Latest News

ମଦ ଦୋକାନକୁ ରାତି ଅଧଯାଏ ଅନୁମତି କାହିଁକି ?

ଗଣେଶ ସାହୁ 08/01/2024ବିଚାର

    ଏଥର କମିଶନରେଟ ପୋଲିସ ନିଜ ବଦାନ୍ୟତା ଦେଖାଇ ଏପରି ଏକ କାମ ପାଇଁ ଅନୁମତି ପ୍ରଦାନ କରିଛନ୍ତି, ଯାହାକୁ ଶୁଣି ହୋଟେଲ ଓ ତାର ମାଲିକ ବାର ଅନ୍ୟ ଗ୍ରାହକ ମାନେ ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି । ତାହାହେଲା ଜାନୁଆରୀ ୧ ତାରିଖ ପୂର୍ବ ରାତି ସାଢ଼େ ୧୨ଟା ପର୍ଯ୍ୟନ୍ତ ହୋଟେଲ ଓ ବାର ଖୋଲା ରହିବ  ଏବଂ ସ୍ୱତନ୍ତ୍ର ଅନୁମତି ନେଲେ ତାହା  ଏକଘଣ୍ଟା ବୃଦ୍ଧି କରାଯାଇ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ହେବ । ଅପର ପକ୍ଷରେ ସେହି ପୁଲିସ କହିଛି ଯେ ଅଧିକ ମଦ ଗ୍ରାହକଙ୍କୁ ଦିଅନାହିଁ , ଅଠର ବର୍ଷର

କମ ବୟସର ପିଲାଙ୍କୁ ମଦ ଦିଅନାହିଁ ଏବଂ ନାର୍କୋଟିକ ଡ୍ରଗ୍ସ ମଧ୍ୟ କାହାରିକୁ ଦିଅନ୍ତୁ ନାହିଁ  । ଗୋଟିଏ ପଟେ ମଦ ଦୋକାନୀକୁ ରାତି ସାଢ଼େ ଗୋଟାଏ ଯାଏଁ ଖୋଲିବାକୁ ଅନୁମତି ଦେବା ଓ ଅନ୍ୟପଟେ ତାଗିଦା କରିବାର ଅର୍ଥ କଅଣ ? ମଦ ନେଇ ଆମ ରାଜ୍ୟରେ ହେଉଥିବା ବ୍ୟଭିଚାର ତଥା ହିଂସାକାଣ୍ଡ କଥା ତ ଆମେ ସମସ୍ତେ ଜାଣିଛେ । ସରକାରଙ୍କ ପକ୍ଷରୁ ତାକୁ ରୋକିବା ପରିବର୍ତ୍ତେ ଏଭିଳି ନିଷ୍ପତ୍ତି ବାସ୍ତବରେ ନିନ୍ଦନୀୟ ।

           
 

Flip Book Link: https://demo.rastradeep.com/flip.aspx?fid=208

Related Post