Latest News

ବାଲ୍ ଶିବିର ଅନୁଷ୍ଠିତ

ରାଷ୍ଟ୍ରଦୀପ 08/01/2024ସମାଚାର ବିବିଧା

ସି.ଡ଼ି.ଏ.ସେକ୍ଟର -୯ ସ୍ଥିତ ମର୍କତ ନଗର ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀରୁ ୯ମ ଶ୍ରେଣୀ ସମସ୍ତ ବିଭାଗର ଛାତ୍ରମାନଙ୍କୁ ନେଇ ବାଲଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାତଃକାଳରୁ ଛାତ୍ରମାନେ ଗ୍ରାମଦର୍ଶନରେ ମହାନଦୀ ତଟସ୍ଥ ଦେବୀଦ୍ୱାର ଦର୍ଶନ କରିବାକୁ ବସ ଯୋଗେ ଯାତ୍ରାକରିଥିଲେ । ଶିବିରାର୍ଥୀମାନଙ୍କ ମଧ୍ୟରେ କବାଡି, ଖୋଖୋ ପ୍ରତିଯୋଗିତା କରାଯାଇ କୃତୀଛାତ୍ରମାନଙ୍କର ଚୟନ କରାଯାଇଥିଲା । ଅମୃତ କଳସ ଆଶୁ ଅଭିନୟ, ବକ୍ତୃତା ଆଦି ପ୍ରତିଯୋଗିତା କାରଯାଇ କୃତୀ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଥିଲା । ଶିବିରରେ ଡ଼ାକ୍ତର ଶ୍ରୀଯୁକ୍ତ ନିରଞ୍ଜନ ମହାନ୍ତି ଓ ଡାକ୍ତର ଶ୍ରୀଯୁକ୍ତ ବି.ଏନ୍ ମହାନ୍ତି ଯୋଗଦେଇ ଶିଶୁସ୍ୱାସ୍ଥ୍ୟ ସମ୍ପର୍କରେ ପରାମର୍

ଶ ପ୍ରଦାନ କରିଥିଲେ । ଆୟୋଜିତ ସାଧାଣଣ ସଭାରେ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ କୁଞ୍ଜବିହାରୀ ଜେନା ଅଧ୍ୟକ୍ଷତା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସୁକାନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଚାଳନା କମିଟିର ଯୁଗ୍ନ ସଂପାଦକ ଶ୍ରୀମତୀ ମିନିରାଣୀ ରାଉତ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମନୋରଞ୍ଜନ ଦାଶ, ସଦସ୍ୟ ଶ୍ରୀମତୀ ପ୍ରବାସିନୀ ସାହୁ ଉପସ୍ଥିତ ରହି ମାର୍ଗଦର୍ଶନ ପ୍ରଦାନ କରିଥିଲେ । ବାଲଶିବିର ପ୍ରମୁଖ ନୀଳମଣି ଦାସ ଶିବିର ପରିଚାଳନା କରିଥିଲେ । ଆଚାର୍ଯ୍ୟ ବିକ୍ରମ ଚରଣ ପରିଡା ଅମୃତ ବଚନ ପାଠ କରିଥିବା ବେଳେ ଆଚାର୍ଯ୍ୟ ସତ୍ୟବ୍ରତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଶାନ୍ତିମନ୍ତ୍ରପାଠ କରାଯାଇ ଶିବିର ସମାରୋପ ହୋଇଥିଲା ।

Flip Book Link: https://demo.rastradeep.com/flip.aspx?fid=208

Related Post