Latest News

ଛେନା କଷ୍ଟାର୍ଡ

ଛାୟା ପୂରବୀ 08/01/2024ରୋଷେଇ

 ଉପକରଣ : ଖିର ୨୫୦ ମି.ଲି., ଚିନି ୨୫ ଗ୍ରାମ୍ , କଷ୍ଟାର୍ଡ ପାଉଡ଼ର ୨୦ ଗ୍ରାମ, ପାଣି ୩୦ ମି.ଲି., ଛେନା ୫୦ ଗ୍ରାମ୍ (ନରମ ଛେନା) ଭେନିଲା ଏସେ୍‌ନ୍‌ସ୍ ୫ ଟୋପା ।

ପ୍ରଣାଳୀ- (କ) ଖିର ଏବଂ ଚିନିକୁ ମିଶାଇ ଗରମ କରନ୍ତୁ । (ଖ) କଷ୍ଟାର୍ଡ ପାଉଡରକୁ ଅଳ୍ପ ଥଣ୍ଡା ପାଣିରେ ଗୋଳେଇ ଦିଅନ୍ତୁ । 

v>(ଗ) ଖିର ଫୁଟି ଆସିଲେ ସେଥିରେ କଷ୍ଟାର୍ଡ ପାଉଡରକୁ ଢାଳି ଦିଅନ୍ତୁ ଏବଂ ଭଲଭାବରେ ଘାଟନ୍ତୁ । ଏହା ଫୁଟି ଯିବା ପରେ ନିଆଁରୁ ବାହାର କରି ଆଣି ଥଣ୍ଡା କରନ୍ତୁ । ତାପରେ ରେଫ୍ରିଜେରେଟରରେ କିମ୍ବା ବରଫ ଉପରେ ଥଣ୍ଡା କରନ୍ତୁ ।

ଖାଇବା ସମୟରେ ରେଫ୍ରିଜେରେଟରରୁ ବାହାର କରି ସେଥିରେ ଥଣ୍ଡା ଛେନା ମିଶାଇ ଖାଇବାକୁ ଦିଅନ୍ତୁ ।

Flip Book Link: https://demo.rastradeep.com/flip.aspx?fid=208

Related Post