Latest News

ସପ୍ତପୁରୀ ପିଠା

ଛାୟା ପୂରବୀ 15/01/2024ରୋଷେଇ

 ଉପକରଣ : ୫୦୦ ଗ୍ରାମ୍ ମଇଦା, ୨୫୦ ଗ୍ରାମ୍‌୍ ଚିନି, ୧୦୦ ଗ୍ରାମ୍ ଛେନା, ଗୋଟିଏ ନଡ଼ିଆ, ଗୁଜୁରାତି ଅଳେଇଚ ଗୁଣ୍ଡ ଅଳ୍ପ, ଲୁଣ, ଛାଣିବା ପାଇଁ ଘିଅ ।

ପ୍ରଣାଳୀ : ମଇଦାରେ ଲୁଣ ଓ ସାମାନ୍ୟ ଘିଅ ଦେଇ ଚକଟି ଛୋଟ ଛୋଟ ଗୁଳା କରିବେ । ସେଥିରୁ ସାତଟି ନେଇ ରୁଟି ବେଲିବେ । ବଡ଼ କି ମୋଟା ହେବନି । ଛେନା, ନଡ଼ିଆ ଓ ଚିନିକୁ ଭାଜି ପୂର କରନ୍ତୁ । ଚୁଲିରୁ ଓହ୍

ଲାଇ ସେଥିରେ ମସଲାଗୁଣ୍ଡ ପକାନ୍ତୁ । ଏଥର ଗୋଟିଏ ରୁଟି ରଖି ତା’ ଉପରେ ଅଳ୍ପ ପୂର ରଖନ୍ତୁ । ପୁନଶ୍ଚ ତା’ ଉପରେ ରୁଟି ଓ ପୂର ଦିଅନ୍ତୁ । ଏହିପରି କରି ସାତଟି ରୁଟି ରଖିବେ । ମାତ୍ର ଉପର ରୁଟିରେ ପୂର ଦେବେ ନାହିଁ । ଏବେ ତାହାର କଡ଼ ହାତରେ ଚିପି ଭଲ ଭାବରେ ବନ୍ଦ କରି ଦିଅନ୍ତୁ । ତାପରେ ଘିଅରେ ଛାଣି ଦିଅନ୍ତୁ । ଏଥର ପ୍ରସ୍ତୁତ ହୋଇଗଲା ସପ୍ତପୁରୀ ପିଠା ।

Flip Book Link: https://demo.rastradeep.com/flip.aspx?fid=209

Related Post