ଜୁନ୍ ମାସର ଉଦୁଉଦିଆ ଖରାବେଳେ ସହରର ଜଣେ ପ୍ରତିଷ୍ଠିତ ଲୋକଙ୍କ ପାଖରେ ତାଙ୍କର ଗୋଟାଏ ଜରୁରି କାମ ଥିଲା । ଟାକ୍ସିଟିଏ ଭଡ଼ା କରି ସେ ସେହି ଭଦ୍ରବ୍ୟକ୍ତିଙ୍କ ଘରେ ଯାଇ ପହଞ୍ôଚଲେ । ଭଦ୍ରଲୋକ ଜଣକ ଏପରି ଖରାବେଳଟାରେ ଶଶିଭୂଷଣ ବାବୁଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେ କହିଲେ, “ଆପଣ ଏପରି ଭୟଙ୍କର ଖରାବେଳଟାରେ ନିଜେ ଆସିଲେ କାହିଁକି? କୌଣସି ଚାକର ହାତରେ ଚିଠି ପଠେଇ ଆପଣ ଏ କାମ କରି ପାରିଥାଆନ୍ତେ ।”

ଶଶିଭୂଷଣ ବାବୁ ଉତ୍ତର ଦେଲେ, “ମୁଁ ଏଇ କଥା ପ୍ରଥମେ ଚିନ୍ତା କରିଥିଲି । ସେଥିପାଇଁ ଚିଠି ବି ଲେଖିଲି । କିନ୍ତୁ ଦେଖିଲି ବାହାରେ ଭୀଷଣ ଖରା ହେଉଛି । ଏତେ ପ୍ରଚଣ୍ଡ ଖରାରେ ଚାକରବାକରଙ୍କୁ ପଠାଇବାକୁ ସାହସ ହେଲା ନାହିଁ । ମୁଁ ତ ଗାଡ଼ିରେ ବସି ଆସିଲି । ସେ ବିଚରା ଚାଲି ଚାଲି ଆସିଥାଆନ୍ତା । ମୋ ଭିତରେ ଯେମିତି ଆତ୍ମା ଅଛି ତା' ଭିତରେ ତ ସେମିତି ଆତ୍ମା ଅଛି । ତା' ଆତ୍ମାକୁ ଖୁବ୍ ବାଧିଥାଆନ୍ତା ନିଶ୍ଚୟ । ଶଶିଭୂଷଣ ବାବୁଙ୍କ ସାମାନ୍ୟ ଚାକର ପ୍ରତି ଥିବା ଆତ୍ମୀୟତା ଭାବକୁ ସେ ଭଦ୍ରଲୋକ ଭୂରି ଭୂରି ପ୍ରଶଂସା କରିବାକୁ ଲାଗିଲେ । ସେପରି ମହାନ ବିଚାର ଆଗରେ ତାଙ୍କ ମୁଣ୍ଡ ନଇଁଗଲା ।

Flip Book Link: https://demo.rastradeep.com/flip.aspx?fid=209

Related Post