Latest News

ପଲ୍ଲୀ ବିକାଶ ପକ୍ଷରୁ ସ୍ନେହ ମିଳନ କାର୍ଯ୍ୟକ୍ରମ

ରାଷ୍ଟ୍ରଦୀପ 22/01/2024ସମାଚାର ବିବିଧା

 ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ପଲ୍ଲୀ ବିକାଶ ତରଫରୁ ତିନି ଦିନ ଧରି ସ୍ନେହ ମିଳନ ଓ ମୋ ଗାଁ ତୀର୍ଥ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି ଅବସରରେ ସଙ୍ଗଠନର ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ପ୍ରତ୍ୟେକ ଗ୍ରାମର ଉନ୍ନତି କଳ୍ପେ କାର୍ଯ୍ୟ କରି ଆସିଥିବା ଓ ବର୍ତ୍ତମାନ ରାଜ୍ୟ ବାହାରେ ଥିବା ୭୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ପ୍ରଥମ ଦିବସରେ ପରିଚୟ ହୋଇଥିଲା । ଦ୍ୱିତୀୟ ଦିବସରେ ଗ୍ରାମର ପରିକ୍ରମା କରି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଇଥିଲା । ସନ୍ଧ୍ୟା ସମୟରେ କୃଷକ ସମ୍ମିଳନୀ ଓ ମାତୃ ସମ୍ମିଳନୀ ଆୟୋଜନ କରାଯାଇଥିଲା ସେଥିରେ ଡ଼. ଭଗବାନ ତ୍ରିପାଠୀ ମୁଖ୍ୟ ଅତିଥି ଅବସରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅମୀତା ମିଶ୍ର, ଡ଼. ସନ୍ତୋଷ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । ତୃତୀୟ ଦିବସରେ ମହେନ୍ଦ୍ରଗିରି ଲକ୍ଷ୍ମୀ ବାବାଙ୍କ ସହିତ ପ୍ରଭାତ ଫେରି ହୋଇ ଜଗନ୍ନଥ ମନ୍ଦିର ପ୍ରାଙ୍ଗଣରେ ଓøଷଧୀୟ ବୃକ୍ଷରୋପଣ କରାଯାଇଥିଲା । ଦିବା ୧୧ ଘଣ୍ଟା ସମୟରେ ଜ୍ଞ ଳ ଶ

ମ ବ୍ଲଡ କ୍ୟାମ୍ପ ସହଯୋଗରେ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । କାର୍ଯ୍ୟକ୍ରମରେ ଭଗବାନ ତ୍ରିପାଠୀ ମୁଖ୍ୟ ଅତିଥି ଡ଼, ଅରିନ୍ଦମ ପଣ୍ଡା ଓ ଡ଼. ରଶ୍ମି ପାଣିଗ୍ରାହୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ୬୦ରୁ ଅଧିକ ସ୍ୱେଚ୍ଛାସେବୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା କିରଣ କୁମାର ପତି ପରିଚାଳନା କରିଥିବାବେଳେ ସୀତାରାମ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରତାପ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ପାଦକ ସଞ୍ଜୟ କୁମାର ପଣ୍ଡା ବିବରଣୀ ପାଠ କରିଥିଲେ, ଚିନ୍ତାମଣି ବେହେରା, ଆଲୋକ କୁମାର ନାୟକ, ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଜୟଚନ୍ଦ୍ର ପାଢ଼ୀ, ହରିବନ୍ଧୁ ନାୟକ, ଜନାର୍ଦ୍ଧନ ପାଢ଼ୀ, ଆଶୀଷ କୁମାର ପଣ୍ଡା, ଦିପକ ବେହେରା, କାହ୍ନୁ ବେହେରା, ସୁର୍ଯ୍ୟକାନ୍ତ ବେହେରା, ବିଚିତ୍ର ପଣ୍ଡା, ବିରଞ୍ଚି ପ୍ରସାଦ ଗୌଡ, ସିଦ୍ଧାର୍ଥ ଗୌଡ, ଗଣେଶ ନାୟକ, ସୀମାଞ୍ଚଳ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Flip Book Link: https://demo.rastradeep.com/flip.aspx?fid=210

Related Post