Latest News

ନାରୀ ବିନା ସମାଜ ଅସମ୍ପୂର୍ଣ୍ଣ

ରାଷ୍ଟ୍ରଦୀପ 01/01/2024ସମ୍ପାଦକୀୟ

 

 
 
ଭୁବନେଶ୍ୱରର ବୀର ସୁରେନ୍ଦ୍ର ସାଏ ନଗର ଠାରେ ଗତ ନଭେମ୍ବର ୨୬ ତାରିଖ ଦିନ ଏକ ଦିବସୀୟ ମାତୃଶକ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାରୋଟି ଜିଲ୍ଲା ଯଥା- ଭୁବନେଶ୍ୱର, ନୟାଗଡ, ପୁରୀ ଓ ଖୋର୍ଦ୍ଧା ମହିଳା ସମନ୍ୱୟର ବିଭିନ୍ନ ସଂଗଠନର ଅନ୍ୟୂନ ୮୫୦ରୁ ଊର୍ଦ୍ଧ୍ୱ ମାତା, ଭଗିନୀ, କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ତିନୋଟି ସତ୍ରରେ ତିନୋଟି ବିଷୟ ରଖାଯାଇଥିଲା । ପ୍ରଥମ ସତ୍ରରେ ରାଷ୍ଟ୍ର ସେବିକା ସମିତିର କ୍ଷେତ୍ର ପ୍ରଚାରିକା ସୁଶ୍ରୀ ଲତିକା ପାଢୀ ଯୋଗଦେଇ ଭାରତୀୟ ଚିନ୍ତନରେ ମହିଳାବିଷୟ ଉଲ୍ଲେଖ କରି ନାରୀ ଭାରତୀୟ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ, ନାରୀ ବିନା ଭାରତୀୟ ସମାଜ ଅସମ୍ପୂର୍ଣ୍ଣ ବୋଲି କହିଥିଲେ । ମାତୃଶକ୍ତି ଭାରତୀୟ ପରମ୍ପରା ସହ ଭାରତର ସାଂସ୍କୃତିକ ଭାବଧାରାକୁ ଧ୍ୟେୟ କରି ସମାଜ ଜାଗରଣରେ ନିଜର ଭୂମିକା ସ୍ଥିର କରିବାକୁ ମଧ୍ୟ କହିଥିଲେ । ଏହି ସତ୍ରରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ପ୍ରାଧ୍ୟାପିକା ଡ. ହିରଣ୍ମୟୀ ମିଶ୍ର । ସେହିପରି ଦ୍ୱିତୀୟ ସତ୍ରରେ ସାମୂହିକ ଚର୍ଚ୍ଚାରେ ମହିଳାମାନଙ୍କ ସ୍ଥିତି

ଓ ସମସ୍ୟା ସମ୍ବନ୍ଧରେ ଚର୍ଚ୍ଚା କରାଯାଇଥିଲା । ଶେଷ ସତ୍ରରେ ରାଷ୍ଟ୍ରୀୟ ପ୍ରମୁଖ, ମହିଳା ସହକାରିତା ପ୍ରକୋଷ୍ଠ, ସହକାର ଭାରତୀର ମାନନୀୟା ଶ୍ରୀମତୀ ଶତାବ୍ଦୀ ପାଣ୍ଡେ ଭାରତର ବିକାଶରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରି ଭାରତୀୟ ସମାଜ ଓ ସଂଘର୍ଷରେ ମାତୃଶକ୍ତିର ଅବଦାନର ଅନେକ ଉଦାହରଣ ଦେଇ ମାର୍ଗଦର୍ଶନ କରିଥିଲେ ଏବଂ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ସମାଜସେବୀ ଶ୍ରୀମତୀ ନମ୍ରତା ଚଢା ଓ ଡ. ବନ୍ଦନା ହରିଚନ୍ଦନ । ମହିଳା ସମନ୍ୱୟର ପୂର୍ବ ପ୍ରାନ୍ତ ସହ- ସଂଯୋଜିକା ଓ ସେବା ଭାରତୀ ପୂର୍ଣ୍ଣକାଳୀନ ସୁଶ୍ରୀ ଦୀପ୍ତିମୟୀ ନାୟକ, ବିଭାଗ ସଂଯୋଜିକା ଓ ରାଷ୍ଟ୍ର ସେବିକା ସମିତି ଭୁବନେଶ୍ୱର ମହାନଗର ସମ୍ପର୍କ ପ୍ରମୁଖ ଶ୍ରୀମତୀ ଜ୍ୟୋତିର୍ମୟୀ ସାହୁ, ପ୍ରାନ୍ତ ଟୋଲି ସଦସ୍ୟା ଓ ସକ୍ଷମର ଉପ ସଭାପତି ଶ୍ରୀମତି ମନସ୍କିତା ଜେନା ମଞ୍ଚାସୀନ ଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମହିଳା ପ୍ରମୁଖ, ସହକାର ଭାରତୀ, ଓଡିଶାର ଶ୍ରୀମତୀ କଳ୍ପନା ଦାଶ । ଏହାଛଡା ସମାଜରେ ବିଭିନ୍ନ କ୍ଷେତ୍ରରେ କାମ କରିଥିବା କିଛି ମହିଳାମାନଙ୍କୁ ସମ୍ମାନିତ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା ।

Flip Book Link: https://demo.rastradeep.com/flip.aspx?fid=207

Related Post