Latest News

ମିତ ବସିବାର ପର୍ବ

ରାଷ୍ଟ୍ରଦୀପ 08/01/2024ମୁଖ୍ୟ ପ୍ରସଙ୍ଗ

 ମକର ଅର୍ଥ ମିତ । ମକର ଅର୍ଥ କୁମ୍ଭୀର । ପୃଥିବୀର ଦୁଇଟି ଗୋଲାର୍ଦ୍ଧରେ କୁମ୍ଭୀର ଓ କଙ୍କଡ଼ା, ମକର ଆଉ କର୍କଟ ଏହି ଦିନ ଏକାଠି ମିତ ବସିଥାନ୍ତି ବୋଲି ଲୋକବିଶ୍ୱାସ ଅଛି । ମୟୂରଭଞ୍ଜର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଛୋଟ ଥିଲା ବେଳେ ତାଙ୍କ ଉପରେ ବ୍ରିଟିଶ ସରକାରଙ୍କ କୋପଦୃଷ୍ଟି ପଡ଼ିଥିଲା । ଏଥିରୁ ତାଙ୍କୁ ସୁରକ୍ଷା ଦେବା ପାଇଁ ରାଜ ପରିବାର ବାଙ୍ଗିରିପୋଷୀ ଅନ୍ତର୍ଗତ ରାଜାଲୁକା ନାମକ ସ୍ଥାନର ରାମଚନ୍ଦ୍ର ମାଝୀଙ୍କ ସହିତ ସଙ୍ଗ

ତ ବସାଇ ଦେଇଥିଲେ । ସେଇଦିନଠୁ ମକର ପର୍ବରେ ମିତ ବା ସଙ୍ଗାତ ବସିବା ପରମ୍ପରା ଚାଲିଆସୁଛି । ପୁରାଣ ଯୁଗରେ ଶ୍ରୀରାମ ଶବର ରାଜା ସୁଗ୍ରୀବଙ୍କ ସହିତ ମିତ ବସିଥିଲେ । ପାଣ୍ଡବମାନେ ଅଜ୍ଞାତ ବାସ ସମୟରେ କୀଚକ ଗଡ଼ରେ ବିରାଟରାଜାଙ୍କ ସହିତ ମିତ ବସିଥିବାର ପ୍ରମାଣ ମିଳେ । କୁଶା, ନନ୍ଦ, ଭୌମ, ସୋମ, ଭଞ୍ଜ ବଂଶର ରାଜାମାନେ ମୟୂରଭଞ୍ଜର ଗଡ଼ଜାତର ସର୍ଦ୍ଦାରମାନଙ୍କ ସହିତ ବନ୍ଧୁତା ଗଢ଼ି ରାଜ୍ୟ ଶାସନ କରୁଥିବା କଥା ବିଭିନ୍ନ ଶିଳାଲେଖରୁ ଜଣାପଡ଼େ ।

Flip Book Link: https://demo.rastradeep.com/flip.aspx?fid=208

Related Post