Latest News

ଗୈରିକ ରାଗେ ରଙ୍ଗାୟିତ ଅସ୍ତରଙ୍ଗ

ରାଷ୍ଟ୍ରଦୀପ 08/01/2024ସମାଚାର ବିବିଧା

 ଗଙ୍ଗେଶ୍ୱର (ଅସ୍ତରଙ୍ଗ, ପୁରୀ)- ପବିତ୍ର ରାସପୂର୍ଣ୍ଣିମା ବା କାର୍ତ୍ତିକ ପୂର୍ଣ୍ଣିମା ଦିନ ପୁରୀ ଜିଲ୍ଲା କାକଟପୁର ନିକଟସ୍ଥ ଅସ୍ତରଙ୍ଗ ବେଳାଭୂମିରେ ଆୟୋଜିତ ହୋଇଥିଲା ଦୁଇଦିନ ଧରି ପବିତ୍ର ବେଳାଭୂମି ମହାଯଜ୍ଞର ଷଷ୍ଠତମ ଉତ୍ସବ ଦିବସ । ପୁରୁଣା ମଧ୍ୟଯୁଗୀୟ ଗୋଲାମୀର ପଦଚିହ୍ନ ‘ଜାହାନିଆପୀର’ ନାମକ ସ୍ଥାନକୁ ପ୍ରାଚୀନ ଗଙ୍ଗେଶ୍ୱର ଧାମରେ ରୂପାନ୍ତରିତ କରାଇବାର ଆନ୍ତରିକ ଉଦ୍ୟମ । ଗ୍ରାମ ଗ୍ରାମରୁ ଦୀର୍ଘ ୧ମାସ ଧରି ମଠ ମନ୍ଦିରମାନଙ୍କରେ ସ୍ଥାପନ କରାଯାଇଥିବା ଗୈରିକ ଧ୍ୱଜକୁ ସ୍ଥାନୀୟ କୀର୍ତ୍ତନମଣ୍ଡଳୀ ସହ ଅସ୍ତରଙ୍ଗରୁ ଗଙ୍ଗେଶ୍ୱର (ଜାହାଁନିଆପୀର) ପୀଠ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାକୁ କଣମଣଠାରୁ ଯଜ୍ଞସ୍ଥଳ ଯାଏଁ କାର୍ଯ୍ୟକର୍ତ୍ତାମାନେ ପାଛୋଟି ଆଣିଥିଲେ । ସମୁନ୍ନତ ଯଜ୍ଞକାର୍ଯ୍ୟ, କୀର୍ତ୍ତନମଣ୍ଡଳୀଙ୍କୁ ସ୍ୱାଗତ, ସେମାନଙ୍କ ଭକ୍ତିପୂତ ନାମକୀର୍ତ୍ତନ, ବିଶେଷତଃ ମହିଳା କୀର୍ତ୍ତନମଣ୍ଡଳୀଙ୍କ ଭକ୍ତିଭାବସିକ୍ତ ରସାନନ୍ଦପୂରିତ ନିଶ୍ଚଳ ନୃତ୍ୟ, ନୈସର୍ଗିକ ଭାବାବେଗରେ ଭରି ଦେଇଥିଲା ସେ ବେଳାଭୂମିର ବିସ୍ତୀର୍ଣ୍ଣ ଶଯ୍ୟାକୁ । ହଜାର ହଜାର ଲୋକଙ୍କ ଶୃଙ୍ଖଳିତ ସାତ୍ତ୍ୱିକ ଭୋଜନ, ସମ୍ବର୍ଦ୍ଧନା, ଅଭିଭାଷଣ, ପ୍ରବଚନ ଓ ଭଜନ ନବଉନ୍ମାଦନାରେ ଉଚ୍ଛୁଳିତ କରାଉଥାଏ ସମ୍ପୂର୍ଣ୍ଣ ବାତାବରଣକୁ । ସନ୍ଧ୍ୟାରେ ସମୁଦ୍ର ଆଳତି ଓ କା

ର୍ଯ୍ୟକର୍ତ୍ତାମାନଙ୍କ ଅପୂର୍ବ ଉତ୍ସାହରେ ବିସ୍ମୃତ ଗଙ୍ଗେଶ୍ୱର ପୀଠରେ ପବିତ୍ର ଶିବ ମନ୍ଦିର ପ୍ରତିଷ୍ଠାର ପ୍ରାଣପ୍ରତିଜ୍ଞା ଅପୂର୍ବ ପୁଲକ ଓ ଉଷ୍ଣତାରେ ଭରିଦେଇଥିଲା ସେ ସ୍ଥାନଟିକୁ ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କ୍ଷେତ୍ରୀୟ ପ୍ରଚାରକ ପ୍ରସନ୍ନ କୁମାର ମିଶ୍ର, ଅଖିଳ ଭାରତୀୟ କିଷାନ ସଂଘର ମହାସଚିବ ମୋହିନୀ ମୋହନ ମିଶ୍ର, କ୍ଷେତ୍ରୀୟ ସଦ୍ଭାବନା ପ୍ରମୁଖ ଅଶୋକ କୁମାର ପାଢ଼ୀ, ବରିଷ୍ଠ ସେବାନିବୃତ୍ତ ପ୍ରଶାସକ ସୁଦର୍ଶନ ନାୟକ ଏବଂ ରାଷ୍ଟ୍ରଦୀପର ପୂର୍ବତନ ସମ୍ପାଦକ ଜଗବନ୍ଧୁ ମିଶ୍ର ଆଦି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକର୍ତ୍ତାମାନଙ୍କ ଉତ୍ସାହ ବୃଦ୍ଧି କରାଇଥିଲେ । ବାଙ୍ଗାଲୋରରେ ଇଞ୍ଜିନିୟର ଥିବା ଚିନ୍ମୟ ପ୍ରକାଶ ଦାଶ, ଦିଲ୍ଲୀରେ ବିଶିଷ୍ଟ ବୈଜ୍ଞାନିକ ଭାବେ ରାଷ୍ଟ୍ରୀୟ ସୂଚନା ବିଜ୍ଞାନରେ କାର୍ଯ୍ୟରତ ଶଙ୍କର ପ୍ରସାଦ ଜେନା, ସୁଶାନ୍ତ କୁମାର ପରିଡା, ପ୍ରଭାତ କୁମାର ମହାପାତ୍ର, ପ୍ରଭାତ କୁମାର ନାୟକ (ଜିତୁ ଭାଇ) ଆଦି କାର୍ଯ୍ୟକର୍ତ୍ତାଙ୍କ ସଙ୍କଳ୍ପନା, ସଫଳ ଯୋଜନା ଓ କାର୍ଯ୍ୟାନ୍ୱୟନ ଦ୍ୱାରା କାର୍ଯ୍ୟକ୍ରମଟି ସର୍ବାଙ୍ଗ ସୁନ୍ଦର ହୋଇ ବାତାବରଣକୁ ଅପୂର୍ବ ଆନନ୍ଦ ଉଲ୍ଲାସରେ ଭରିଦେଇଥିଲା । ଏହି ଅବସରରେ ‘ବେଳାଭୂମି ଯଜ୍ଞଶିକ୍ଷା’ ନାମକ ସ୍ମରଣିକା ପୁସ୍ତକର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା ।

Flip Book Link: https://demo.rastradeep.com/flip.aspx?fid=209

Related Post