Latest News

କେନ୍ଦୁଝରଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ କୃତିତ୍ୱ

ରାଷ୍ଟ୍ରଦୀପ 22/01/2024ସମାଚାର ବିବିଧା

 କେନ୍ଦୁଝରଗଡ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ କେନ୍ଦୁଝରଗଡ ପୌରପାଳିକାର ତୃତୀୟ ଶ୍ରେଣୀର ବୃତ୍ତି ପରିକ୍ଷାରେ ସାଇ ଅର୍ପିତା ପ୍ରିୟଦର୍ଶିନୀ, ଜ୍ୟୋତିଚନ୍ଦ୍ର ମହାପାତ୍ର, ସାଇ କାବ୍ୟା ନାୟକ ସରକାରୀ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିଦ୍ୟାଳୟର ସଭାପତି ଡଃ ସୁନିଲ କୁମାର ରଥ ଓ ସଂପାଦକ ସୁଂ

ଧାଶୁ ଶେଖର ପଣ୍ଡା ଓ ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ କୃତିତ୍ୱ ପାଇଁ ପରିଚାଳନା ସମିତି ତଥା ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କର ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Flip Book Link: https://demo.rastradeep.com/flip.aspx?fid=210

Related Post