Latest News

ସରପଞ୍ଚଙ୍କ ସ୍ୱାମୀଙ୍କୁ ତାଗିଦ

ସତ୍ୟବାନ ଜେନା 08/01/2024ବିଚାର

  ବର୍ତ୍ତମାନ ରାଜ୍ୟପାଳ ରଘୁବର ଦାସ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ଓ ଲୋକଙ୍କ ସମସ୍ୟା ବୁଝୁଛନ୍ତି ଏବଂ ତୁରନ୍ତ ତା’ର ପ୍ରତିକାର କରିବାର ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି । କିଛି ଦିନ ତଳେ ଝାରସୁଗୁଡ଼ା ଗସ୍ତ ସମୟରେ ସଦର ବ୍ଲକ ତାଲପଟିଆରେ ଚାଷୀଙ୍କ ସହ ଆଲୋଚନା କରି ତାଙ୍କ ସମସ୍ୟାର ସମାଧାନ ପାଇଁ ସରପଞ୍ଚଙ୍କୁ ଡକାଇଥିଲେ । ହେଲେ ସରପଞ୍ଚ ନଆସି ତାଙ୍କ ସ୍ୱାମୀ ସେଠାରେ ପହଞ୍ଚିଥିଲେ । ଏହା ଦେଖି ରାଜ୍ୟପାଳ ବିରକ୍ତ ହୋଇ କହିଥିଲେ - ତୁମେ କିଏ ? ପତ୍ନୀଙ୍କୁ କୁହନ୍ତୁ ଆସି ଲ

ୋକଙ୍କ କଥା ବୁଝନ୍ତୁ । କାରଣ ଲୋକମାନେ ତାଙ୍କୁ ଭୋଟଦେଇ ଜିତାଇଛନ୍ତି । ଏଣୁ ତୁମେ ଏଠାକୁ କାହିଁକି ଆସିଛ ? ଆମେ ଜାଣୁ ଆମ ଦେଶରେ ବହୁ ଅଞ୍ଚଳରେ ଏଭଳି ଧାରା ଚାଲୁଛି । ମହିଳା ମାନେ ନାମକୁ ମାତ୍ର ପଦବୀରେ ଥିଲେ ବି ସମସ୍ତ କାମ ତାଙ୍କ ସ୍ୱାମୀ ହିଁ ବୁଝନ୍ତି । ଏଭଳି କରାଗଲେ ମହିଳାମାନଙ୍କୁ ଯେତେ ସଂରକ୍ଷଣ ଓ ସୁବିଧା ଯୋଗାଗଲେ ବି ତାହା ମୂଲ୍ୟହୀନ । ଏଣୁ ମହିଳାମାନଙ୍କୁ ଆଗକୁ ଆସି ତାଙ୍କ ଦାୟିତ୍ୱ ସମ୍ଭାଳିବାକୁ ହେବ । ରାଜ୍ୟପାଳଙ୍କ ଏଭଳି ମନ୍ତବ୍ୟ ଅନ୍ୟମାନଙ୍କୁ ନିଶ୍ଚିତଭାବେ ସଚେତନ କରାଇବ । 

Flip Book Link: https://demo.rastradeep.com/flip.aspx?fid=208

Related Post