Latest News

ଟମାଟୋ ଆଚାର

ଛାୟା ପୂରବୀ 22/01/2024ରୋଷେଇ

 ଉପକରଣ - ଟମାଟୋ ୩ କିଗ୍ରା, ସୋରିଷ ୫୦ ଗ୍ରାମ୍‌, ଲଙ୍କା ୧୦୦ ଗ୍ରାମ୍‌, ହଳଦୀ ଗୁଣ୍ଡ ୫୦ ଗ୍ରାମ୍‌, ଧନିଆ ୫୦ ଗ୍ରାମ୍‌, ଲୁଣ ଆବଶ୍ୟକ ଅନୁସାରେ, ହିଙ୍ଗୁ ୧୦ ଗ୍ରାମ, ପାନମଧୁରୀ ୫୦ ଗ୍ରାମ, ସୋରିଷ ତେଲ ୪୦୦ ଗ୍ରାମ୍‌, ସିରକା ଦେଢ଼ କପ୍ ।

ପ୍ରଣାଳୀ- ସୋରିଷ, ଧନିଆ, ପାନମଧୁରୀକୁ ଅଳ୍ପ ଭାଜି ଗୁଣ୍ଡ କରି ରଖନ୍ତୁ । ଲଙ୍କାକୁ ଖରାରେ ଶୁଖାଇ ଗୁଣ୍ଡ କରି ରଖନ୍ତୁ । ଟମ

ଟୋକୁ ଧୋଇ ସଫା କନାରେ ପୋଛି ଦିଅନ୍ତୁ । ତା’ପରେ ଡାକୁ ଚାରିଖଣ୍ଡ କରି କାଟି ରସ ଡେକ୍‌ଚିରେ ରଖନ୍ତୁ । ପ୍ରଥମେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଟମାଟୋରେ ଗୋଳେଇ ଗୋଟିଏ ଖୋଲା ମୁହଁ ବିଶୋଧିତ ବୋତଲରେ ରଖି ଗୋଟିଏ ଦିନ ଖରାରେ ଦିଅନ୍ତୁ । ତା’ ପରଦିନ ଅନ୍ୟ ସମସ୍ତ ମସଲା ଗୁଣ୍ଡ ଭଲ ଭାବରେ ମିଶାଇ ଓ ଉପରେ ସିରକା ଦେଇ ଚାରିପାଞ୍ଚ ଦିନ ଖରାରେ ରଖନ୍ତୁ । ମଝିରେ ମଝିରେ ବୋତଲକୁ ଏପଟ ସେପଟ କରୁଥିବେ ।

Flip Book Link: https://demo.rastradeep.com/flip.aspx?fid=210

Related Post