Latest News

ଭାରତ ବିକାଶ ପରିଷଦର ଶ୍ରୀକ୍ଷେତ୍ର ଓ ବରୁଣେଇ ଶାଖା ଉଦ୍‌ଘାଟିତ

ରାଷ୍ଟ୍ରଦୀପ 22/01/2024ସମାଚାର ବିବିଧା

ଖୋର୍ଦ୍ଧା : ପୁରୀ ବଡ଼ଶଙ୍ଖ ସ୍ଥିତ ତ୍ରିମୂର୍ତ୍ତି ହାଇଟସ୍ ହୋଟେଲ ସମ୍ମିଳନୀ କକ୍ଷରେ ଭାରତ ବିକାଶ ପରିଷଦ ପୂର୍ବ ପ୍ରାନ୍ତର ଶ୍ରୀକ୍ଷେତ୍ର ଶାଖା ଏବଂ ଖୋର୍ଦ୍ଧା ବରୁଣେଇ ଶାଖା ଉଦ୍‌ଘାଟନ ହୋଇଯାଇଛି । ପୂର୍ବପ୍ରାନ୍ତ ରାଜ୍ୟ ସଭାପତି ଶିକ୍ଷାବିତ ସତ୍ୟବାଦୀ ଦାଶଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ କୁଳପତି ପ୍ରଫେସର ହରିହର ହୋତା ଯୋଗ ଦେଇଥିଲେ । ପରିଷଦର ପୂର୍ବକ୍ଷେତ୍ର ମହାସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଯୋଗଦେଇ କହିଲେ ଲୋକଙ୍କ ନିକଟରେ ସେବାମୂଳକ କାର୍ଯ୍ୟ ପହଞ୍ଚାଇବା ଲକ୍ଷ୍ୟ ନେଇ ଅଧିକରୁ ଅଧିକ ଶାଖା ଖୋଲାଯିବା ଉଦ୍ଦେଶ୍ୟ ରହିଛି । ସଂଗଠନର ସଚିବ ସୌମେନ୍ଦ୍ର ଦାସ କହିଲେ ଭାରତ ବିକାଶ ପରିଷଦ ସମାଜରେ ସମ୍ପର୍କ, ସହଯୋଗ, ସଂସ୍କାର, ସେବା ଓ ସର୍ମପଣ ଭାବରେ କାର୍ଯ୍ୟ କରୁଛି । ୧୬ଟି ଜିଲ୍ଲାକୁ ନେଇ ଓଡ଼ିଶା ପୂର୍ବପ୍ରାନ୍ତ ଗଠିତ ହୋ

ଇଛି । ଏହି ଅବସରରେ ନୂତନ ଶାଖା କର୍ମକର୍ତ୍ତାଙ୍କୁ ପ୍ରାନ୍ତୀୟ ଅଧକ୍ଷ ଶପଥପାଠ କରାଇଥିଲେ । ଶ୍ରୀକ୍ଷେତ୍ର ଶାଖାର ଅଧକ୍ଷ ଭାବେ ଡ଼.କମଳେଶ ପ୍ରଧାନ ବିଶ୍ୱାଶାନ୍ତି ତ୍ରିପାଠୀ ସମ୍ପାଦକ ଏବଂ ସୌରଭ ଦାସ ଅର୍ଥ ସଚିବ ଭାବେ ଦାଇତ୍ୱ ଗ୍ରହଣ କରିଛନ୍ତି । ସେହିପରି ବରୁଣେଇ ଶାଖାର ସଭାପତି ପ୍ରାଧ୍ୟାପକ ଅଜୟ ମିଶ୍‌୍ର, ସଚିବ ଭାବେ ପ୍ରାଧ୍ୟାପିକା ପ୍ରବୀଣା ପଟ୍ଟନାୟକ ଏବଂ ଅର୍ଥ ସଚିବ ଭାବେ ରୋଜାଲିନ ପଣ୍ଡାଙ୍କୁ ଦାଇତ୍ୱ ଦିଆଯାଇଛି । ମହିଳା ଓ ବାଲସଂସ୍କାର ବିଭାଗ କ୍ଷେତ୍ରୀୟ ସଚିିବ ସୁପ୍ରିତି ରଥ, ପ୍ରଫେସର ପ୍ୟାରିମୋହନ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ ସାମାଜିକ କର୍ମୀ ଜୟନ୍ତୀ ମହାପାତ୍ର, ନିମାଇ ଚରଣ ସାହୁ, ସନ୍ତୋଷ ମହାନ୍ତି, ପତିତପାବନ ସାମନ୍ତରାୟ, ତପସ୍ୱନୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରାମଚନ୍ଦ୍ର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Flip Book Link: https://demo.rastradeep.com/flip.aspx?fid=210

Related Post