Latest News

ଜ୍ୟୋତିର୍ବିଦ ସଂସ୍କୃତାଚାର୍ଯ୍ୟ ପଣ୍ଡିତ ଟିକେଶ୍ୱର ଗୁରୁଙ୍କ ଦେହାନ୍ତ

ରାଷ୍ଟ୍ରଦୀପ 08/01/2024ସମାଚାର ବିବିଧା

ବଲାଙ୍ଗୀର ଗାନ୍ଧୀନଗରପଡା ନିବାସୀ ବିଶିଷ୍ଟ ଜ୍ୟୋତିର୍ବିଦ୍ ସଂସ୍କୃତାଚାର୍ଯ୍ୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକ ବାଲ୍ୟକାଳରୁ ରାଷ୍ଟ୍ର ଧର୍ମ କାର୍ଯ୍ୟରେ ନିୟୋଜିତ କରି ସଂଘର ବିଭିନ୍ନ ଦାୟିତ୍ୱ ନିର୍ବାହ କରିବା ସହ ଆଜୀବନ ନିତ୍ୟ ଶାଖା ଯାଉଥିବା ସମସ୍ତଙ୍କର ଅତିପ୍ରିୟ ଟିକେଶ୍ୱର ଗୁରୁଙ୍କ ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱର ଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଅବସ୍ଥାରେ ୮୮ବର୍ଷରେ ସେ ଇହଲୀଳା ସମ୍ବରଣ କରିଛନ୍ତି । ସେ ବଲାଙ୍ଗୀର ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟରୁ ଅବସର ଗ୍ରହଣ କ

ାପରେ ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ରହି ସଂସ୍କୃତ ଭାଷାର ପ୍ରଚାର ଦିଗରେ କାର୍ଯ୍ୟ କରିବା ସହିତ ଜୀବନର ଶେଷ ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ ଥିଲେ । ବଲାଙ୍ଗୀର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଜିଲ୍ଲା ବ୍ରାହ୍ମଣ ମହାସଭା, ବିଶ୍ୱହିନ୍ଦୁ ପରିଷଦ ଓ ଜିଲ୍ଲା ସଂସ୍କୃତ ପରିଷଦ କାର୍ଯ୍ୟକର୍ତ୍ତାଙ୍କ ସମେତ ଅନ୍ୟମାନେ ତାଙ୍କ ଶେଷ ଯାତ୍ରାରେ ବିଭୁତି ପଡା ଶ୍ମଶାନକୁ ଯାଇଥିଲେ । ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଜ୍ୟେଷ୍ଠପୁତ୍ର ଘଣ୍ଟେଶ୍ୱର ଗୁରୁ ମୁଖାଗ୍ନି ଦେଇଥିଲେ ।

Flip Book Link: https://demo.rastradeep.com/flip.aspx?fid=208

Related Post